ସ୍ପେଶାଲ

ଆସନ୍ତା ମାସରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ୍‌ ପଡ଼ିବ ଖରାପ ପ୍ରଭାବ

ଆସନ୍ତା ୩୦ ଅପ୍ରେଲରେ ସୂର୍ଯ୍ୟ ପରାଗ । ଏହିଦିନର ଠିକ ୧୫ ଦିନ ପରେ ଚନ୍ଦ୍ର ଗ୍ରହଣ ଲାଗିବ। ଏହି ଗ୍ରହଣ ଅନେକ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ।

ବର୍ଷ ୨୦୨୨ରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଏହାପୂର୍ବରୁ ୩୦ ଅପ୍ରେଲରେ ସୂର୍ଯ୍ୟପରାଗ ହେବ। ଯାହାକି ଆଂଶିକ ମାତ୍ରାରେ ଲାଗିବ। ଏହାର ଠିକ ୧୫ ଦିନ ପରେ ମାନେ ୧୬ ମେ’ ରେ ଚନ୍ଦ୍ର ଗ୍ରହଣ ଲାଗିବ। ଚଳିତ ବର୍ଷ ମୋଟ ୪ଟି ଗ୍ରହଣ ଲାଗିବ । ଏଥିମଧ୍ୟରୁ ଦୁଇଟି ସୂର୍ଯ୍ୟପରାଗ ସହ ଦୁଇଟି ଚନ୍ଦ୍ରଗ୍ରହଣ ରହିଛି। ଆସନ୍ତା ଦିନରେ ପ୍ରଥମେ ସୁର୍ଯ୍ୟପରାଗ ସହ ପରେ ଚନ୍ଦ୍ର ଗ୍ରହଣ ଲାଗିବ। ଯାହାର ପ୍ରଭାବ ସମସ୍ତ ଲୋକଙ୍କ ଉପରେ ପଡ଼ିବ।

୧୬ ମେ’ରେ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଲାଗିବ। କିନ୍ତୁ ଭାରତରେ ଏହା ଦେଖାଯିବ ନାହିଁ। ଏହା ୧୬ ମେ ରେ ସକାଳ ୭:୫୮ରେ ଆରମ୍ଭ ହେବ, ଯାହାକି ଦିନ ୧୨ ପର୍ଯ୍ୟନ୍ତ ଲାଗିବ। ଏହି ଗ୍ରହଣ ଦକ୍ଷିଣ/ପଶ୍ଚିମ ୟୁରୋପ, ଦକ୍ଷିଣ/ ପଶ୍ଚିମ ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପେସୋଫିକ, ଆଟଲାଣ୍ଟିକ, ହିନ୍ଦୁ ମାହାସାଗର ରେ ଦେଖାଯିବ। ଏହି ଗ୍ରହଣ ବୈଶାଖ ମାସରେ ପୂର୍ଣ୍ଣିମା ଦିନ ଲାଗିବ। ଏହାର ପରବର୍ତ୍ତୀ ଚନ୍ଦ୍ର ଗ୍ରହଣ ୮ ନଭେମ୍ବର ୨୦୨୨ ରେ ଲାଗିବ। ଯାହାକି ଭାରତରେ ଦେଖାଯିବ।

ସୂର୍ଯ୍ୟ ପରାଗ ହେଉ ଅବା ଚନ୍ଦ୍ର ଗ୍ରହଣ କିଛି ଜରୁରୀ ନିୟମ ରହିଛି ଯାହାକୁ ମାନିବା ଜରୁରୀ। ଯାହାକୁ ହିନ୍ଦୁ ଧର୍ମରେ ଓ ଜ୍ୟୋତିଷ ଶାସ୍ତ୍ରରେ ଶୁଭ ମନାଯାଏ। ଏମିତିରେ ଏହି ନିୟମକୁ ମାନିବା ଉଚିତ। ଯାହାର ଖରାପ ପ୍ରଭାବ ପଡ଼ିବ ନାହିଁ।

-ଗ୍ରହଣ ଓ ପରାଗ ସମୟରେ କିଛି ଖାଇବା ଅନୁଚିତ। ଏହାସହ ଖାଇବା ଜିନିଷରେ ତୁଳସୀ ପତ୍ରକୁ ପକାଇ ଦିଅନ୍ତୁ।

-ଏହିସମୟରେ ନକାରାତ୍ମକ ଶକ୍ତି ବଢ଼ିଯାଏ। ଏହାର ପ୍ରଭାବ ମନ ଉପରେ ପଡ଼ିଥାଏ। ଏମିତିରେ କିଛି ବି ନିଷ୍ପତ୍ତି ନିଅନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।
-ବାହାରକୁ ବାହାରନ୍ତୁ ନାହିଁ। ମନ୍ଦିର ର ଦ୍ୱାର ବନ୍ଦ ରଖନ୍ତୁ।
-ଏହି ସମୟରେ ସୂର୍ଯ୍ୟ ତଥା ଚନ୍ଦ୍ର ଦେବଙ୍କର ବୀଜ ମନ୍ତ୍ରକୁ ଆପଣ ଜପ କରିପାରିବେ। ଏହାର ଶୁଭ ପ୍ରଭାବ ପଡ଼ିବ।
– ଏସବୁ ଶେଷ ହେବା ପରେ ସ୍ନାନ କରନ୍ତୁ। ଗରିବକୁ ଦାନ କରନ୍ତୁ।
-ଗର୍ଭବତୀ ସ୍ତ୍ରୀ ଅଧିକ ଧ୍ୟାନ ରଖନ୍ତୁ। ଘର ବାହାରକୁ ଯାଆନ୍ତୁ ନାହିଁ।

D Sonali

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

19 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

38 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

46 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago