ପ୍ରତ୍ୟେକ ମାତା-ପିତା ଚାହାଁନ୍ତି କି ତାଙ୍କର ସନ୍ତାନ ଉପରକୁ ଉପରକୁ ଯାଉ । ତା’ ମୁଣ୍ଡରେ ସର୍ବଦା ସଫଳତାର ମୁକୁଟ ରହିଥାଉ । ଚାଣକ୍ୟ କୁହନ୍ତି ସନ୍ତାନକୁ ଯୋଗ୍ୟ କରିବା ପାଇଁ ପିତା-ମାତାଙ୍କୁ ଫସଲ ଭଳି ତାର ଦେଖାଶୁଣା କରିବା କଥା । ଯେମିତି ଏକ କୃଷକ ଫସଲକୁ ବଢ଼ାଇବାପାଇଁ ଦିନ ରାତି ପରିଶ୍ରମ କରୁଥାଏ । ତେବେ ଯାଇ ଭଲ ଫସଲ ସେ କାଟିଥାଏ ।
ସେହିପରି ସନ୍ତାନଙ୍କୁ ଯୋଗ୍ୟ କରିବା ପାଇଁ ତାର ପ୍ରତିଭାକୁ ଚିହ୍ନି ତାକୁ ସେ ଦିଗରେ ପ୍ରେରିତ କରିବା କଥା । ଠିକ୍ ଭୁଲର ପାର୍ଥକ୍ୟ ଶିଖାଇବାକୁ ହୋଇଥାଏ । ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି,କିପରି ସନ୍ତାନ ନିଜ କୁଳର ନାମ ଉଜ୍ଜଳ କରିଥାଏ । ଯାହା ଉପରେ ନା କେବଳ ମାତା ପିତା ବରଂ ସାରା ପରିବାର ଗର୍ବ କରିଥାନ୍ତି ।
ସଂସ୍କାରବାନ
ସନ୍ତାନର ଭଲ ବ୍ୟବହାର ଓ ତାର କାର୍ଯ୍ୟକଳାପରୁ ତା’ର ସଂସ୍କାର ସମ୍ପର୍କରେ ଜଣାପଡେ । ଯିଏ ସର୍ବଦା ମାତା ପିତା,ଗୁରୁ ଓ ବଡଙ୍କ ଆଦର କରିଥାଏ । ମହିଳାଙ୍କ ପ୍ରତି ସମ୍ମାନ ସବୁଠୁ ଗୁରୁତ୍ୱ ହୋଇଥାଏ । ଯାହାକୁ ଭଲ ମନ୍ଦ କାର୍ଯ୍ୟର ଜ୍ଞାନ ରହିଥାଏ । ସେପରି ସନ୍ତାନ ସର୍ବଦା କୁଳର ନାମ ଉଚ୍ଚା ରଖିଥାଏ । ଜ୍ଞାନ ଓ କୁଶଳତା ସହ ସଂସ୍କାର ହେବା ଜରୁରୀ ।
ଆଜ୍ଞାକାରୀ
ଯେଉଁ ମାତା-ପିତା ନିଜର ସନ୍ତାନଙ୍କୁ ପିଲାଦିନରୁ ଠିକ୍ ଓ ଉତ୍ତମ ରାସ୍ତାରେ ଚାଲିବାକୁ ପ୍ରେରଣା ଦେଇଥାନ୍ତି,ସେମାନଙ୍କର ସନ୍ତାନ କେବେ ତାଙ୍କର କଥା ଭାଙ୍ଗି ପାରନ୍ତି ନାହିଁ । କାରଣ ସେ ଜାଣିଥାନ୍ତି ଯେ ତାଙ୍କର ପାଳନକର୍ତ୍ତା କେବେ ତାଙ୍କର ଅହିତ ଚିନ୍ତା କରିନଥାନ୍ତି ।
ଶିକ୍ଷାର ମହତ୍ୱ ବୁଝିଥାନ୍ତି
ଶିକ୍ଷା ମନୁଷ୍ୟର ଭଲ ବ୍ୟକ୍ତିତ୍ୱର ନିର୍ମାଣ କରିବାରେ ସହାୟକ ହୋଇଥାଏ । ଯେଉଁ ବ୍ୟକ୍ତି ଜ୍ଞାନ ଆହରଣକରିବା ପାଇଁ ଆତୁର ଓ ଗମ୍ଭୀର ରହିଥାଏ,ଏହି ବ୍ୟକ୍ତିଙ୍କ ଉପରେ ଜ୍ଞାନଦେବୀ ମା’ ସରସ୍ୱତୀ ଓ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ । ଭଲ ଶିକ୍ଷା ଯୋଗୁ ସେ ନିଜର ପରିବାରର ଟେକ ରଖିଥାଏ । ମାତା ପିତାଙ୍କୁ ନିଜ ସନ୍ତାନ ଉପରେ ଗର୍ବ ହୋଇଥାଏ । ଚାଣକ୍ୟଙ୍କ ମତରେ ଜ୍ଞାନ ହିଁ ସବୁ ପ୍ରକାର ଅନ୍ଧକାରକୁ ଦୂର କରିଥାଏ ।