ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇବାକୁ ଯାଉଛି ଚାଙ୍ଗୁଡିଦେଇ ପାହାଡ, ଜାଣନ୍ତୁ ଏହା ବିଷୟରେ କିଛି ରୋଚକ ତଥ୍ୟ

ବ୍ରହ୍ମପୁର(କେନ୍ୟୁଜ୍‌): ପାହାଡ ଉପରେ ଥିବା ଅସମ୍ପୂର୍ଣ୍ଣ ମନ୍ଦିର ଏବେ ଲୋକ ଲୋଚନକୁ ଆସିବା ସହ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିବା ପାଇଁ ଯାଉଛି। ପାହାଡ ଉପରୁ ତଳକୁ ଚାହିଁଲେ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳୁଛି ଗଂଜାମ ଜିଲ୍ଲା ଦିଗପହଣ୍ଡି ନିକଟରେ।
ପାହାଡ ଉପରୁ ତଳକୁ ଚାହିଁଲେ ସୁନ୍ଦର ଭାବରେ ଦୃଶ୍ୟ ହୁଏ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ । ଅଙ୍କା ବଙ୍କା ରାସ୍ତା, ସବୁଜ ବନାନୀ ଅନେକ ଜନବସତି । ଆକାଶକୁ ଛୁଇଁ ଗଲା ପରି ମେଘ ମାଳା … ସଫା ଆକାଶରେ ଧଳାର ଆସ୍ତରଣ ମନ ଜିଣିନିଏ।

changudideiଏ ହେଉଛି ଗଂଜାମ ଜିଲ୍ଲା ଦିଗପହଣ୍ଡି ସହରକୁ ଲାଗିରହିଥିବା ଚାଙ୍ଗୁଡିଦେଇ ପାହାଡର ଦୃଶ୍ୟ। ପାହାଡ ଉପରେ ଏବେ ମାଁ ଚାମୁଣ୍ଡାଙ୍କୁ ପୂଜା କରାଯାଉଛି । ପାହାଡ ଚଢି ଯିବା ପାଇଁ କଷ୍ଟ ହେଲେ ବି ଅନେକ ଲୋକ ଯାଇ ପୂଜା କରିବା ସହ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି । ଶହ ଶହ ବର୍ଷ ପୂର୍ବରୁ ଏହି ମନ୍ଦିର ବଡଖେମୁଣ୍ଡି ରାଜ୍ୟର ରାଜାଙ୍କ କିର୍ତ୍ତୀ ରୂପେ ପରିଚିତ ହୋଇଛି। ପୂର୍ବରୁ ଏଠାରେ ପାଣି ଏବଂ ବିଦ୍ୟୁତ ସମସ୍ୟା ଥିବା ବେଳେ ବର୍ତ୍ତମାନ କିନ୍ତୁ ସବୁ ଅସୁବିଧା ଦୂର ହୋଇଛି। ସରକାରଙ୍କ ଦୃଷ୍ଟି ପଡିଲେ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ହୋଇପାରିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

changudidei1ଦିଗପହଣ୍ଡିରୁ ତପ୍ତପାଣି ଗଲାବେଳେ ରାସ୍ତା ପାର୍ଶ୍ବରେ ରହିଛି ଏହି ପାହାଡ। ଏଠାରେ ଲୋକମାନେ ଗିରି ଗୋବର୍ଧନ ପୂଜା କରୁଥିଲେ ।୧୯୧୮ ମସିହାରେ ତତ୍କାଳୀନ ରାଜା କୃପାମୟ ଦେବ ଏହି ମନ୍ଦିର ନିର୍ମାଣ କରିଥିଲେ କିନ୍ତୁ ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନଥିଲା। ଏହାପରେ ୨୦୧୮ ମସିହାରେ ମହେନ୍ଦ୍ରଗିରିର ଲକ୍ଷ୍ମୀ ବାବା ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ କରିଥିଲେ। ଉଲ୍ଲେଖ ରହିଛି ରାଜା ହାତୀ ପିଠିରେ ଇଟା, ପଥର ନେଇ ମନ୍ଦିରର ନିର୍ମାଣ କାର୍ଯ୍ୟ କରିଥିଲେ। ତେବେ ଏହି ସ୍ଥାନର ବିକାଶ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସଂସ୍କୃତି ଗବେଷକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.