ଚୀନ୍ ବୈଜ୍ଞାନିକଙ୍କ କରୋନା ଭବିଷ୍ୟବାଣୀ, ମରିବେ ଅଧା ବିଶ୍ୱବାସୀ!
ଚୀନ୍ରେ କରୋନା ଭାଇରସ୍ ଯୋଗୁ ଏବେ ପର୍ଯ୍ୟନ୍ତ ୧୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ସେହିପରି ପ୍ରାୟ ୪୪ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ହଂକଂର ମେଡିକାଲ ଅଫିସର ଏକ ହୃଦୟଥରା ଚେତାବନୀ ଦେଇଛନ୍ତି। ଡାକ୍ତର ଚେତାବନୀ ଦେଇଛନ୍ତି ଯେ ଏହି ଭାଇରସ୍ ୪୫ ମିଲିୟନ୍ରୁ ଊର୍ଦ୍ଧ୍ୱଲୋକଙ୍କ ମୃତ୍ୟୁର କାରଣ ହୋଇପାରେ। ସେହିପରି ସାରା ବିଶ୍ୱର ୬୦ ପ୍ରତିଶତ ଲୋକ ଏହି ଭାଇରସ୍ ଯୋଗୁ ଆକ୍ରାନ୍ତ ହୋଇପାରନ୍ତି ବୋଲି ସେ ଚେତାବନୀ ଦେଇଛନ୍ତି।
ରିପୋର୍ଟ ମୁତାବକ ହଂକଂର ସାର୍ବଜନିକ ସ୍ୱାସ୍ଥ୍ୟ ଚିକିତ୍ସାର ଅଧ୍ୟକ୍ଷ ପ୍ରଫେସର ଗେବ୍ରିୟଲ ଲେଓଙ୍ଗ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ମାତ୍ର ୧ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ରୋଗ ଯେଉଁ ଅନୁପାତରେ ବ୍ୟାପୁଛି ଆହୁରି ଲକ୍ଷ ଲକ୍ଷ ଲୋକଙ୍କୁ ବ୍ୟାପିବା ଆଶଙ୍କା ରହିଛି।
ବର୍ତ୍ତମାନ ସାରା ବିଶ୍ୱର ଜନସଂଖ୍ୟା ୭ ବିଲିୟନ୍ ବା ୭,୫୭୭,୧୩୦,୪୦୦ରୁ ଅଧିକ ରହିଛି। ଯଦି ପ୍ରଫେସରଙ୍କ ଆଶଙ୍କା ସତ ହୁଏ ତେବେ ଏହି ଭାଇରସ୍ ଯୋଗୁ ୪ ମିଲିୟନ୍ ବା ୪,୫୪୬,୨୭୮,୨୪୯ ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଆକ୍ରାନ୍ତ କରିବା କ୍ଷମତା ରଖୁଛି।
ବିଶେଷଜ୍ଞଙ୍କ ଅନୁସାରେ କରୋନା ଭାଇରସ୍ ଯେଉଁ ପରିମାଣରେ ବଢ଼ୁଛି ରୋଗୀଙ୍କ ମୃତ୍ୟୁହାର ମଧ୍ୟ ସେହି ଅନୁପାତରେ ବୃଦ୍ଧିପାଉଛି। ଯେଉଁମାନଙ୍କୁ ପ୍ରାରମ୍ଭରୁ ହିଁ ସାମାନ୍ୟ କାଶ, ଥଣ୍ଡା ଓ ଜ୍ୱର ହେଲେ ଚିକିତ୍ସା କରାଯାଉଛି ସେମାନେ କରୋନାରୁ ମୁକ୍ତି ପାଇପାରୁଛନ୍ତି। କିନ୍ତୁ ଏହି ଲକ୍ଷଣକୁ ଅଣଦେଖା କରୁଥିବା ଲୋକଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି ସେ କହିଛନ୍ତି। ଏହି ସଂକ୍ରମଣକୁ ରୋକାଗଲେ ହିଁ ମୃତ୍ୟୁ ସଂଖ୍ୟା କମିବ ବୋଲି ସେ କହିଛନ୍ତି।