ରୋଗ, ଭୟରୁ ଦୂରେଇ ରହିବା ପାଇଁ ଘରେ ବଜରଙ୍ଗବଲୀଙ୍କ କରନ୍ତୁ ଏମିତି ପୂଜା, ମିଳିବ ଫାଇଦା

ସଙ୍କଟ କଟୈ ମିଟେ ସବ ପୀଡ଼ା।
ଯୋ ସୁମିରେ ହନୁମତ ବଲବୀରା।।

ସଙ୍କଟମୋଚନ ହନୁମାନ ନିଜ ସବୁ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି । ଅର୍ଥାତ ସଙ୍କଟ ସମୟରେ ଯେଉଁ ଭକ୍ତ ତାଙ୍କୁ ପ୍ରାର୍ଥନା କରେ ସେ ତାର ସବୁ ପୀଡ଼ା ନାଶନ କରିଦିିଅନ୍ତି । ବଜରଙ୍ଗବଲୀଙ୍କ ଆରଧନା କଲେ ଭକ୍ତର ଜୀବନରେ ଖୁସି ଭରିଯାଇଥାଏ । ରୋଗ, ଭୟ ସବୁ ଦୂର ହୋଇଯାଏ । ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏପରି କିଛି ନିୟମ ରହିଛି ଯାହା ସହାୟତାରେ ପବନପୁତ୍ର ହନୁମାନଙ୍କ କୃପା ଲାଭ କରାଯାଇ ପାରିବ । ତେବେ ଆଜି ଚାଲନ୍ତୁ ଜାଣିବା ସେ ସଂପର୍କରେ ।

ପ୍ରତିଦିନ ଆପଣ ହନୁମାନ ଚାଳିଶା ପଢ଼ିବା ଦ୍ୱାରା ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ । ଖାସ କରି ମଙ୍ଗଳବାରକୁ ହନୁମାନଙ୍କ ଦିନ ମନାଯାଏ । ଏହିଦିନ ହନୁମାନ ଚାଳିଶା ପଢ଼ିବା ସହ ଗାଈକୁ ରୋଟି ଖାଇବାକୁ ଦେଲେ ଶୁଭ ମନାଯାଏ । ଏହାସହ ମନ୍ଦିରରେ ନଡ଼ିଆ ବା ଶ୍ରୀଫଳ ମଧ୍ୟ ଅର୍ପଣ କରିପାରିବେ । ଧ୍ୱଜା ଦାନ କରିପାରିବେ । ଏହା କରିବା ଦ୍ୱାରା ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସେ । ମଙ୍ଗଳବାର ଦିନ ଗରୀବ ଲୋକଙ୍କୁ ଦାନ କରିବା ଉଚିତ । ଏହିଦିନ ଲାଲ ରଙ୍ଗକୁ ଶୁଭ ମନାଯାଏ । ତେଣୁ ଆପଣ ଲାଲ ଜିନିଷ ବ୍ୟବହାର କରିବା ସହ ନାଲି ଜାତୀୟ ଖାଦ୍ୟ ଖାଇପାରିବେ।

ଶନିବାର ଦିନକୁ ମଧ୍ୟ ହନୁମାନଙ୍କ ଦିନ ମନାଯାଏ । ଏହିଦିନ ଭଗବାନ ଶନିଙ୍କ ସହ ପ୍ରଭୁ ସଙ୍କଟମୋଚନଙ୍କ ପୂଜା କରାଯାଏ । ଏହିଦିନ ବରଗଛକୁ ପୂଜା କରିବା ସହ ଗଙ୍ଗା ଦୀପରେ ରାଶି ତେଲରେ ଦୀପ ଜାଳିବା ଉଚିତ । ଧ୍ୟାନ ରଖିବେ ,ବଜରଙ୍ଗବଲିଙ୍କୁ ଦକ୍ଷିଣ ଦିଗକୁ ମୁହଁ କରି ପୂଜା କଲେ ପ୍ରଭୁଙ୍କ ଆଶିର୍ବାଦ ଶୀଘ୍ର ପ୍ରାପ୍ତ ହୋଇଥାଏ । କାରଣ ଏହି ଦିଗରେ ଭଗବାନ ଅଧିକ ବଳଶାଳୀ ହୋଇଥାନ୍ତି । ଏହିଦିନ ଭୁଲରେ ବି କାହାକୁ ଧନ ଦିଅନ୍ତୁ ନାହିଁ କିମ୍ବା କାହାଠୁ ଧନ ଆଣନ୍ତୁ ନାହିଁ । ଏହି ଦିନ ସାତ୍ତ୍ୱି କ ଭୋଜନ କରିବା ନାରୀମାନେ ଶୃଙ୍ଗାର ଜିନିଷ କିଣିବାକୁ ଶୁଭ ମନାଯାଏ ।

Leave A Reply

Your email address will not be published.