ସ୍ପେଶାଲ

ଜୁଲାଇରେ ଇସ୍ରୋର ଚନ୍ଦ୍ରୟାନ-୩, ଜାଣନ୍ତୁ ଏହାର ସ୍ୱତନ୍ତ୍ରତା

କେନ୍ୟୁଜ୍‌(ବ୍ୟୁରୋ): ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଚଳିତ ବର୍ଷ ଜୁଲାଇରେ ଚନ୍ଦ୍ରୟାନ-୩ର ଲଞ୍ଚ କରିବ । ଇସ୍ତ୍ରୋ ମୁଖ୍ୟ ଏସ.ସୋମନାଥ ଏହି ସୂଚନା ଦେଇଛନ୍ତି । ଚନ୍ଦ୍ରୟାନ-୨ ପରେ ଇସ୍ରୋ ଚନ୍ଦ୍ରୟାନ-୩ ପାଇଁ ପ୍ରସ୍ତୁତି ଚଳାଇଛି । ଏହି ମିଶନର ଲକ୍ଷ୍ୟ ରହିଛି ଚନ୍ଦ୍ରର ସାଇଥ ପୋଲରେ ଲାଣ୍ଡର ଓ ରୋଭରକୁ ସ୍ଥାପନା କରିବା । ଏହାକୁ ଲଞ୍ଚ କରିବା ପାଇଁ ଜିଓସିନକ୍ରୋନସ ସାଟେଲାଇଟ ଲଞ୍ଚ ଭେଇକିଲ ମାର୍କ-III ବା GSLV MK-IIIର ବ୍ୟବହାର କରାଯିବ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶ ଧାଓ୍ଵନ ସ୍ପେସ ସେଣ୍ଟରରୁ ଏହାର ଲଞ୍ଚ କରାଯିବ ।

ଚନ୍ଦ୍ରୟାନ-୩ରେ ରହିଛି ଲାଣ୍ଡର, ରୋଭର ଓ ପ୍ରୋପୁଲସନ ମଡ୍ୟୁଲ । ଏହାର ଓଜନ ରହିଛି ୩ ହଜାର ୯୦୦ କିଲୋଗ୍ରାମ । ପ୍ରୋପୁଲସନ ମଡ୍ୟୁଲର ଓଜନ ରହିଛି ୨ ହଜାର ୧୪୮ କିଲୋଗ୍ରାମ । ଯାହା ଲାଣ୍ଡର ଓ ରୋଭରକୁ ୧୦୦ କିଲୋମିଟର ଲୁନାର ଅର୍ବିଟ ପର୍ଯ୍ୟନ୍ତ ନେଇଯିବ । ଲାଣ୍ଡର ମଡ୍ୟୁଲରେ ଲାଣ୍ଡର ଓ ରୋଭର ରହିଛି । ଏହାର ଓଜନ ରହିଛି ୧ ହଜାର ୭୫୦ କିଲୋଗ୍ରାମ । ସେହିପରି ରୋଭରର ଓଜନ ରହିଛି ୨୬ କିଲୋଗ୍ରାମ । ଏହାର ରୋଭର ଚନ୍ଦ୍ରୟାନ-୨ର ବିକ୍ରମ ରୋଭର ସହ ପ୍ରାୟ ସମାନ ରହିଥିବା ବେଳେ ଏଥିରେ ସୁରକ୍ଷିତ ଅବତରଣ ପାଇଁ କିଛିଟା ପରିବର୍ତ୍ତନ ଅଣାଯାଇଛି । ପ୍ରୋପୁଲସନ ମଡ୍ୟୁଲ ୭୫୮ ଓ୍ଵାଟ ପାଓ୍ଵାର ଜେନେରେଟ କରୁଥିବା ବେଳେ ଲାଣ୍ଡର ମଡ୍ୟୁଲ ୭୩୮ ଓ ରୋଭର ମଡ୍ୟୁଲ ୫୦ ଓ୍ଵାଟ ପାଓ୍ଵାର ଜେନେରେଟ କରିବ ।

ଲାଣ୍ଡରର ଡିଜାଇନ ଏପରି ଭାବେ କରାଯାଇଛି ଯେପରି ଏହା ସୁରକ୍ଷିତଭାବେ ଚନ୍ଦ୍ରରେ ଲାଣ୍ଡ କରିପାରିବ । ଏହାସହ ରୋଭରକୁ ଚନ୍ଦ୍ରପୃଷ୍ଠରେ ଛାଡ଼ି ପାରିବ । ରୋଭର ଚନ୍ଦ୍ରପୃଷ୍ଠର ଇନ-ସିତୁ ରସାୟନିକ ସଂରଚନାକୁ ପରୀକ୍ଷା କରିବ । ପ୍ରପୁଲସନ ମଡ୍ୟୁଲ ୧୦୦ କିଲୋମିଟର ଗୋଳାକାର ଅର୍ବିଟ ପର୍ଯ୍ୟନ୍ତ ନେଇଯିବ । ଅର୍ବିଟରେ ପହଞ୍ଚିଲା ପରେ ଲାଣ୍ଡର ମଡ୍ୟୁଲ ଓ ପ୍ରୋପୁଲସନ ମଡ୍ୟୁଲ ପରସ୍ପର ଠାରୁ ଅଲଗା ହୋଇଯିବ । ପ୍ରୋପୁଲସନ ମଡ୍ୟୁଲ ଅଲଗା ହେଲାପରେ ମଧ୍ୟ ଚନ୍ଦ୍ରର ଚାରିକଡରେ ଥିବା ଅର୍ବିଟରେ ରହିବ । ଏହା ଏକ କମ୍ୟୁନିକେସନ ସାଟେଲାଇଟ ଭାବେ କାମ କରିବ ।

ଲାଣ୍ଡର, ରୋଭର ଓ ପ୍ରୋପୁଲସନ ମଡ୍ୟୁଲ ନିଜର କ୍ଷମତାରେ ଚାଲିବେ । ନାସାର ତଥ୍ୟ ଅନୁଯାୟୀ ପ୍ରୋପୁଲସନ ମଡ୍ୟୁଲ ଏକ ବକ୍ସ ଭଳି ଆକାରରେ ତିଆରି ହୋଇଛି । ଏହାସହ ଏହାର ଗୋଟିଏ ପାଶ୍ୱରେ ବଡ଼ ସୋଲାର ପ୍ୟାନେଲ ଖଞ୍ଜା ଯାଇଛି । ଏହାର ଉପରି ଭାଗରେ ଏକ ସିଲିଣ୍ଡର ରହିଛି । ଏହି ସିଲିଣ୍ଡରକୁ ଇଣ୍ଟର ମଡ୍ୟୁଲ ଆଡାପଟର କୋନ୍‌ କୁହାଯାଉଛି । ଏହାର ତଳ ପାର୍ଶ୍ୱରେ ମୁଖ୍ୟ ଥ୍ରୋଷ୍ଟର ନୋଜଲ ରହିଛି ।

ବାକ୍ସ ଆକାରର ଲାଣ୍ଡରରେ ଚାରୋଟି ଲାଣ୍ଡିଂ ଗୋଡ ରହିଛି । ଚାରୋଟି ଲାଣ୍ଡିଂ ଥ୍ରୋଷ୍ଟର ଓ ଏହସହ ସେନସର ରହିଛି । ଯାହା ସୁରକ୍ଷିତ ଭାବେ ପୃଷ୍ଠକୁ ଛୁଇଁବା, ବିପଦକୁ ଏଡାଇବା ଓ ଲାଣ୍ଡିଂର ସ୍ଥାନ ବାବଦରେ ନିର୍ଣ୍ଣୟ ନେବ । ଏହାସହ ଲାଣ୍ଡରରେ X band antenna ରହିଛି ଯାହା ଦ୍ୱାରା ଯୋଗାଯୋଗ କରାଯାଇ ପାରିବ । ରୋଭର ଏକ ଆୟତାକାର ଆକାରର । ଏଥିରେ ୬ଟି ଚକ ରହିଛି । ଏହାସହ ଏକ ନାଭିଗେସନ କ୍ୟାମେରା ରହିଛି ।
ଚନ୍ଦ୍ରୟାନ-୩ରେ ରହିଥିବା ଉପକରଣ

ChasTE ଉପକରଣ ଥର୍ମାଲ କଡକ୍ଟିଭିଟି ସହ ଚନ୍ଦ୍ରପୃଷ୍ଠରେ ରହିଥିବା ପଦାର୍ଥ ତାପମାତ୍ରା ମାପିବ । ଏଥିରେ ଲାଗିଥିବା ILSA, ଲାଣ୍ଡିଂ ସାଇଟରେ seismicityକୁ ମାପିବ । ଏହାସହ ଚନ୍ଦ୍ରପୃଷ୍ଠର ମାଟିକୁ ମଧ୍ୟ ପରୀକ୍ଷା କରିବ । ସେହିପରି ଲାଗିଥିବା LP ଉପକରଣ ପ୍ଲାଜମା ଡେନସିଟିକୁ ମାପିବ । ଏହାସହ ଚନ୍ଦ୍ର ପୃଷ୍ଠରେ ଥିବା ବିଭିନ୍ନ ଧାତୁ ବାବଦରେ ତଥ୍ୟ ସଂଗ୍ରହ କରିବ । ଏହାର ସଫଳତା ପରେ ଚନ୍ଦ୍ର ବାବଦରେ ଆହୁରି ଅନେକ ତଥ୍ୟ ସାମନାକୁ ଆସିବ ବୋଲି ଆଶା କରାଯାଉଛି ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

18 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

26 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

43 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago