ସାବୁନ ଘଷି ହାତରେ ରଗଡି ରଗଡି ଡ୍ରେସ ସଫା କରୁଛି ସିମ୍ପାଞ୍ଜି, ଭିଡିଓ ଭାଇରଲ

ମଣିଷ ଏବଂ ଜୀବଜନ୍ତୁଙ୍କୁ ବୁଦ୍ଧି ବିବେକ ଏବଂ ଚିନ୍ତା କରିବାର ଶକ୍ତି ମଧ୍ୟରେ ବହୁତ ପାର୍ଥକ୍ଯ ରହିଥାଏ। କିନ୍ତୁ ସିମ୍ପାଞ୍ଜି ଏବଂ ଗୋରିଲା ଏଭଳି ଦୁଇଟି ଜନ୍ତୁ, ଯାହାର ୯୮.୮ ପ୍ରତିଶତ ଡିଏନଏ ମଣିଷ ଡିଏନଏ ସହିତ ସମାନ ରହିଥାଏ। ଆପଣ ଏହି ଜନ୍ତୁଙ୍କର ଅନେକ ଭାଇରଲ ଭିଡିଓ ଦେଖିଥିବେ। ଯେଉଁଥିରେ ସେମାନେ ଠିକ୍ ମଣିଷ ଭଳି କାମ କରୁଥିବାର ନଜର ଆସିଥିବେ। ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଲୋକେ ବହୁତ ପସନ୍ଦ ମଧ୍ୟ କରିଛନ୍ତି।

ଭାଇରଲ ହେଉଥିବା ଭିଡିଓରେ ସିମ୍ପାଞ୍ଜି ମଣିଷକୁ ନକଲ କରି ଡ୍ରେସ ଧୋଉଥିବା ନଜର ଆସିଛି। ସିମ୍ପାଞ୍ଜି ପାଣି ପାଖରେ ବସି କିଭଳି ଡ୍ରେସକୁ ସାବୁନ ଘଷି ହାତରେ ଧୋଉଥିବା ଦେଖିବାକୁ ମିଳିଛି। ଲୋକେ ଏହି ଭିଡିଓ କ୍ଲିପ୍ ଦେଖି ବହୁତ ପ୍ରଶଂସା କରୁଛନ୍ତି। ସିମ୍ପାଞ୍ଜିର ଡ୍ରେସ ଧୋଉଥିବା ଭିଡିଓକୁ ଇନଷ୍ଟାଗ୍ରାମରେ ସଚିନ ଶର୍ମା ନାମକ ଜଣେ ବ୍ଯକ୍ତି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଆପଣ ମଧ୍ୟ ଏହି ଭିଡିଓକୁ ଦେଖି ବିଶ୍ବାସ କରିପାରିବେ ନାହିଁ।

 

View this post on Instagram

 

A post shared by Sachin Sharma (@helicopter_yatra_)

ଭାଇରଲ ହେଉଥିବା ଏହି କିଛି ସେକେଣ୍ଡର ଭିଡିଓରେ ସିମ୍ପାଞ୍ଜିର ବୁଦ୍ଧି ଏବଂ କାମ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି। ଭିଡିଓର ସିମ୍ପାଞ୍ଜି ଏକ ହଳଦିଆ ରଙ୍ଗର ଟି-ସାର୍ଟ ସଫା କରୁଥିବା ଦେଖିବାକୁ ମିଳିଛି। କିପରି ପାଣି ପାଖରେ ବସି ଟି-ସାର୍ଟକୁ ପାଣିରେ ଓଦା କରି ସାବୁନରେ ଘଷି ପୁଣି ହାତରେ ଘଷି ରଗଡି ରଗଡି ସଫା କରୁଥିବା ଦେଖିବାକୁ ମିଳିଛି।

ପୂର୍ବରୁ ଏକ ଭାଇରଲ ଭିଡିଓରେ, ବିଦେଶରେ ଏକ ସିମ୍ପାଞ୍ଜି ସହିତ ସ୍ବାମୀ ସ୍ତ୍ରୀ ନିଜ ପୁଅ ସହିତ ବସି ଫଟୋ ଉଠାଉଥିଲେ। ଏମିତି ଫଟୋ ଉଠାଇ ସାରିବା ପରେ ସ୍ବାମୀ ଜଣକ ସେଠାରୁ ଉଠିଯାଇଥିବା ବେଳେ ପତ୍ନୀ ଜଣକ ଏକା ବସି ସେଠାରେ ଫଟୋ ଉଠାଉଥିଲେ। ତା’ ପରେ ଯାହା ହେଲା ଆପଣ ଦେଖିଲେ ନିଶ୍ଚିତ ହସି ହସି ବେଦମ ହୋଇଯିବେ। ଠିକ୍ ସେତିକି ବେଳେ ସିମ୍ପାଞ୍ଜି ଆସି ମହିଳା ଜଣକ କାନ୍ଧରେ ହାତ ରଖିଥିଲା ଆଉ ବାରମ୍ବାର ବାରମ୍ବାର କିସ୍ କରିବାକୁ ଲାଗିଥିଲା। ସିମ୍ପାଞ୍ଜି କିସ୍ କରିବା ଦେଖି ମହିଳା ଜଣକ ମଧ୍ୟ ହସି ଥିଲେ। ଏହାକୁ ଦେଖିବା ପରେ ସ୍ବାମୀ ଜଣକ ଆଶ୍ଚର୍ଯ୍ଯ ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.