ଖୁସି ଖବର ପଠାଇଛି ଚନ୍ଦ୍ରାୟନ-୨, ମହାକାଶରୁ ପଠାଇଛି ପୃଥିବୀର ପ୍ରଥମ ଫଟୋ
![](https://knewsodisha.com/wp-content/uploads/2019/08/chandrayana.jpg)
ମିଶନ୍ ମୁନରେ ଯାଇଥିବା ଚନ୍ଦ୍ରାୟନ-୨ ଚନ୍ଦ୍ରର ନିକଟବର୍ତ୍ତୀ ହେଉଛି। ସାରା ଦେଶ ଏହି ମିଶନର ସଫଳତାକୁ ନେଇ ଅନାଇ ରହିଥିବା ବେଳେ ଖୁସି ଖବର ପଠାଇଛି ଚନ୍ଦ୍ରାୟନ-୨। ମହାକାଶରୁ ପଠାଇଛି ପୃଥିବୀର ପ୍ରଥମ ଫଟୋ। କିଛି ଚମତ୍କାର ଫଟୋ ଏବେ ଇସ୍ରୋର ହସ୍ତଗତ ହୋଇଛି। ଏନେଇ ଟ୍ଵିଟ୍ କରି ଇସ୍ରୋ ପକ୍ଷରୁ ସୂଟନା ଦିଆଯାଇଛି। ଚନ୍ଦ୍ରାୟନ-ଟୁରେ ଲାଗିଥିବା ଖଓ୪ କ୍ୟାମେରାରରେ ଏସବୁ ଫଟୋ ଉତ୍ତୋଳନ ହୋଇଛି। ଗତମାସ ୨୨ ତାରିଖରେ ମିଶନ୍ ଚନ୍ଦ୍ର ଅଭିମୁଖେ ଯାଇଛି ଚନ୍ଦ୍ରୟାନ-୨। ବିଶ୍ୱର ପ୍ରଥମ ସ୍ପେସ୍ ମିଶନ, ଯାହା ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଅବତରଣ କରିବ। ଭାରତର ନିଜସ୍ୱ ଜ୍ଞାନ କୌଶଳ ଜରିଆରେ ଚନ୍ଦ୍ରରେ ଅବତରଣ କରିବ ଲ୍ୟାଣ୍ଡର। ଚନ୍ଦ୍ରରେ ଅବତରଣ କରିବାରେ ଭାରତ ହେବ ଚତୁର୍ଥ ଦେଶ।
ସେହିପରି ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ କ୍ୟୁଆରସାମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଆଜି ଦିନ ୧୧ଟାରେ ଏହି କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରାଯାଇଥିଲା । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଆକାଶମାର୍ଗକୁ ମାଡ଼ କରିପାରିବ । ଡିଆରଡିଓ ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସହାୟତାରେ ସେନାବାହିନୀ ପାଇଁ ବିକଶିତ କରାଯାଇଛି । ଏହାର ଲକ୍ଷଭେଦୀ କ୍ଷମତା ୩୦ କିଲୋମିଟର ବୋଲି ଜଣାପଡ଼ିଛି