ଶୋଇବା ପୂର୍ବରୁ କରନ୍ତୁ ଏହି ୨ ମନ୍ତ୍ରର ଜପ, ଦୁଶ୍ଚିନ୍ତା ମୁକ୍ତି ସହ ଆସିବ ସୁନ୍ଦର ନିଦ

ଆଜିକାଲି ସମୟରେ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଚିନ୍ତାଗ୍ରସ୍ତ ରହିଛନ୍ତି । ବ୍ୟସ୍ତତା ଜୀବନ ମଧ୍ୟରେ କିଛି କ୍ଷଣ ଶାନ୍ତିରେ ନିଦ୍ରା ଯିବା ବଡ କଠିନ । ବିଳମ୍ବିତ ରାତି ଯାଏ ଚେଇଁ ରହିବା ଓ ସକାଳ ଡେରି ଯାଏ ଶୋଇବା ନିଦ୍ରାହିନତାର ବଡ଼ କାରଣ ହୋଇଥାଏ । ଆଜିକାଲି ଲୋକେ ଶୋଇବା ସମୟରେ ମଧ୍ୟ ନିଜର ଇଚ୍ଛା ପୂର୍ତ୍ତି କଥା ଚିନ୍ତା କରି ବ୍ୟସ୍ତ ହୋଇଥାନ୍ତି ।

ଯାହାକି ନିଦ୍ରାରେ ବାଧା ସୃଷ୍ଟି କରିଥାଏ । ଜ୍ୟୋତିଷ ଶାସ୍ତ୍ରରେ ମନ୍ତ୍ର ଜପକୁ ବହୁତ ମହତ୍ୱ ଦିଆଯାଇଥାଏ । ମନ୍ତ୍ର ଜପ ନା କେବଳ ଆପଣଙ୍କ ମନରେ ଶାନ୍ତି ଦେଇଥାଏ,ଏହା ଆପଣଙ୍କ ଦୁଶ୍ଚିନ୍ତା କମ କରିବାରେ ସହାୟକ ହୋଇଥାଏ । ଶୋଇବା ସମୟରେ ଏହି ମନ୍ତ୍ରର ଜପ କରିବା ଦ୍ୱାରା ଆପଣଙ୍କୁ ଭଲ ନିଦ ଆସିଥାଏ । ଥରେ ଜୀବନରେ ଆପଣାଇ ଦେଖନ୍ତୁ ଏହି ମନ୍ତ୍ରକୁ ।

ମନ୍ତ୍ର – ‘ ଯା ଦେବୀ ସର୍ବଭୂତେଷୁ ନିଦ୍ରା ରୂପେଣ ସଂସ୍ଥିତା ।
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ।।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୁର୍ଗା ସପ୍ତଶତୀଙ୍କ ଏହି ମନ୍ତ୍ରର ଜପ ୧୧ ବା ୨୧ ଥର ଶୋଇବା ପୂର୍ବରୁ ଜପ କରନ୍ତୁ । ଏହି ମନ୍ତ୍ରର ନିୟମିତ ଜପ ଆପଣଙ୍କୁ ଭଲ ନିଦ ଆଣିବାରେ ସହାୟକ ହୋଇଥାଏ । ଏଥିସହ ଅନିଦ୍ରା ଓ ମାନସିକ ଦୁଶ୍ଚିନ୍ତା ଭଳି ସମସ୍ୟାରେ ମଧ୍ୟ ଲାଭକାରୀ ମନାଯାଇଥାଏ ।

ମନ୍ତ୍ର – ବାରଣସ୍ୟାଂ ଦକ୍ଷିଣେ ତୁ କୁକ୍କଟୋ ନାମ ବୈ ଦ୍ୱିଜଃ ।
ତସ୍ୟ ସ୍ମରଣମାତ୍ରେଣ ଦୁଃସ୍ୱପ୍ନଃ ସୁଖଦୋ ଭବେତ୍‌ ।।

ବହୁବାର କିଛି ଲୋକଙ୍କୁ ଖରାପ ସ୍ୱପ୍ନ ଓ ଭୟର କାରଣ ଯୋଗୁ ମଧ୍ୟ ନିଦ ଆସିନଥାଏ । ଏମିତିରେ ଯଦି ଆପଣଙ୍କୁ ଏହି ଅସୁବିଧା ହେଉଥାଏ,ତେବେ ଶୋଇବା ପୂର୍ବରୁ ଆପଣଙ୍କ ହାତ ଗୋଡ ଧୋଇ ଶାନ୍ତିର ସହ ଆସନ ଉପରେ ବସି ଏହି ମନ୍ତ୍ରକୁ ଦୈନିକ ୧୦୮ ଥର ଜପ କରନ୍ତୁ ।

Leave A Reply

Your email address will not be published.