ଗ୍ରହଣ ଲାଗିବା ମାତ୍ରେ ହିଁ ପଶୁ ପକ୍ଷୀ କରିବାକୁ ଲାଗନ୍ତି ଅଜବଗଜବ ହରକତ, କ’ଣ ରହିଛି ଏହା ପଛର କାରଣ ?

ଧାର୍ମିକ ବିଶ୍ୱାସ ଅନୁଯାୟୀ ଚନ୍ଦ୍ରଗ୍ରହଣକୁ ଏକ ଅଶୁଭ ଘଟଣା ବୋଲି କୁହାଯାଏ । ଯାହା ମଣିଷ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଚନ୍ଦ୍ରଗ୍ରହଣ କେବଳ ମଣିଷକୁ ନୁହେଁ ବରଂ ପଶୁ ଏବଂ ପକ୍ଷୀମାନଙ୍କୁ ମଧ୍ୟ ପ୍ରଭାବିତ କରିଥାଏ । ସେଥିପାଇଁ ଏହି ସମୟ ମଧ୍ୟରେ ପଶୁ ଏବଂ ପକ୍ଷୀମାନେ ଅଜବ କାର୍ଯ୍ୟକଳାପ ଆରମ୍ଭ କରନ୍ତି । ଏଥିରେ ସୂର୍ଯ୍ୟ ଗ୍ରହଣଠାରୁ ଚନ୍ଦ୍ରଗ୍ରହଣ ପର୍ଯ୍ୟନ୍ତ ସବୁକିଛି ଅନ୍ତର୍ଭୁକ୍ତ ।

प्रतीकात्मक तस्वीर

ଏକ ରିପୋର୍ଟ ଅନୁଯାୟୀ, ଚନ୍ଦ୍ରଗ୍ରହଣ ସମୟରେ କେତେକ ପ୍ରଜାତିର ବୁଢିଆଣୀ ହଠାତ ଅସ୍ଥିର ହୋଇଉଠନ୍ତି ଏବଂ ସେମାନେ ନିଜର ବସାକୁ ଭାଙ୍ଗି ଦିଅନ୍ତି ଓ ଚନ୍ଦ୍ରଗ୍ରହଣ ଶେଷ ହେବା ମାତ୍ରେ ସେମାନେ ପୁଣିଥରେ ଏହାକୁ ଆରମ୍ଭ କରନ୍ତି । କେବଳ ବୁଢିଆଣୀ ନୁହେଁ କିଛି ଏପରି ପରିବର୍ତ୍ତନ ପକ୍ଷୀମାନଙ୍କଠାରେ ମଧ୍ୟ ଦେଖାଯାଏ । ଆପଣ ଦେଖିଥିବେ ଯେ ପକ୍ଷୀମାନେ ସାଧାରଣତଃ ଦିନସାରା ଏଠାରୁ ସେଠାକୁ ଉଡି ବୁଲିଥାନ୍ତି କିନ୍ତୁ ଗ୍ରହଣ ଲାଗିବା ଦିନ ଅଚାନକ ସେମାନେ ନିଜ ଘରକୁ ଫେରିଆସନ୍ତି ନଚେତ ଘରୁ ବାହାରକୁ ବାହାରନ୍ତି ନାହିଁ ।

प्रतीकात्मक तस्वीर

ଚନ୍ଦ୍ରଗ୍ରହଣ ସମୟରେ ବାଦୁଡ଼ିମାନଙ୍କଠାରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଯାଏ । ଯଦିଓ ସେମାନେ କେବଳ ରାତିରେ ଉଡିଥାନ୍ତି କିନ୍ତୁ ଚନ୍ଦ୍ରଗ୍ରହଣ ସମୟରେ ସେମାନେ ଉଡିବା ଆରମ୍ଭ କରନ୍ତି । ଏହା ବ୍ୟତୀତ ସୁପରମୁନ ସମୟରେ ଯେତେବେଳେ ଚନ୍ଦ୍ର ଅଧିକ ଉଜ୍ଜ୍ୱଳ ହୁଏ ସେତେବେଳେ ବତକମାନଙ୍କର ଆଚରଣ ମଧ୍ୟ ପରିବର୍ତ୍ତନ ହେବାକୁ ଲାଗେ । ଏହା ଜାଣିବା ପାଇଁ ବୈଜ୍ଞାନିକମାନେ ବଣୁଆ ବତକମାନଙ୍କ ଉପରେ ଏକ ରିସର୍ଚ୍ଚ କରିଥିଲେ । ସେହି ସମୟରେ ସେମାନେ ତାଙ୍କ ଶରୀରରେ ଏକ ଛୋଟ ଡିଭାଇସ ଲଗାଇଦେଲେ ଏବଂ ଯାହା ହେଲା ତାହା ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ । ସେମାନେ ଦେଖିଲେ ଯେ ସୁପରମୁନ ସମୟରେ ବତକଙ୍କ ହାର୍ଟବିଟ ହଠାତ ବଢିଯାଉଛି କେବଳ ସେତିକି ନୁହେଁ ଏହା ସହିତ ତାଙ୍କ ଶରୀରର ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି । ଯଦିଓ ଚନ୍ଦ୍ରଗ୍ରହଣ ଶେଷ ହେବା ମାତ୍ରେ ସେମାନେ ପୁଣିଥରେ ନର୍ମାଲ ହୋଇଯାଉଛନ୍ତି ।

नाइट मंकी (प्रतीकात्मक तस्वीर)

2010 ରେ କରାଯାଇଥିବା ଏକ ରିସର୍ଚ୍ଚ ଅନୁଯାୟୀ, ଆର୍ଜେଣ୍ଟିନା ଏବଂ ବ୍ରାଜିଲ ପରି ଦେଶରେ ମିଳୁଥିବା ଏକ ପ୍ରଜାତିର ମାଙ୍କଡ଼ ଯାହାକୁ ‘ନାଇଟ୍ ମାଙ୍କଡ଼’ ବୋଲି କୁହାଯାଏ । ଚନ୍ଦ୍ରଗ୍ରହଣ ଘଟିବା ମାତ୍ରେ ଏହି ମାଙ୍କଡ଼ ମାନେ ଭୟଭୀତ ହୋଇଯାନ୍ତି । ଯଦିଓ ଏହି ମାଙ୍କଡମାନେ ସାଧାରଣତଃ ଗଛ ଉପରେ ଡିଆଁଡିଇଁ କରିଥାନ୍ତି କିନ୍ତୁ ଚନ୍ଦ୍ରଗ୍ରହଣ ସମୟରେ ସେମାନେ ଗଛ ଉପରେ ଚାଲିବାକୁ ବି ଭୟ କରନ୍ତି ।

दरियाई घोड़ा (प्रतीकात्मक तस्वीर)

ଜଳହସ୍ତୀ ମାନେ ସାଧାରଣତଃ ଜଳରେ ରହୁଥିବା ବେଳେ ପରାଗ ଓ ଗ୍ରହଣ ସମୟରେ ସେମାନେ ଅସ୍ଥିର ହୋଇ ଶୁଷ୍କ ସ୍ଥାନ ଆଡ଼କୁ ଗତି କରନ୍ତି । ଚନ୍ଦ୍ରଗ୍ରହଣ ସମୟରେ ଜିମ୍ବାୱେରେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ ଯଦି ଚନ୍ଦ୍ରଗ୍ରହଣ ଅଧା ରାସ୍ତାରେ ଶେଷ ହୁଏ ଏବଂ ଆଲୋକ ଫେରିଆସେ ତେବେ ସେମାନେ ପୁଣିଥରେ ପାଣିକୁ ଫେରି ଯାଆନ୍ତି ।

କେବଳ ଏହି ପଶୁପକ୍ଷୀ ମାନେ ନୁହେଁ ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ଆହୁରି ଅନେକ ପଶୁପକ୍ଷୀ ଅଛନ୍ତି ଯେଉଁମାନେ ଅଜବ ଭାବେ ବିଚଳିତ ହେବାର ଦେଖିବାକୁ ମିଳେ । ତେବେ ସେମାନେ ଏପରି କାହିଁକି କରନ୍ତି ତାର କାରଣ ଆଜିପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.