ଆଜି ମାଘ ପୂର୍ଣ୍ଣିମା : ଏହି ଦିନ ଆଶୀର୍ବାଦର ବର୍ଷା କରିଥାନ୍ତି ଚନ୍ଦ୍ରଦେବ

ଆଜି ହେଉଛି ମାଘ ପୂର୍ଣ୍ଣିମା। ଶାସ୍ତ୍ର ଅନୁସାରେ ଆଜି ଦିନରେ ଚନ୍ଦ୍ରଦେବଙ୍କ ପାଇଁ ବ୍ରତ ରଖିବାର ନିୟମ ରହିଛି। ଏହି ଦିନ ଚନ୍ଦ୍ରଦେବଙ୍କ ପୂଜା କରିଲେ ଚନ୍ଦ୍ର ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ। ମାଘ ମାସ ହେଉଛି ପବିତ୍ର ମାସ। କାର୍ତ୍ତିକ ମାସ ଭଳି ଏହି ମାସର ମଧ୍ୟ ମାହାତ୍ମ୍ୟ ରହିଛି। ପୁରାଣ ଅନୁସାରେ ମାଘ ମାସରେ ନଦୀରେ ସ୍ନାନ କରିବା ପାଇଁ ତୁଳସୀ ମୂଳର ମାଟି ଏବଂ ତୁଳସୀ ପତ୍ରର ବ୍ୟବହାର କରିବା ନିୟମ ରହିଛି। ମାଘ ପୂର୍ଣ୍ଣିମାର ଉଲ୍ଲେଖ ସବୁ ପୁରାଣରେ ରହିଛି। ଏହି ଦିନ ଦାନ କଲେ କିଛି ଫଳ ଲାଭ ହୋଇଥାଏ ଏବଂ ଏହି ପୂର୍ଣ୍ଣିମାକୁ ବତିଶି ପୂର୍ଣ୍ଣିମା କୁହାଯାଇଥାଏ। ମାଘ ପୂର୍ଣ୍ଣିମା ଦିନ ବ୍ରତ କରିବା ସହିତ ଭଗବାନ ସତ୍ୟନାରାୟଣଙ୍କ ପୂଜା କରାଯାଇଥାଏ। ଏହି ଦିନ ଭଗବାନ ସତ୍ୟନାରାୟଣଙ୍କର ପୁରାଣ ପଢିଲେ କିମ୍ବା ଶୁଣିଲେ ଶୁଭ ହୋଇଥାଏ।

chandra debମତ୍ସ୍ୟ ପୁରାଣ ଅନୁସାରେ ମାଘ ପୂର୍ଣ୍ଣିମା ଦିନ ଚନ୍ଦ୍ରଦେବ ଆଶୀର୍ବାଦ ବର୍ଷା କରିଥାନ୍ତି। ଏହି ତିଥିରେ ସ୍ନାନ ଏବଂ ଦାନ କରିଲେ ସୂର୍ଯ୍ଯ-ଚନ୍ଦ୍ର ଯୁକ୍ତ ଦୋଷରୁ ମୁକ୍ତି ମିଳିଥାଏ। ସଫଳତା ପାଇବା ପାଇଁ ଏହି ଦିନ ମିଶିରିରେ କ୍ଷୀର ମିଶାଇ ଧଳା ଶିବଲିଙ୍ଗରେ ଅଭିଷେକ କରାଯାଇଥାଏ। ଭଗବାନ ନାରାୟଣଙ୍କର ପୂଜା ଦୂପ, ଧୀପରେ କରାଯାଇଥାଏ। ଭଗବାନ ବିଷ୍ଣୁଙ୍କର ପ୍ରିୟ ଭୋଗ ଚୁରୁମା ହୋଇଥିବାରୁ ଏହି ଦିନ ଭଗବାନଙ୍କ ପାଖରେ ଭୋଗ ଲାଗିଥାଏ। ପୂଜା ପରେ ପ୍ରସାଦ ବଣ୍ଟା ଯାଇଥାଏ। ଏହି ଦିନ ଲୋକମାନେ ବ୍ରାହ୍ମଣଙ୍କୁ ଦାନ-ଦକ୍ଷିଣା ଦେଇଥାନ୍ତି। କୁହାଯାଇଥାଏ ଏହି ଦିନ ଯେଉଁମାନେ ବ୍ରତ କରିଥାନ୍ତି ଭଗବାନ ବିଷ୍ଣୁ ତାଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି।