ଚାଣକ୍ୟ ନୀତି : ଏହି ୩ ଗୁଣ ଥିବା ଲୋକଙ୍କ ଠାରୁ ଦୂରରେ ରହିଥାଏ ବିପଦ, ଜୀବନରେ କେବେ ହୋଇନଥାଏ ଧନ ଓ ମାନ ସମ୍ମାନର ଅଭାବ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । ଚାଣକ୍ୟ ନୀତି ଅନୁଯାୟୀ କିଛି ଏମିତି ଗୁଣ ଅଛି, ଯାହାକୁ ସବୁ ବ୍ୟକ୍ତିଙ୍କୁ ନିଜ ଜୀବନରେ ଆପଣାଇବା ଉଚିତ୍‌ । ଏହାଦ୍ୱାରା ବ୍ୟକ୍ତିକୁ କେବଳ ଅସୁମାର ଧନ ସମ୍ପତ୍ତି ମିଳିନଥାଏ, ବରଂ ତାଙ୍କୁ ମାନ ସମ୍ମାନ ମିଳିଥାଏ ।

ଅନ୍ୟକୁ ସାହାଯ୍ୟ କରିବା

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ଯେଉଁ ଲୋକଙ୍କ ଭିତରେ ଅନ୍ୟକୁ ସାହାଯ୍ୟ କରିବାର ଗୁଣ ରହିଥାଏ,ଯିଏ ହୃଦୟର ସହ ଅନ୍ୟ ପାଇଁ ଭଲ ଭାବ ରଖିଥାଏ, ତାଙ୍କ ଜୀବନର ସମସ୍ତ ବିପତ୍ତି ଆପେ ଆପେ ନଷ୍ଟ ହୋଇଯାଇଥାଏ । ଏମିତି ଲୋକଙ୍କ ସହାୟତା ପାଇଁ ଯେ କେହି ପ୍ରସ୍ତୁତ ରହିଥାଏ । ଏମାନେ ନିଜ ଜୀବନରେ ସମସ୍ତ ସୁଖ ଭୋଗିଥାନ୍ତି । ଏମାନଙ୍କୁ ଜୀବନରେ ସଫଳତା ମିଳିବା ସହ ମାନ ସମ୍ମାନ ମିଳିଥାଏ ।

ପରୋପକାର କରିବା

ଚାଣକ୍ୟଙ୍କ ମତରେ ଯେଉଁ ଲୋକ ପରୋପକାର କାର୍ଯ୍ୟରେ ଲାଗି ରହିଥାନ୍ତି ଓ ସମାଜ ପ୍ରତି ନିଜର ଦାୟିତ୍ୱ ନିଭାଇ ଥାନ୍ତି । ଏମାନଙ୍କ ଠାରୁ ଦୁଃଖ ଦୂରରେ ରହିଥାଏ । ଏମାନଙ୍କ ଭାଗ୍ୟ ସର୍ବଦା ତାଙ୍କର ସାଥ ଦେଇଥାଏ । ଏମିତି ଲୋକ ଯଦି ବ୍ୟବସାୟ କରନ୍ତି, ସେମାନଙ୍କୁ ଖୁବ ସଫଳତା ମିଳିଥାଏ । ଏମାନଙ୍କ ରାସ୍ତାରେ ବାଧା ଆପେ ଆପେ ଦୂର ହୋଇଥାଏ ।

ଧର୍ମ କାର୍ଯ୍ୟ କରିବା

ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି ଧର୍ମ କାର୍ଯ୍ୟରେ ଲାଗି ରହିଥାନ୍ତି,ସେମାନଙ୍କର ଅସୁବିଧା ଦୂର ହୋଇଯାଏ । ଏମିତି ଲୋକଙ୍କୁ କେବେ ଧନର ଅଭାବ ହୋଇ ନଥାଏ ନା କେବେ ଏମାନେ ଏକୁଟିଆ ଅନୁଭବ କରିଥାନ୍ତି । ଏମାନଙ୍କ ଜୀବନରେ ଯଦି କଷ୍ଟ ଆସିଯାଏ ତଥାପି ଏହା ସହଜରେ ଚାଲିଯାଇଥାଏ । ଏମାନଙ୍କର ବଂଶ ମଧ୍ୟ ବଢ଼ି ବଢ଼ି ଚାଲିଥାଏ । ଏପରି ଲୋକଙ୍କୁ ସମାଜରେ ଉଚ୍ଚ ସ୍ଥାନ ମିଳିଥାଏ । ମାନବ ଜୀବନ ପରେ ଏମାନଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.