ସ୍ପେଶାଲ

ପ୍ରେମିକ ସାଙ୍ଗରେ ଚାଲିଯାଇଥିଲା ମାଆ, ଏବେ ୪ ବର୍ଷ ପରେ ଫେରିଲାରୁ ମା ମରିଯାଇଛି କହୁଛି ପୁଅ

‘ମାଆ ମୋତେ ଛାଡି କୁଆଡେ ଯାଉଛୁ ମାଆ, ମୋତେ ଜମା ୬ ମାସ। ମୁଁ ତୋ ଛଡା କିଛି ଜାଣିନି ଜନ୍ମରୁ ଆଜି ଯାଏଁ କେବଳ ତୋ ମୁହଁକୁ ହିଁ ଦେଖିଛି। ତୁ ମୋତେ ଛାଡି କୁଆଡେ ଯାଉଛୁ ମାଆ। ଏ ମାଆ, ରହିଯା ମାଆ।’

ମାଆ ବଞ୍ଚିବି ଅନାଥ ୪ ବର୍ଷର ପୁଅ ଜିତୁ। ପିଲାଦିନୁ ଜାଣିଛି ତା ବାପା ମାଆ ଉଭୟ ମରିଯାଇଛନ୍ତି। କିନ୍ତୁ ଏ ନିଷ୍ପାପ ଶିଶୁକୁ କିଏ ବୁଝାଇବ ଯେତେବେଳେ ସେ ୬ ମାସର ହୋଇଥିଲା ତା ମା ତାକୁ ଛାଡି ପ୍ରେମିକ ହାତ ଧରି ଚାଲିଯାଇଥିଲା। ମନେ ପଡିଲାନି ପୁଅର ନିରୀହ ମୁହଁ, ଆଉ ସ୍ତ୍ରୀର କର୍ତ୍ତବ୍ୟ। ପ୍ରେମର ନିଶାରେ ଉବୁଟୁବୁ ହୋଇ ପ୍ରେମିକ ସାଙ୍ଗରେ ଛୁ ମାରିଥିଲେ ଏହି ମହିଳା। ନା ସ୍ୱାମୀ ନା ପୁଅ ନା ଶାଶୁ ଶ୍ୱଶୁର କାହାକୁ ବି ବୁଲି ପଛକୁ ଚାହିଁନଥିଲେ ଏହି ମହିଳା। ୪ ବର୍ଷ ପରେ ଏବେ କିନ୍ତୁ ମନେ ପଡିଲା ପୁଅ କଥା, ଜାହିର କରୁଛନ୍ତି ମାତୃପ୍ରେମ।

ମାଆ ଏକ ଏମିତି ଶବ୍ଦ ଯାହା ପବିତ୍ର, ସୁମଧୁର, ସ୍ନେହଭରା ଓ ହୃଦୟସ୍ପର୍ଶୀ। ମାଆର ପଣତକାନୀରେ ଥାଏ ସାରାପୃଥିବୀ। ଏହି ଟିକିଏ ପଣତକାନିରେ ପିଲାର ବଡ ବଡ ସମସ୍ୟା ବି ଟଳିଯାଏ। କାହିଁକିନା ମାଆର ପଣତକାନିରେ ଥାଏ ପୂରା ଦୁନିଆ, ଯାହା ସବୁଠୁ ସୁରକ୍ଷିତ ସ୍ଥାନ। ମାଆ ହିଁ ଦିଏ ଦୁନିଆର ଅନାବିଳ ଭଲପାଇବା। କିନ୍ତୁ ଏହି ମା ପ୍ରେମ ପାଇଁ ପର କରିଦେଲା ନିଜ ଜନ୍ମକଲା ପୁଅକୁ।

ଏ ନିଷ୍ପାପ ଶିଶୁ ଦୁନିଆ କଣ ଜାଣିବା ପୂର୍ବରୁ ମାଆ ତାର ହାତ ଛାଡିଦେଲା। ପିଲାଟି ଦିନରୁ ଜେଜେ ଜେଜେମାଙ୍କ କୋଳରେ ବଡ ହୋଇଛି ୪ ବର୍ଷର କୁନି ପୁଅ ଜିତୁ। ମାଆ ଥାଇବି ଅନାଥ ହୋଇଯାଇଥିଲା ଜିତୁ। ଚାରି ବର୍ଷେ ପରେ ଏବେ ମାଆ ଫେରିଛି କିନ୍ତୁ ଜିତୁ ଜାଣିଛି ମା ମୋର ମରିଯାଇଛି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ପଦ୍ମପୋଖରୀ ଗାଁର ଏହି ଘଟଣା । ୨୦୧୭ ମସିହାରେ ନିଜର ଛଅ ମାସର ଜନ୍ମକଲା ପୁଅ ଓ ସ୍‌ୱାମୀ ନଗେନ୍ଦ୍ର ବଳଙ୍କୁ ଛାଡି ପ୍ରେମିକ ସହିତ ପଳେଇ ଯାଇଥିଲେ ରଶ୍ମିତା ସାହୁ । ସ୍ତ୍ରୀ ରଶ୍ମିତାଙ୍କ ଏଭଳି ପଳାୟନକୁ ସହିପାରିଲେନି ନଗେନ୍ଦ୍ର। ରଶ୍ମିତାଙ୍କୁ ଝୁରି ଝୁରି ୨୦୧୯ ମସିହାରେ ହୃଦଘାତରେ ଜୀବନ ହାରିଦେଲେ ନଗେନ୍ଦ୍ର । ତା’ପରେ କୁନି ଶିଶୁ ଜିତୁର ଲାଳନ ପାଳନର ଦାୟିତ୍ୱ ନେଲେ ଜେଜେ ଆଉ ଜେଜେବାପା। ଶେଷ ସମୟରେ ପୁଅକୁ ଦେଇଥବା କଥାକୁ ପାଳନ କରି ନାତିର କଥା ବୁଝୁଛନ୍ତି ଜେଜେବାପା ଜେଜେମାଆ।

ଗରିବୀ ଜୀବନ ସାଙ୍ଗକୁ ଛୋଟ ଛୁଆର ବୋଝକୁ ନେଇ ହାର ମାନି ନଥିଲେ ଦୁଇ ବୃଦ୍ଧ ଦମ୍ପତି । ଦିନମଜୁରି କାମ କରି ଛୁଆକୁ ଯଥା ସମ୍ଭବ ମଣିଷ କରିବା ପାଇଁ ଲାଗି ପଡ଼ିଥିଲେ ବୃଦ୍ଧ ଦମ୍ପତି । କିନ୍ତୁ ୪ ବର୍ଷ ପରେ ଜିତୁର ମଆ ଆସି ବାଧ୍ୟ କରୁଛି ପୁଅକୁ ଦେବାପାଇଁ। କିନ୍ତୁ ପୁଅର ଶେଷ ନିସାନୀକୁ ବି ହରାଇବାକୁ ଚାହୁଁନାହାନ୍ତି ଏହି ବୃଦ୍ଧ ଦମ୍ପତି। ଏବେ ମାମଲା ଯାଇ କାମାକ୍ଷାନଗର ଥାନାରେ। ପ୍ରେମିକ ପାଇଁ ଯିଏ ଛଅ ମାସର ଛୁଆକୁ ଛାଡି ଚାଲିଯାଇଛି, ତାକୁ ଆମେ ଛୁଆକୁ ଦେବୁ ନାହିଁ ବୋଲି କହୁଛନ୍ତି ଜେଜେ ଆଉ ଜେଜେବାପା। ତୁରନ୍ତ ସରକାର ଏହି ଶିଶୁଟିକୁ ସାହାଯ୍ଯ ସହଯୋଗ କରିବାକୁ ନିବେଦନ କରିଛନ୍ତି ବୃଦ୍ଧ ଦମ୍ପତି ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

37 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

51 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago