ମାଆର ମୃତ୍ୟୁ ହେଲେ ବି ପିଲା ଜନ୍ମ ହୋଇପାରିବ, ଜାଣନ୍ତୁ କେମିତି

ଦୁନିଆରେ ଜୀବନ ମରଣ ସତ୍ୟ । ତାଛଡା ଆଉ ସବୁ କିଛି ମିଛ । ଯିଏ ଥରେ ଜନ୍ମ ନେଇଛି ସେ ଦିନେ ନା ଦିନେ ମୃତ୍ୟୁବରଣ କରିବ । ଏହା ଦୁନିଆର ସତ ବୋଲି କୁହାଯାଏ । କିନ୍ତୁ ମୃତ୍ୟୁ ପରର ବି ଏକ ଦୁନିଆ ରହିଛି ଯାହାକୁ ନେଇ କାହାକୁ ବି ଜଣାନାହିଁ । ଯଦିଓ ଏହାକୁ ନେଇ ପ୍ରତିଦିନ ଚାଲିଛି ଗବେଷଣା । କିନ୍ତୁ ଆଜି ଯାଏଁ କେହି ବି କେହି ବି ମୃତ୍ୟୁର ରହସ୍ୟକୁ ବୁଝିପାରିନାହାନ୍ତି କି ଭେଦ କରିପାରିନାହାନ୍ତି । କିଛି ଲୋକେ ତ ଏଭଳି କହନ୍ତି କି ସେମାନେ ମୃତ୍ୟୁର ଏକଦମ ପାଖରୁ ଫେରି ଆସିଛନ୍ତି ଆଉ ମୃତ୍ୟୁ ପରର ଦୁନିଆକୁ ବି ଦେଖିଛନ୍ତି । ହେଲେ ପ୍ରକୃତରେ ତାହା କେବଳ କୁହାକଥା ହୋଇ ରହିଯାଇଛି । ସତରେ କଣ ଏହାର ରହସ୍ୟ କେବେ ଖୋଲିବ ନାଁ କଥାରେ ଥିବା କଥା ନିଜେ ନମଲା ଯାଏଁ ସ୍ୱର୍ଗ ଦେଖିବନି । ଏସବୁକୁ ନେଇ ତ ଅନେକ କିଛି କଥା କହିଛି ହେଲେ ଆଜି ଆମେ ଏମିତି ଏକ କଥା କହିବୁ ଯାହାକୁ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।

ସାଧାରଣତ ମୃତ୍ୟୁ ପରେ ମଣିଷ ଏକଦମ ଶାନ୍ତ ହୋଇୟାଏ । ଏହାପରେ କିଛି ବି ଜଣାପଡେନାହିଁ କି ଆଖପାଖରେ କଣ ହୋଇଥାଏ । ବଞ୍ଚିଥିବା ଲୋକ ସବୁବେଳେ ଏହା ଜାମିବା ପାଇଁ ଇଚ୍ଛା ରଖିଥାନ୍ତି କି ମୃତ୍ୟୁ ପରେ କଣ ହୋଇଥାଏ । ମୃତ୍ୟୁ ପରେ ଜୀବନ ଥାଏ ବା ନଥାଏ । ଆତ୍ମାର ଗତି କୁଆଡେ ରହେ । ଏମିତି କେତେ କଣ ମୁଣ୍ଡରେ ପ୍ରଶ୍ନ ହୋଇ ଉଙ୍କିମାରେ । କିନ୍ତୁ ଉତ୍ତର କାହା ପାଖରେ ନଥାଏ । ଆଜି ଏହି ମୃତ୍ୟୁକୁ ନେଇ ବା ମୃତ ଶରୀରକୁ ନେଇ ଆମର ଭିଡିଓ ଯାହା ଆପଣଙ୍କ ହୋସ ଉଡେଇଦବ । ଆପଣ ହୁଏତ ଅବିଶ୍ୱାସ ବି କରିପାରନ୍ତି ।

ଯଦି କୌଣସି ଗର୍ଭବତୀ ମହିଳାଙ୍କର ପ୍ରସବ ସମୟରେ ମୃତ୍ୟୁ ହୋଇଯାଉଛି । ତେବେ ସେହି ମୃତଶରୀର ପିଲାକୁ ଜନ୍ମ ଦେଇପାରେ । ଏହାକୁ ବୈଜ୍ଞାନିକଙ୍କ ଭାଷାରେ କୈଫିନ ବର୍ଥ କୁହାଯାଏ । ପ୍ରକୃତରେ ମହିଳାଙ୍କ ମୃତ୍ୟୁ ପରେ ଶରୀର ଏକ ଏଭଳି ଗ୍ୟାସ ବନାଇଥାଏ ଯାହା ବର୍ଭରେ ଥିବା ପିଲାକୁ ବାହାରକୁ ଠେଲିଥାଏ । ଏହିଭଲି ଭାବେ ଡେଡବଡି ପିଲାକୁ ଜନ୍ମ ଦେଇଥାଏ ।

ଯଦି କୌଣସି ମଣିଷର ମୃତ୍ୟୁ ପରେ ତାହାର ଶରୀରକୁ ଢଙ୍କା ନଯାଏ, ଶରୀରକୁ ଏହିଭଳି ଭାବେ ଖୋଲା ଛାଡିଦିଆଯାଏ ତେବେ ଶରୀରର ଚର୍ମ ଚମଡା ପରି ଶକ୍ତ ହୋଇଯାଏ । କହିରଖୁଛୁ ଯେବେ ମଣିଷର ମୃତ୍ୟୁ ହୁଏ ତେବେ ଶରୀର ମଧ୍ୟରେ ଅନେକ ପ୍ରକାରର ଗ୍ୟାସ ତିଆରି ହୋଇଥାଏ । ଏହି ଗ୍ୟାସ ଶରୀରର ଇଣ୍ଟେଷ୍ଟାଇନରେ ତିଆରି ହୁଏ । ତା ସହିତ ଶରୀର ଭିତରେ ଅର୍ଗାନ୍ସ ପଚିବାରେ ଲାଗିଥାଏ । ଏମିତିରେ ଶରୀରରୁ ଆଖି ବାହାର ଆଡକୁ ବାହାରିଯାଏ । ତା ସହିତ ଜିଭ ଫୁଲିବା ହେତୁ ତାହା ମୁହଁରୁ ବାହାରକୁ ଆସିଯାଏ ।

ଅନେକ ଥର ଆପଣ ଶୁଣିଥିବେ କି ମୃତଶରୀର କିଛି ସମୟ ପାଇଁ ବଞ୍ଚିଯାଏ । କିନ୍ତୁ ତାହା ପ୍ରକୃତରେ ହୋଇନଥାଏ । ଅନେକ ଥର ମୃତ୍ୟୁ ପରେ ଶରୀରରୁ ଚିଲେଇବାର ଶବ୍ଦ ଶୁଣିବାକୁ ମିଳିଥାଏ । ପ୍ରକୃତ କଥା ହେଉଛି ଯେବେ ମଣିଷ ମୃତ୍ୟ.ୁବରଣ କରିଥାଏ ତେବେ ଶରୀର ମଧ୍ୟରେ ବ୍ୟାକ୍ଟେରିଆ ଗ୍ୟାସ ବନାଇବାରେ ଲାଗନ୍ତି । ଏଥିରେ ବୋଫଲ ମସଲ୍ସ ଉପରେ ପ୍ରେସର ପଡିଥାଏ । ଫଳରେ ଶରୀରରେ ଶବ୍ଦ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.