ମଳମାସରେ ଜନ୍ମ ହୋଇଥିବା ଶିଶୁ ହୋଇଥାନ୍ତି ଭାଗ୍ୟବାନ, ଆଉ କରିପାରିବେ ଏହିସବୁ ଶୁଭ କାର୍ଯ୍ୟ

ମଳମାସରେ କୌଣସି ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଏ। ଚଳିତ ବର୍ଷ ମଳମାସ ସେପ୍ଟେମ୍ବର ୧୮ ତାରିଖରୁ ଅକ୍ଟୋବର ୧୬ ଯାଏଁ ରହିବ। ଜ୍ୟୋତିଷଙ୍କ କହିବାନୁଯାୟୀ ମଳମାସରେ ଭଗବାନ ବିଷ୍ଣୁଙ୍କ ନାମ ପୁରୁଷୋତ୍ତମ ମାସ ଭାବେ ମଧ୍ୟ ଜଣାଶୁଣା । ସେଥିପାଇଁ ଏହି ମାସରେ କିଛି ବିଶେଷ ଶୁଭ କାର୍ଯ୍ୟ ମଧ୍ୟ କରାଯାଇପାରେ । ମଳମାସରେ ମଧ୍ୟ କିଛି କିଛି ଶୁଭ କାର୍ଯ୍ୟ କରାଯାଇଥାଏ । ଜାଣନ୍ତୁ ମଳମାସରେ କି କି ଶୁଭ କାର୍ଯ୍ୟ କରାଯାଇପାରେ :
ଯଦି କୌଣସି ଦୁର୍ଘଟଣାରୁ ବଞ୍ଚିବା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କିମ୍ବା ହୋମ କରିବାକୁ ଚାହୁଁଛନ୍ତି ତାହେଲେ କରିପାରିବେ। ମଳମାସରେ ନିଜ ଘରେ ପୂଜାପାଠ କିମ୍ବା ହୋମ କରିପାରିବେ।

ପିଲାଙ୍କ ଜନ୍ମଦିନ କିମ୍ବା ବାର୍ଷିକ ଉତ୍ସବରେ ଘରେ ପୂଜାପାଠ ଆଦି କରିପାରିବେ। ବନ୍ଧୁ ସମ୍ପର୍କୀୟଙ୍କ ସହ ଏହିସବୁ ଉତ୍ସବ ପାଳନ ମଧ୍ୟ କରିପାରିବେ ।

puja

ବିବାହ ପରେ ସନ୍ତାନ ପ୍ରାପ୍ତି ପାଇଁ ବେବି ଶୱାର୍ ସମାରୋହ କରିପାରିବେ । ଏହିସବୁ ସମାରୋହରେ କୌଣସି ବାରଣ ନାହିଁ। ମଳମାସରେ ଏହି କାମ ବିଧିବିଧାନ ସହ ପାଳନ କରିପାରିବେ ।

ମଳମାସରେ ଜନ୍ମ ହୋଇଥିବା ଶିଶୁ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ବର୍ତ୍ତମାନ ୬ ଗ୍ରହ ଉଚ୍ଚରେ ଅଛନ୍ତି । ଏହି ସମୟରେ ଜନ୍ମ ନେଇଥିବା ଶିଶୁ କୌଣସି ଅବତାର ଠାରୁ କମ ନୁହନ୍ତି । ଏହି ମାସରେ ଜନ୍ମ ହେବାରୁ ବାପା-ମା’ଙ୍କ ଅଧ୍ୟା ଭାଗ୍ୟୋଦୟ ହୋଇଥାଏ ।

mundan

ତେବେ ମଳମାସରେ ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନ ବିଷ୍ଣୁଙ୍କ ପୂଜା ଅବଶ୍ୟ କରନ୍ତୁ । ଏହାସହ ଓଁ ନମଃ ବାସୁଦେବାୟ ନମଃ ମନ୍ତ୍ର ଜପ କରିବା ଭୁଲିବେ ନାହିଁ । ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ନିକଟରେ ଭୋଗ ଅର୍ପଣ କରିବେ ।

ମଳମାସରେ ବିବାହ, ମୁଣ୍ଡନ, ଗୃହ ନିର୍ମାଣ, ଗୃହ ପ୍ରଦେଶ, ଗହଣା କିଣିବା, ଗାଡି କିଣିବା ଆଦି ବାରଣ କରାଯାଏ ।