ସାଇବେରିଆରେ ବରଫ ପାଣିରେ ଗାଧାନ୍ତି ନର୍ସରୀ ସ୍କୁଲ ପିଲା, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହୋଇଯିବେ

ଶୀତଦିନରେ ଗାଧୋଇବା କଥା ଶୁଣିଲେ ପ୍ରାୟତଃ ଅଧିକାଂଶ ଲୋକେ ପଛଘୁଞ୍ଚା ଦିଅନ୍ତି। ଆଉ ପିଲାମାନେ ତ ବେଶି। ଗାଧୋଇବା ନାଁ ଶୁଣିଲେ କୁଆଡେ ଯାଉ ଲୁଚନ୍ତି। ଥଣ୍ଡା ପାଣି କଥା ଛାଡନ୍ତୁ ଗରମ ପାଣିରେ ଗାଧୋଇବା ପାଇଁ ମଧ୍ୟ ମନ କରନ୍ତି ନାହିଁ। କିନ୍ତୁ ସାଇବେରିଆର କିଣ୍ଡରଗାର୍ଟନ ସ୍କୁଲରେ ପଢୁଥିବା ପିଲାଙ୍କୁ Sibiryachok ବା Little Siberian କୁହାଯାଏ । ଏହି ସ୍କୁଲରେ ପାଠ୍ୟକ୍ରମ ଅନୁସାରେ ସେଠାରେ ପଢୁଥିବା ପିଲାଙ୍କ ସହିବା ଶକ୍ତି ମଜବୁତ କରିବା ପାଇଁ ସେମାନଙ୍କୁ ପ୍ରତିଦିନ ବରଫ ବା ପ୍ରଚୁର ଥଣ୍ଡା ପାଣିରେ ଗାଧୋଇବା କରିବାକୁ ପଡେ ।

ସାଇବେରିଆର Krasnoyarsk ଶିକ୍ଷା ବିଭାଗର ମୁଖପାତ୍ରଙ୍କ କହିବାନୁସାରେ ପିଲାମାନେ ପ୍ରତିଦିନ ଥଣ୍ଡା ପାଣିରେ ଗାଧୋଇଲେ ସେମାନଙ୍କ ଇମ୍ଯୁନିଟି ମଜବୁତ ହେବ । ଏହା ସହିତ ଏହି ଅଭ୍ୟାସ ସେମାନଙ୍କୁ ଅନେକ ପ୍ରକାର ସଂକ୍ରମଣରୁ ମଧ୍ୟ ରକ୍ଷା କରିବ । ଥଣ୍ଡା ପାଣିରେ ଗାଧୋଇଲେ ସେମାନଙ୍କୁ ଭୀଷଣ ଥଣ୍ଡାରେ ମଧ୍ୟ ବଞ୍ଚିବା ପାଇଁ ଲମ୍ବା ପ୍ରଶ୍ୱାସ ନେବାର ଉପାୟ ମଧ୍ୟ ଶିଖାଯାଏ । ରିପୋର୍ଟ ଅନୁସାରେ, ସ୍କୁଲକୁ ଆସିବା ପରେ ପିଲାଙ୍କୁ ଥଣ୍ଡା ପାଣିରେ ଗାଧୋଇବା ପାଇଁ କୁହାଯାଏ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ପିଲାମାନେ ଥଣ୍ଡାରେ ପାଣିରେ ଗାଧୋଉଥିବା ଦେଖିବାକୁ ମିଳୁଛି ।

saiberia school
photo credit: News chant USA

 

ଏନେଇ ଆଉ ଜଣେ ଶିକ୍ଷକ କୁହନ୍ତି କି, ପିଲାମାନେ ଥଣ୍ଡା ପାଣିରେ ପ୍ରତିଦିନ ଗାଧୋଇଲେ ସେମାନେ ଏଥିରେ ଅଭ୍ୟସ୍ତ ହୋଇଯାନ୍ତି । ତାଙ୍କୁ ସାଇବେରିଆର ଥଣ୍ଡା ଆଉ କଷ୍ଟ ଦେଇପାରେନି । ସେମାନେ ବୁଦ୍ଧିମାନ, ସନ୍ତୁଳିତ ଓ ଆଶାବାଦୀ ହୁଅନ୍ତି । ଅନ୍ୟମାନଙ୍କ ଅପେକ୍ଷା ସେମାନେ ଅଧିକ ସଙ୍ଗଠିତ ହୁଅନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.