ଠାବ ହେଲା ବିକ୍ରମ, ଚନ୍ଦ୍ରଯାନ 2 ଅରବିଟର ପଠାଇଲା ବିକ୍ରମ ଲ୍ୟାଣ୍ଡରର ଫଟୋ
ଇସ୍ରୋରୁ ଆସିଲା ଖୁସି ଖବର। ନିଖୋଜ ଲ୍ୟାଣ୍ଡର ବିକ୍ରମର ମିଳିଲା ପତ୍ତା। ଚନ୍ଦ୍ର ଚାରିପଟେ ଘୁରୁଥିବା ଅର୍ବିଟର ଏହାର ଫଟୋ ଉତ୍ତୋଳନ କରିଛି। ଅର୍ବିଟର ଲ୍ୟାଣ୍ଡରର ଥର୍ମାଲ ଇମେଜ ମିଳିଥିବା ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ମୁଖ୍ୟ କେ. ଶିବନ। ତେବେ ଲ୍ୟାଣ୍ଡର ସହ ଯୋଗାଯୋଗ ହୋଇପାରିନାହିଁ। ଯୋଗାଯୋଗ ପାଇଁ ପ୍ରୟାସ ଜାରି ରହିଛି। ଖୁବଶୀଘ୍ର ଯୋଗାଯୋଗ ହେବ ବୋଲି ସେ କହିଛନ୍ତି। ଲ୍ୟାଣ୍ଡରର ଫଟୋ ମିଳିବା ପରେ ଏହାକୁ ନେଇ ଆହୁରି ତଥ୍ୟ ସ୍ପଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି।