ଖେଳରେ ଖେଳରେ ମାଲବାହୀ ଟ୍ରେନ ଇଞ୍ଜିନ ତଳକୁ ଆସିଗଲା ୨ ବର୍ଷର ଶିଶୁ, ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ଆଗ୍ରା ବଲ୍ଲଭଗଢ଼ ରୁ ଏକ ଏମିତି ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଦୁଇଜଣ ମାଲଗାଡି ଡ୍ରାଇଭର ହଠାତ୍ ମାଲବାହୀ ଟ୍ରେନର ଆପାତକାଳୀନ ବ୍ରେକ ଲଗାଇଲେ। ସାମ୍ନାରେ ଥିଲା ଏକ ଦୁଇ ବର୍ଷର ଛୋଟ ଶିଶୁ। ତୁରନ୍ତ ବ୍ରେକ ଲଗାଇବା ପରେ ବି ଇଞ୍ଜିନ ସେହି ଛୋଟ ଶିଶୁଟି ଉପରେ ଚଢ଼ିଗଲା, ଆଉ ପିଲାଟି ରହିଗଲା ଇଞ୍ଜିନ ତଳେ। ଉଭୟେ ଟ୍ରେନ ଚାଳକ ଭାବିଲେ ବୋଧ ହୁଏ ପିଲାଟି ମରିଗଲା କିନ୍ତୁ ପାଖକୁ ଯାଇ ଦେଖିଲେ ତ ପିଲାଟି ଜୋର ଜୋର ରେ କାନ୍ଦୁଛି।
ସୂଚନା ମୁତାବକ ଟ୍ରେନଟି ଦିଲ୍ଲୀରୁ ଆଗ୍ରା ଯାଉଥିଲା। ବଲ୍ଲଭଗଢ଼ ରେଳ ଷ୍ଟେସନରୁ ବାହାରି ଏହି ମାଲବାହୀ ଟ୍ରେନର ଗତି କମ୍ ଥିଲା। ଲୋକୋପାଇଲଟ ଯେମିତି ହିଁ ରେଳ ଧାରଣାରେ ପିଲାଟିକୁ ଦେଖିଲେ ତୁରନ୍ତ ବ୍ରେକ ମାରିଲେ, କିନ୍ତୁ ସେତେବେଳକୁ ପିଲାଟି ଇଞ୍ଜିନ ତଳେ ଆସିସାରିଥିଲା। ତେବେ ଘଟଣା ସମ୍ପର୍କରେ ଆଗ୍ରା ରେଳ ଡିଭିଜନର କର୍ମସିଆଲ ମ୍ୟାନେଜର ନିଜ ବୟାନରେ କହିଛନ୍ତି ଯେ ଦୁଇ ବର୍ଷର ଏହି ପିଲାଟି ନିଜ ୧୪ ବର୍ଷିୟ ଭାଇ ସହିତ ଖେଳୁଥିଲା। ମଜାକ ମଜାକ ଆଉ ଖେଳରେ ଖେଳରେ କେହି ତାକୁ ରେଳ ଧାରଣାରେ ଛାଡି ଦୌଡି ପଳାଇଗଲା, ଯାହାପରେ ଏହି ଦୁର୍ଘଟଣା ଘଟିଗଲା।
ଶିଶୁଟର ଭାଗ୍ୟ ତାକୁ ସାଥ୍ ଦେଲା ଆଉ ଏତେ ବଡ ବିପଦରୁ ରକ୍ଷା ପାଇଗଲା। ଦୁଇ ଲୋକୋପାଇଲଟ ଇଞ୍ଜିନ ତଳୁ ପିଲାଟିକୁ ଉଦ୍ଧାର କରି ଶିଶୁର ମାକୁ ଡାକିଥିଲେ। ଯାହାପରେ ପିଲାଟିକୁ ତାର ମା ପାଖରେ ଛଡାଗଲା। ତେବେ ଏହି ଘଟଣାରୁ ଗୋଟିଏ କଥା ମନରେ ଆସୁଛି ରଖେ ହରି ତ ମାରେ କିଏ?
ये वीडियो देखकर ही रोंगटे खड़े हो गए। वायरल वीडियो आगरा-वल्लभगढ़ रुट का बताया जा रहा है। कुछ लोगों ने शरारत में छोटे से बच्चे को रेलवे ट्रैक पर लाकर खड़ा कर दिया। लेकिन ट्रेन पायलट की सूझबूझ से बचा हादसा… बच्चा इंजन में फंस गया था…#viralvideo@Uppolice please check… pic.twitter.com/lKrkg2xfnu
— Naval Kant Sinha | नवल कान्त सिन्हा (@navalkant) September 23, 2020