ସ୍ପେଶାଲ

ବଡ଼ ଠାକୁରଙ୍କ ବଡ଼ ରଥ ‘ତାଳଧ୍ୱଜ’, ଜାଣନ୍ତୁ ବଳଭଦ୍ରଙ୍କ ରଥର ସ୍ୱତନ୍ତ୍ରତା

ଆଉ ଦୁଇଟା ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବି ଜୋରସୋରରେ ଚାଲିଛି। ଇତି ମଧ୍ୟରେ ସୁସ୍ଥ ହୋଇଛନ୍ତି ତିନି ଦିଅଁ। ଏଣୁ ବୁଧବାର ଅନୁଷ୍ଠିତ ହେଉଛି ନବଯୌବନ ଦର୍ଶନ। ୧୪ ଦିନ ଧରି ଜ୍ୱରରେ ପୀଡ଼ିତ ହେବା ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ବଡ଼ ଦିଅଁ ବଳଭଦ୍ର। ସୁସ୍ଥ ହୋଇସାରି ପ୍ରଥମେ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର। ତା’ ପରେ ରଥରେ ବସି ବୁଲିଯିବେ ମାଉସୀ ଗୁଣ୍ଡିଚାଙ୍କ ଘରକୁ।

ତିନି ଦିଅଁଙ୍କ ଏହି ପ୍ରସିଦ୍ଧ ଯାତ୍ରା ପାଇଁ ରଥ ବି ପ୍ରସ୍ତୁତ ଆଉ ପଥ ବି। କେବଳ ଅପେକ୍ଷା ମହାପ୍ରଭୁଙ୍କୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ନନ୍ଦିଘୋଷରେ, ବଡ଼ ଦିଅଁ ବଡ଼ଠାକୁର ତାଳଧ୍ୱଜରେ ଓ ଦେବୀ ସୁଭଦ୍ରା ଦେବ ଦଳନ ବା ଦର୍ପ ଦଳନରେ ବସି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ତେବେ ୩ ଠାକୁରଙ୍କ ୩ ରଥର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ। ଆଜି ଆସନ୍ତୁ ଜାଣିବା ବଳଭଦ୍ରଙ୍କ ରଥ ତାଳଧ୍ୱଜ ବିଷୟରେ…

ବଡ଼ ଠାକୁର, ବଡ଼ ଦିଅଁ ତଥା ବଡ଼ ଭାଇ ବଳଭଦ୍ରଙ୍କ ରଥର ନାଁ ହେଉଛି ତାଳଧ୍ୱଜ। କେହି କେହି ଏହାକୁ ଲଙ୍ଗଳ ଧ୍ୱଜ ବୋଲି ମଧ୍ୟ କହିଥାନ୍ତି। ତାଳଧ୍ୱଜ ରଥ ପାଇଁ ମୋଟ୍‌ ୭୩୧ ଖଣ୍ଡ କାଠ ବ୍ୟବହୃତ ହୋଇଥାଏ। ଏହି ରଥର ଚକ ସଂଖ୍ୟା ୧୪। ପ୍ରତି ଚକର ବ୍ୟାସ ହେଉଛି ୬ଫୁଟ୍‌ ୦୬ ଇଞ୍ଚ୍‌। ଏହି ରଥର ଉଚ୍ଚତା ୪୫ ଫୁଟ୍‌। ବଳଦେବଙ୍କ ରଥର ରକ୍ଷକ ହେଉଛନ୍ତି ବାସୁଦେବ। ନନ୍ଦ ଓ ସୁନନ୍ଦ ହେଉଛନ୍ତି ବଳଭଦ୍ରଙ୍କ ରଥର ଦ୍ୱାରପାଳ।

ବଳଦେବଙ୍କ ରଥର ସାରଥୀ ହେଉଛନ୍ତି ମାତଳୀ। ରଥର ଅସ୍ତ୍ର ହେଉଛି ହଳ ଓ ମୁସଳ। ଏହି ରଥରେ ଶଙ୍ଖ, ସୁଚିତ୍ର, ଅଙ୍ଗଦ ଓ ମେଘନାଦ ପ୍ରମୁଖ ୪ଟି ଘୋଡ଼ା ରହିଥାନ୍ତି। ସମସ୍ତ ଘୋଡ଼ାର ରଙ୍ଗ କଳା। ବଳଭଦ୍ରଙ୍କ ରଥ ଦଉଡ଼ିର ନାଁ ବାସୁକୀ। ଏହି ରଥର ରଙ୍ଗ ଲାଲ ଓ ସବୁଜ। ଏହି ରଥର ପତାକାର ନାମ ହେଉଛି ଉନ୍ନନି। ବଳଭଦ୍ରଙ୍କ ରଥରେ ପାର୍ଶ୍ୱଦେବା ଦେବୀଙ୍କ ମଧ୍ୟରେ ଅଛନ୍ତି ଗଣେଶ, କାର୍ତ୍ତିକେୟ, ସର୍ବ ମଙ୍ଗଳା, ମୃତ୍ୟୁଞ୍ଜୟ, ପ୍ରଳମ୍ବରୀ, ହଳଯୁଦ୍ଧା, ନଟମ୍ବର, ମୁକ୍ତେଶ୍ୱର ଓ ଶେଷ ଦେବ ପ୍ରମୁଖ ଦେବତା। ଏହି ରଥରେ ଋଷି ସମୂହଙ୍କ ମଧ୍ୟରେ ଅଛନ୍ତି କ୍ରତୁ, ପୁଲହ, ପୁଲସ୍ତ, ଅତ୍ରି ପ୍ରମୁଖ ଋଷି।

ବଡ଼ ଠାକୁର ରଥରେ ବସି ପ୍ରଥମେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ତାଙ୍କ ପରେ ସାନ ଭଉଣୀ ସୁଭଦ୍ରା ଓ ସର୍ବ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗହଳି ଲଗାଇ ନବ ଦିନାତ୍ମକ ଯାତ୍ରା କରିଥାନ୍ତି।

Also Read: ନନ୍ଦିଘୋଷରେ ଚଢ଼ି ଝୁଲି ଝୁଲି ଆସିବେ କାଳିଆ ରାଜା, ଜାଣନ୍ତୁ ମହାପ୍ରଭୁଙ୍କ ରଥର ସ୍ୱତନ୍ତ୍ରତା

WCW 11

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

15 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

24 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

58 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago