ପିଲାଟି ଖେଳୁଥିବା ବେଳେ ହଠାତ୍ ଚାଲିଆସିଲା ସାପ, ସାପର ବେକ ଧରି ଫୋପାଡିଦେଲା କୁନି ପିଲା: ଦେଖନ୍ତୁ ଭିଡିଓ

ସାପ ଭୟଙ୍କର ଏବଂ ବିଷାକ୍ତ ହେବା ଯୋଗୁଁ ମଣିଷ ଏହା ପାଖକୁ ଯିବାକୁ ଭୟ କରିଥାଏ। ସାପ ଦେଖିବା ମାତ୍ରେ ମଣିଷ ଜୀବନ ବିକଳରେ ଦୌଡିବାକୁ ଆରମ୍ଭ କରେ । ସାପକୁ ସମସ୍ତେ ଭୟ କରନ୍ତି ଆଉ ଏହାର ଗୋଟେ ବୁନ୍ଦା ବିଷ ମଣିଷର ଜୀବନର ନେବା ପାଇଁ ସକ୍ଷମ। ଆଉ ଏଥିପାଇଁ ମଣିଷ ସାପ ନାଁ ଶୁଣିଲେ ମଣିଷ ଭୟଭୀତ ହୋଇ ଦୌଡେ ।
ସାଧାରଣତଃ ଲୋକେ ପୋଷା ଜୀବଜନ୍ତୁଙ୍କ ସହିତ କ୍ୱାଲିଟି ଟାଇମ୍ ଅତିବାହିତ କରିଥାନ୍ତି । ତେବେ ଏବେ ସାମ୍ନାକୁ ଏମିତି ଏକ ଭିଡିଓ ଆସିଛି, ଯାହାକୁ ଦେଖିବା ମାତ୍ରେ ଆପଣ ନିଶ୍ଚିତ ଭୟ କରିବେ। ଏହି ଭିଡିଓରେ ଜଣେ ଛୋଟ ପିଲା ଭୟଙ୍କର ସାପ ସହିତ ଖେଳୁଥିବାର ନଜର ଆସିଛି । ଭୟଙ୍କର ସାପଟି ପିଲାଟି ପାଖକୁ ଆସିବା ମାତ୍ରେ ପିଲାଟି ତାର ବେକ ଠାରୁ ଧରି ପକାଉଛି ।ଆଉ କିଛି ସମୟରେ ପରେ ଛାଡିଦେଉଛି। ହେଲେ ସାପ ତାହାର କୌଣସି କ୍ଷତି କରୁନାହିଁ ।
ଭାଇରଲ ହେଉଥିବା ଏହି ଭିଡିଓକୁ ରଜିବୁଲ ଇସଲାମ ନାମକ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓକୁ ଯିଏ ପ୍ରଥମ ଥର ପାଇଁ ଦେଖିବ, ସେ ଭୟରେ ଥରି ଉଠିବ । ଭିଡିଓରେ, ଜଣେ ଛୋଟ ପିଲା ତଳେବସିଥିବାର ନଜର ଆସିଛନ୍ତି, ସେହି ସମୟରେ ଏକ ସାପ ଛୋଟ ପିଲାର ପାଖକୁ ଆସିଯାଇଛି। ଆଉ ସାପକୁ ଦେଖି ପିଲାଟି ନ ଡରି ସାପର ବେକକୁ ହାତରେ ଧରିଥିବାର ଦେଖିବାକୁ ମିଳିଛି । ତେବେ ସାପଟି ପୋଷା ସାପ ବୋଲି ପରେ ଜାଣିବାକୁ ମିଳିଛି ।
ଦେଖନ୍ତୁ ଭିଡିଓ :
View this post on Instagram
ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରଲ ହେବାରେ ଲାଗିଛି। ଯାହା ଏପର୍ଯ୍ୟନ୍ତ ୫ ଲକ୍ଷ ୨୭ ହଜାରରୁ ଅଧିକ ଭ୍ୟୁ ଏବଂ ୧୪ ହଜାରରୁ ଅଧିକ ଲାଇକ୍ ମିଳିସାରିଲାଣି । ୟୁଜର୍ସ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଆଉ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଯେଉଁଠାରେ କିଛି ଲୋକ ପିଲାଟି ନିକଟରେ ସାପ ଛାଡି ଲୋକଙ୍କୁ ସମାଲୋଚନା କରୁଛନ୍ତି। ଏଥି ସହିତ କିଛି ଲୋକ ପିଲାକୁ ସାହସୀ ବୋଲି କହୁଛନ୍ତି।
ନିକଟରେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ସାପର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସାପଟି ରାସ୍ତାରେ ବୁଲି ଘରକୁ ପଶୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଜଣେ ମହିଳା ଘର ଭିତରେ ଥାଇ ସାପକୁ ଘଉଡାଇବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ଏହି ସମୟରେ ସାପଟି ନ ଡରିବା ଯୋଗୁଁ ମହିଳା ଜଣକ ତା ଉପରେ ଚପଲ ଫୋପାଡିଦେଇଛନ୍ତି। ଆଉ ଯେମିତି ମହିଳା ଜଣକ ଚପଲ ଫୋଫାଡୁଛନ୍ତି, ସାପ ମୁହଁରେ ଚପଲ ଧରି ଚାଲିଯାଉଛି । ତେବେ ସାପ ଚପଲରେ ମୁହଁରେ କାମୁଡି ଧରି ଯାଉଛି।
I wonder what this snake will do with that chappal. He got no legs. Unknown location. pic.twitter.com/9oMzgzvUZd
— Parveen Kaswan, IFS (@ParveenKaswan) November 24, 2022