ଏହି ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣାରେ ଦିଆଯିବ କଣ୍ଡୋମ, ଜାଣନ୍ତୁ କେଉଁଠି?

ଆମେରିକାର ଚିକାଗୋରେ ଥିବା ବିଦ୍ୟାଳୟଗୁଡ଼ିକ ପାଇଁ ଏଭଳି ଆଦେଶ ଜାରି କରାଯାଇଛି, ଯାହାକୁ ସୋସିଆଲ ମିଡିଆରେ ତୀବ୍ର ଆଲୋଚନା କରାଯାଉଛି । ନୂତନ ପଲିସି ଅନୁଯାୟୀ ବର୍ତ୍ତମାନ ବିଦ୍ୟାଳୟଗୁଡିକରେ ପଞ୍ଚମ ଓ ତଦୁର୍ଦ୍ଧ୍ୱ ଶ୍ରେଣୀ ପିଲାମାନଙ୍କ ପାଇଁ ମାଗଣାରେ କଣ୍ଡୋମ ଦେବା ବ୍ୟବସ୍ଥା କରିବାକୁ ପଡିବ । ବାସ୍ତବରେ ଚିକାଗୋ ପବ୍ଲିକ୍ ସ୍କୁଲ୍ ଶିକ୍ଷା ବୋର୍ଡ ଏକ ନୂତନ ପଲିସି ଆପଣାଇଛି । ଏହି ପଲିସି ଅନୁଯାୟୀ ପଞ୍ଚମ ଓ ତଦୁର୍ଦ୍ଧ୍ୱ ଶ୍ରେଣୀର ପିଲାମାନଙ୍କ ପାଇଁ ମାଗଣା କଣ୍ଡୋମ ଦେବା ବ୍ୟବସ୍ଥା କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପଲିସି ଅନୁଯାୟୀ ବିଦ୍ୟାଳୟଗୁଡ଼ିକ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କଣ୍ଡୋମ ବ୍ୟବସ୍ଥା କରିବେ । ଏହା ଯୁକ୍ତି କରାଯାଉଛି ଯେ ଏହା ପିଲାମାନଙ୍କୁ ଯୌନ ସଂକ୍ରମଣ, ଏଚ୍.ଆଇ.ଭି ସଂକ୍ରମଣ ଓ ଅବାଞ୍ଛିତ ଗର୍ଭଧାରଣରୁ ଦୂରେଇ ରଖିବ ।

ବର୍ତ୍ତମାନ କରୋନା ଭାଇରସ କାରଣରୁ ଚିକାଗୋର ସ୍କୁଲଗୁଡିକ ବନ୍ଦ ରହିଛି । ଯାହା ଆସନ୍ତା ମାସରେ ଖୋଲିବ । ବିଦ୍ୟାଳୟ ଖୋଲିବା ମାତ୍ରେ ନୂତନ ପଲିସି କାର୍ଯ୍ୟକାରୀ ହେବ । ନୂତନ ନିୟମ ଘୋଷଣା ପରେ ଲୋକମାନେ ସୋସିଆଲ ମିଡିଆରେ ଏହାକୁ ନେଇ ନିଜ ତୀବ୍ର ପତିକ୍ରିୟା ଦେଉଛନ୍ତି । ଲୋକମାନେ ଏହି ପଲିସି ଉପରେ ପ୍ରଶ୍ନ କରୁଛନ୍ତି । ପିଲାମାନଙ୍କର ପିତାମାତା ଓ ଲୋକମାନେ ଏହାକୁ ଲଜ୍ଜାଜନକ ଓ ଅସୁସ୍ଥ ମାନସିକତା ବୋଲି କହୁଛନ୍ତି ।

ଏକ ତଥ୍ୟ ଅନୁଯାୟୀ, ନୂତନ ପଲିସି ଡିସେମ୍ବର ୨୦୨୦ ରେ କାର୍ଯ୍ୟକାରୀ ହେବାରଥିଲା, କିନ୍ତୁ କରୋନା ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା । ଚିକାଗୋ ପବ୍ଲିକ୍ ସ୍କୁଲ୍ (ସିପିଏସ୍) କହିଛି ଯେ ଛାତ୍ରମାନଙ୍କ ମଧ୍ୟରେ ଏଚ୍.ଆଇ.ଭି ସଂକ୍ରମଣ ଓ ଅବାଞ୍ଛିତ ଗର୍ଭଧାରଣ ସମେତ ଯୌନ ସଂକ୍ରମିତ ରୋଗର ବିସ୍ତାରକୁ ହ୍ରାସ କରିବା ପାଇଁ ଚାଲିଥିବା ପ୍ରୟାସର ଏକ ଅଂଶ ଭାବରେ ଚିକାଗୋ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କଣ୍ଡୋମ ମାଗଣାରେ ଯୋଗାଇ ଦିଆଯିବ ।

Leave A Reply

Your email address will not be published.