ଚନ୍ଦ୍ର ଗ୍ରହଣ ସମୟରେ ଏହି ମନ୍ତ୍ରର ଜପ ଜୀବନର ସବୁ ସମସ୍ୟାର କରିଥାଏ ଅନ୍ତ, ଜାଣନ୍ତୁ କେମିତି କରିବେ ଜପ

୨୦୨୨ ର ପ୍ରଥମ ଚନ୍ଦ୍ର ଗ୍ରହଣ ୧୬ ମଇ ସକାଳେ ଘଟିବାକୁ ଯାଉଛି । ଗ୍ରହଣ ସକାଳ ୮ଟା ୧୦ ମିନିଟରେ ଆରମ୍ଭ ହୋଇ ୧୦ ଟା ୨୩ ମିନିଟ ଯାଏ ରହିବ । ଗ୍ରହଣ ବିଚ୍ଛା ରାଶି ଓ ବିଶାଖା ନକ୍ଷତ୍ରରେ ଲାଗିବ । ଧାର୍ମିକ ଦୃଷ୍ଟିରୁ ଗ୍ରହଣକୁ ଅଶୁଭ ମନାଯାଏ । ଯେଉଁଥିପାଇଁ କେତେକ କାମକୁ ବାରଣ କରାଯାଇଛି । ହେଲେ ଯଦି ଗ୍ରହଣ ସମୟରେ କିଛି ମନ୍ତ୍ରକୁ ଜପ କରିଦିଆଯାଏ ତେବେ ଗ୍ରହଣର ଖରାପ ପ୍ରଭାବରୁ ରକ୍ଷା ପାଇପାରିବେ । ଏଥି ସହ ବହୁ ପ୍ରକାର ଲାଭ ମଧ୍ୟ ପାଇବେ ।

ଏହି ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହୋଇଥିବାରୁ ଏହାର ଦୃଶ୍ୟ ଦକ୍ଷିଣ-ପଶ୍ଚିମ ୟୁରୋପ, ଉତ୍ତର ଆମେରିକା, ଦକ୍ଷିଣ ପଶ୍ଚିମ ଏସିଆ, ପ୍ରଶାନ୍ତ ମହାସାଗର, ହିନ୍ଦ ମହାସାଗର, ଆଫ୍ରିକା, ଦକ୍ଷିଣ ଆମେରିକା, ଆଟଲାଣ୍ଟିକା ଓ ଆଣ୍ଟାରଟିକାକୁ ରହିବ । ଗ୍ରହଣ ଦିନ ବୁଦ୍ଧ ପୂର୍ଣ୍ଣିମା ପଡୁଛି । ଗ୍ରହଣର ସୂତକ ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯାଇଥାଏ ।

ଗ୍ରହଣ ବେଳେ ଏହି ମନ୍ତ୍ର କରନ୍ତୁ ଜପ :

ଭଗବାନ ବିଷ୍ଣୁଙ୍କ ମନ୍ତ୍ର :

– ଓଁ ନମଃ ଭଗବତେ ବାସୁଦେବାୟ ।

ଭଗବାନ ଶିବଙ୍କ ମନ୍ତ୍ର :

–  ଓଁ ନମଃ ଶିବାୟ

–   ଓଁ ତତ୍‌ ପୁରୁଷାୟ ବିଦ୍ମହେ, ମହାଦେବାୟ ଧିମହି, ତନ୍ନୋ ରୁଦ୍ରଃ ପ୍ରଚୋଦୟାତ୍‌ ।

ଶତ୍ରୁଙ୍କ ଠାରୁ ରକ୍ଷା ପାଇବା ପାଇଁ :

– ଓଁ ହ୍ରୀଂ ବଗଳାମୁଖୀ ଦେବୈ ସର୍ବ ଦୁଷ୍ଟାନାମ ବାଚଂ ମୁଖଂ ପଦମ୍‌ ସ୍ତମ୍ଭୟ ଜିହ୍ଵାମ୍‌ କୀଳୟ କୀଳୟ ବୁଦ୍ଧିମ୍‌ ବିନାଶାୟ ହ୍ରୀଂ ଓଁ ନମଃ  ।

ଲକ୍ଷ୍ମୀ ପ୍ରାପ୍ତି ପାଇଁ ତାନ୍ତ୍ରିକ ମନ୍ତ୍ର :

– ଓଁ ଶ୍ରୀଂ ହ୍ରୀଂ କ୍ଳୀଂ ଏଂ ଓଁ ସ୍ୱାହାଃ

ଚାକିରି ଓ ବେପାର ବଢ଼ାଇବା ପାଇଁ :

– ଓଁ ଶ୍ରୀଂ ହ୍ରୀଂ ଶ୍ରୀଂ କମଳେ କମଳାଳୟେ ପ୍ରସୀଦ-ପ୍ରସୀଦ ଶ୍ରୀଂ ହ୍ରୀଂ ଶ୍ରୀଂ ମହାଲକ୍ଷ୍ମୈ ନମଃ ।

ଗର୍ଭବତୀ ସ୍ତ୍ରୀଙ୍କ ପାଇଁ ମନ୍ତ୍ର :

– ଓଁ କ୍ଳୀଂ ଦେବକୀସୂତ ଗୋବିନ୍ଦ ବାସୁଦେବ ଜଗତପତେ
ଦେହି ମେ ତନୟଂ କୃଷ୍ଣା ତ୍ୱାମହଂ ଶରଣଂ ଗତଃ କ୍ଳୀଂ ଉଂ ।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.