ପ୍ରେସର କୁକରରେ ଫଟାଫଟ୍ ରୁଟି ତିଆରି ହେବାର ଭିଡିଓ ହେଲା ଭାଇରାଲ, ଦେଖନ୍ତୁ
ସୋସିଆଲ ମିଡିଆରେ ଲୋକମାନେ ଆଜିକାଲି ଭାଇରାଲ ହେବା ପାଇଁ କିଛି ବି ପୋଷ୍ଟ କରୁଛନ୍ତି । ଏମିତି ଅଜବ ଘଟଣା ଦେଖିବାକୁ ମିଳୁଛି, ଯାହା ପାଇଁ କିଛି ପ୍ରଶଂସାର ପାତ୍ର ପାଲଟୁଛନ୍ତି ତ ଅନ୍ୟ କିଏ ଟ୍ରୋଲର୍ସଙ୍କ ସାମ୍ନା କରୁଛନ୍ତି । ଏବେ ଆମେ ଏମିତି ଏକ ଘଟଣା ସଂପର୍କରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ଛୋଟ ବେଳୁ ଆମେ ସମସ୍ତେ ଜାଣିଛେ ଯେ, ମାଆ ତାୱାରେ ରୁଟି ତିଆରି କରି ଘରେ ଖାଇବାକୁ ଦେଇଥାନ୍ତି । ରୁମାଲୀ ରୋଟି ଓ ତନ୍ଦୁରୀ ରୋଟି ପାଇଁ କୌଶଳ ଅଲଗା ରହିଛି । କିନ୍ତୁ ଘରର ନିୟମିତ ରୁଟି ତାୱାରେ ହିଁ ହୋଇଥାଏ । କିନ୍ତୁ ଏଠାରେ ମହିଳା ଜଣକ ପ୍ରେସର କୁକରରେ ରୁଟି ତିଆରି କରୁଛନ୍ତି ।
ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ଏହାକୁ ଦେଖି ଲୋକମାନେ କହିଛନ୍ତି ଯେ, ଭାରତୀୟ ମାନଙ୍କ ସହ ଯୁଗାଡ଼ ମାମଲାରେ କେହି ବି ଆଗେଇ ପାରିବେ ନାହିଁ । ଆପଣ ବି ଦେଖନ୍ତୁ ଥରେ ଏହି ଭିଡିଓ..
ଏହାକୁ Fun N Fashion ନାମକ ୟୁଟୁବ ଚ୍ୟାନେଲ ସେୟାର କରିବା ସହ ଏହା ଏବେ ସବୁଆଡେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଲୋକେ ଯେତିକି ଖୁସି ହେଉଛନ୍ତି ସେତିକି ଆଶ୍ଚର୍ଯ୍ୟ ମଧ୍ୟ । ଏହାକୁ ୧୫୦୦ରୁ ଅଧିକ ଲୋକ ଦେଖିସାରିଛନ୍ତି । କିନ୍ତୁ ଏହାକୁ ନେଇ ସୁରକ୍ଷିତ ରହିବାର ପ୍ରାଶ୍ନ ମଧ୍ୟ ଉଠିଛି । ଖାଲି ପ୍ରେସରରେ ବିନା ପାଣିରେ କୁକରରେ ସିଟି ଦେବା ଟେକନିକ୍ କୁ ଦେଖି ଲୋକ ସୁରକ୍ଷିତ ରହିବାର ପ୍ରଶ୍ନ ଉଠାଇଛନ୍ତି ।