ଚାଣକ୍ୟ ନୀତି : ଏହି ୪ କଥା ଜାଣିଯିବେ ତ ପ୍ରତ୍ୟେକ ବ୍ୟକ୍ତି ମାନିବେ ଆପଣଙ୍କ କଥା

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ | ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ | ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି |

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାଇ ସାଧାରଣ ଲୋକଙ୍କୁ ତର୍କ ଦେଇ, କୌଣସି କଥାର ମହତ୍ୱ ବୁଝାଇ ଆପଣଙ୍କ କଥାରେ ମନାଇ ପାରିବେ | ହେଲେ କିଛି ଲୋକ ଏମିତି ଅଛନ୍ତି ଯାହାଙ୍କୁ କିଛି ବି କଥା ପାଇଁ ମନାଇବା ସହଜ ହୋଇନଥାଏ ବରଂ ଅସମ୍ଭବ ହୋଇଥାଏ | ଏହି ଲୋକଙ୍କୁ ମନାଇବା ପାଇଁ କିଛି ଖାସ ତରିକା ଆପଣାଇବାକୁ ପଡିଥାଏ | ଆସନ୍ତୁ ଜାଣିବା କ’ଣ ସେହି ତରିକା |

ଏହି ୪ କଥା ଜାଣିଲେ ସମସ୍ତେ ମାନିବେ ଆପଣଙ୍କୁ :

ଚାଣକ୍ୟ ନୀତି କହେ କି ଲୋଭୀ ବ୍ୟକ୍ତିଙ୍କୁ କେବଳ ଟଙ୍କା ବା ଅର୍ଥ ଲୋଭ ଦେଇ କୌଣସି କଥା ପାଇଁ ମନାଇ ପାରିବା |

ଅହଙ୍କାରୀ ବ୍ୟକ୍ତିଙ୍କୁ କିଛି ବି କାମ ପାଇଁ ମନାଇବାକୁ ଚାହାନ୍ତି ତ ତାଙ୍କ ଆଗରେ ହାତ ଯୋଡି ଦିଅନ୍ତୁ | ଏହାଦ୍ୱାରା ତାଙ୍କର ଅହଂକାର ତୃପ୍ତି ହେବ | ସେ ଆପଣଙ୍କ କଥାରେ ସହଜରେ ରାଜି ହୋଇଯିବେ |

ଯଦି କୌଣସି ମୂର୍ଖ ବ୍ୟକ୍ତିଙ୍କୁ ନିଜ କଥାରେ ମନାଇବାକୁ ଚାହୁଁଛନ୍ତି ତେବେ ତାଙ୍କ ମୁଡ଼ ଦେଖି କାମ କରିବା ଦରକାର | ଫଳରେ ସେ ଖୁସି ହୋଇ ଆପଣଙ୍କ ଉପରେ ଭରସା କରିବେ | ଫଳରେ ସହଜରେ ତାଙ୍କୁ କିଛି କାମ ପାଇଁ ମନାଇ ପାରିବେ |

ସେହିପରି ବୁଦ୍ଧିମାନ ବ୍ୟକ୍ତିଙ୍କୁ ତର୍କ ଦେଇ, ସତ୍ୟତା ସମ୍ପର୍କରେ କହି, କିଛି କାମ ପାଇଁ ମନାଇ ପାରିବେ | ଏଥିପାଇଁ ଆପଣଙ୍କୁ ବି ବୁଦ୍ଧିମାନ ହେବା ଦରକାର | ନହେଲେ ସେ ଆପଣଙ୍କ କଥାକୁ କେବେ ବି ମାନିବେ ନାହିଁ |

You might also like