ଚାଣକ୍ୟ ନୀତି : ବ୍ୟକ୍ତିର ଏହି ବ୍ୟବହାର ଶତ୍ରୁଙ୍କୁ ପହଞ୍ଚାଇଥାଏ ଗଭୀର ଆଘାତ, ତାଙ୍କର ସବୁ ଉଦ୍ୟମ ହୋଇଥାଏ ଫେଲ୍‌

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ପ୍ରତ୍ୟେକ ବ୍ୟକ୍ତିଙ୍କର ଶତ୍ରୁ ଓ ମିତ୍ର ଥାଆନ୍ତି । ଆଚାର୍ଯ୍ୟ ଚାଣକ୍ୟ ଶତ୍ରୁ-ମିତ୍ରଙ୍କୁ ପରିଖିବା ପାଇଁ କିଛି ନୀତି କହିଛନ୍ତି । ଚାଣକ୍ୟ ବ୍ୟକ୍ତିଙ୍କୁ ଏପରି ଏକ କାମ କରିବା ପାଇଁ ଉପଦେଶ ଦେଇଛନ୍ତି, ଯାହା ଫଳରେ ଶତ୍ରୁ ସର୍ବଦା କଷ୍ଟରେ ରହିବ । ଯଦି ଏହାକୁ ନିଜର ଅଭ୍ୟାସ କରିଦେବ,ତେବେ ଶତ୍ରୁଙ୍କ ସମସ୍ତ ଉଦ୍ୟମ ଫେଲ ହୋଇଯିବ ଓ ବିଜୟ ଆପଣଙ୍କର ହେବ ।

ଖୁସି ରହିକରି ଶତ୍ରୁଙ୍କୁ ଦିଅନ୍ତୁ ଦଣ୍ଡ

ଶତ୍ରୁ ନିଜର ବିରୋଧୀକୁ କଷ୍ଟରେ ଦେଖିବା ପାଇଁ ସବୁ ଏପରି କାମ କରିଥାଏ, ଯେପରି ତାଙ୍କୁ କଷ୍ଟ ହେବ । ଯଦି ଆପଣ ଶତ୍ରୁ ଆଗରେ ସର୍ବଦା ଖୁସି ରହନ୍ତି, ତେବେ ତାଙ୍କର ସମସ୍ତ ଚାଲ ଫେଲ ହୋଇଯିବ । ଏହା ଶତ୍ରୁ ପାଇଁ ସବୁଠୁ ବଡ଼ ଦଣ୍ଡ ହେବ ।

ଖୁସି ରହୁଥିବା ବ୍ୟକ୍ତିଙ୍କ କେହି କିଛି କରିପାରିବେ ନାହିଁ । ଦୁଃଖ ଓ ମାନସିକ କଷ୍ଟ ବ୍ୟକ୍ତିକୁ ଦୁର୍ବଳ କରିଦେଇଥାଏ । ଏଥିରୁ ବାହାରି ଯଦି ଆପଣ ଖୁସି ରହିବା ଶିଖିଗଲେ ତେବେ ଶତ୍ରୁ କେବେ ଆପଣଙ୍କ ଉପରେ ସଫଳ ହୋଇପାରିବେ ନାହିଁ ।

ବ୍ୟକ୍ତି ଯେବେ ବିପରିତ ପରିସ୍ଥିତିରେ ବି ଖୁସି ରହେ, ତେବେ ଏହା ଶତ୍ରୁ ଗାଲରେ ବଡ଼ ଚାପୁଡା ଭଳି ହୋଇଥାଏ । ହସଖୁସିରେ ସବୁ ପରିସ୍ଥିତିର ଫଳାଫଳ ବାହାରି ଆସିଥାଏ ।

ଚାଣକ୍ୟଙ୍କ ମତରେ କିଛି ସଂଘର୍ଷ ବଳରେ ନୁହେଁ ବୁଦ୍ଧି ଦ୍ୱାରା କରାଯାଇଥାଏ । ଚାଣକ୍ୟ କୁହନ୍ତି ଶତ୍ରୁ ଯେତେ ବଳଶାଳୀ ହେଉ ନା କାହିଁକି ଯଦି ଆପଣ ଶୁସି ରହିବା ଅଭ୍ୟାସ କରି ନିଅନ୍ତି ତ ଏହା ଶତ୍ରୁ ପାଇଁ ବହୁତ ବଡ଼ ଆଘାତ ହେବ ।

ଶତ୍ରୁର ବ୍ୟବହାର ଖରାପ ହୋଇଥିବା ଯୋଗୁ ବ୍ୟକ୍ତିକୁ ଏହାର ବିପରିତ ଅନୁକୂଳ ଆଚରଣ କରିବା ଉଚିତ୍‌ । ଏହାଦ୍ୱାରା ସେ ଭ୍ରମିତ ହେବ ଓ ତାର ରଣନୀତି ଫେଲ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.