୪୦ କର୍ମଚାରୀଙ୍କୁ ୭୦କୋଟି ଟଙ୍କା ବାଣ୍ଟିଦେଲା ଚାଇନାର ଏକ କମ୍ପାନି

ନୂଆଦିଲ୍ଲୀ: ୪୦ କର୍ମଚାରୀଙ୍କୁ ୭୦କୋଟି ଟଙ୍କା ବାଣ୍ଟିଦେଲା ଚାଇନାର ଏକ କମ୍ପାନିର କମ୍ପାନିର ମାଲିକ । କଥାଟି ଆଶ୍ଚର୍ଯ୍ଯ ଲାଗୁଥିଲେ ବି ସତ। ଚାଇନାର ଏକ କ‌ର୍ପୋରେସନ ତାର କର୍ମଚାରୀମାନଙ୍କୁ ବର୍ଷ ଶେଷରେ ଇନକ୍ରିମେଣ୍ଟ ବାବଦକୁ ଦେଇଥିବା ଟଙ୍କାକୁ ନେଇ ଏବେ ବିଶ୍ବରେ ବେଶ୍ ଚର୍ଚ୍ଚା ଜୋର ଧରିଛି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଜାନୁଆରି ୧୭ରେ ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ପୋଷ୍ଟ ହୋଇଥିଲା। ପୋଷ୍ଟ ‌ହେବା ପରେ ଏହା ଖୁବ୍ ଅଳ୍ପ ସମୟରେ ଭାଇରାଲ ହୋଇଥିଲା। ଭାଇରାଲ ଭିଡିଓରେ, କମ୍ପାନିର ବାର୍ଷିକ ପାର୍ଟି ସମୟରେ ମଞ୍ଚ ଉପରେ ପ୍ରାୟ ଦୁଇ ମିଟର ଉଚ୍ଚତାର ଏକ ଟଙ୍କା ବଣ୍ଡଲ ଗଦା ହୋଇଥିବା ଦେଖିବାକୁ ମିଳିଥିଲା।

ସୂଚନା ମୁତାବକ ‘ ହେନାନ ଖଣି ସଂସ୍ଥାର ତିନିଟି ସର୍ବୋତ୍ତମ ପ୍ରଦର୍ଶନକାରୀ ବିକ୍ରୟ ପରିଚାଳକଙ୍କୁ ୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ, ୩୦ରୁ ଅଧିକ କର୍ମଚାରୀଙ୍କୁ ଏକକୋଟି ୨୦ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ମିଳିଥିଲା। ଖାଲି ସେତିକି ନୁହେଁ ମଞ୍ଚ ଉପରେ ପ୍ରତିଯୋଗିତା ମଧ୍ଯ କରାଯାଇଥିଲା।

ତେବେ ଏହି ପ୍ରତିଯୋଗିତାରେ କର୍ମଚାରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ଦିଆଯାଇଥିଲା। ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କିଏ କେତେ ନୋଟ ଗଣି ପାରିବେ ସେନେଇ ପ୍ରତିଯୋଗିତା ଚାଲିଥିଲା। ଏହି ପ୍ରତିଯୋଗିତାରେ ସବୁଠାରୁ ଯିଏ ଅଧିକ ନୋଟ୍ ଗଣିଥିଲେ ତାଙ୍କୁ ୧୯,୦୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଇଣ୍ଟରନେଟରେ ଭାଇରାଲ ହେଉଥିବା ଏକ ଭିଡିଓରେ କଳା ସୁଟ୍ ଏବଂ ଲାଲ୍ ସ୍କାର୍ଫ୍ ପିନ୍ଧିଥିବା ଏକ ଗ୍ରୁପ୍ ମଞ୍ଚରୁ ହାତରେ ଟଙ୍କା ଧରି ଆସୁଥିବା ଦେଖିବାକୁ ମିଳୁଛି।