ବ୍ୟକ୍ତି ଯଦି ଜୀବନରେ ସିଦ୍ଧାନ୍ତ ଉପରେ ଚାଲେ ତେବେ ତାକୁ ସଫଳତା ମିଳିଥାଏ | ସେହିପରି କିଛି ଭୁଲ ତାକୁ ରସା ତଳକୁ ନେଇ ଯାଇଥାଏ | ଚାଣକ୍ୟ ନୀତି ସଫଳତା ପାଇବା ଓ ଅସଫଳତାରୁ ବଂଚିବା ପାଇଁ କିଛି ମହତ୍ଵପୁର୍ଣ କଥା କହିଛନ୍ତି | ଚାଣକ୍ୟଙ୍କ ମତରେ ଏମିତି କିଛି ଜିନିଷ ଅଛି ଯାହା ଖରାପ ସ୍ଥାନରେ ଥିଲେ ବି ତାକୁ ନେବା ଉଚିତ | ଆସନ୍ତୁ ଜାଣିବା କଣ ସେହି ଜିନିଷ ସବୁ |
– ଚାଣକ୍ୟ କୁହନ୍ତି, ସମ୍ଭବ ହେଲେ ବିଷରୁ ବି ଅମୃତ ବାହାର କରିନିଅ | ଖରାପ ଜିନିଷରୁ ବି ଭଲ ବାହାର କରିବା ଶିଖ | ଏହି ଦୃଷ୍ଟି ଆପଣଙ୍କୁ ଜୀବନର ଉଚ୍ଚତାକୁ ନେଇଯିବ |
– ଚାଣକ୍ୟ କୁହନ୍ତି, ମୂଲ୍ୟବାନ ଜିନିଷ ଅପରିଷ୍କାର ସ୍ଥାନରେ ଥିଲେ ବି ତାର ମହତ୍ୱ କମେ ନାହିଁ | ସୁନା ଯଦି ମଇଳା ରେ ପଡିଥାଏ ବି ତାକୁ ଉଠାଇ ନିଆଯାଏ | ତେଣୁ ଗୁଣବତୀ କନ୍ୟାଙ୍କ ସର୍ବଦା ସମ୍ମାନ କରନ୍ତୁ | ଯଦି ଦୁଷ୍ଟ ପରିବାରରେ ଗୁଣୀ କନ୍ୟା ଥାଆନ୍ତି ତେବେ ତାଙ୍କୁ ଘରର ବୋହୂ କରି ଅଣାନ୍ତୁ | ସେ ଆପଣଙ୍କ ଘରକୁ ସ୍ୱର୍ଗ କରିଦେବା | କାରଣ ଏହି ଦୁନିଆରେ ଦାଗହୀନ କିଛି ନାହିଁ |
– ସ୍ଥିତି ଯେତେ ଖରାପ ହେଉନା କାହିଁକି, ନିଜ ପିଲାଙ୍କୁ ଶିକ୍ଷା ନିଶ୍ଚୟ ଦିଅନ୍ତୁ |
– ଦୁଷ୍ଟ ଓ ସାପ ମଧ୍ୟରେ ଯଦି କାହାକୁ ବାଛିବାକୁ କୁହାଯାଏ ତେବେ ସାପକୁ ହିଁ ବାଛନ୍ତୁ | ସାପ ସେତେବେଳେ କାମୁଡି ଥାଏ ଯେତେବେଳେ ତା ଉପରେ ଆଘାତ ଆସିଥାଏ | ହେଲେ ଦୁଷ୍ଟ ଲୋକ ଭଲର ପ୍ରତିଦାନରେ ବି ଖରାପ କରିଥାଏ | ତେଣୁ ସର୍ବଦା ତାଙ୍କ ଠାରୁ ଦୂରରେ ରୁହନ୍ତୁ |
ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର l ଆଜି ମଧ୍ୟ ରାତ୍ରରେ ଦେବ ଦେବ ମହାଦେବଙ୍କ ବରଯାତ୍ରୀ…
ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପିଏମ୍ ନରେନ୍ଦ୍ର ମୋଦି ନିଜର ପ୍ରଥମ ନିଷ୍ପତ୍ତି…
ଟି୨୦ ବିଶ୍ୱକପରେ ବିରାଟ କୋହଲଙ୍କୁ ନିଜ ପ୍ରଥମ ଓଭରରେ ଆଉଟ କରିବା ଦୁନିଆର ସମସ୍ତ ବୋଲରଙ୍କ ପାଇଁ ସ୍ୱପ୍ନ ।…
ଆଜି କାଲି ଅଣ୍ଟା ପୀଡ଼ା ବା ବ୍ୟାକ୍ ପେନ୍ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । କେବଳ…
ଆସନ୍ତାକାଲି କଳ୍ପନାଜଳ୍ପନାର ଅନ୍ତ ଘଟିବ। ଘୋଷଣା ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ। ବିଜେପି ବିଧାୟକ ଦଳ ବୈଠକରେ ନାଁ…
ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ କାର୍ ଓ ବୋଲେରୋ ମଧ୍ୟରେ…