ଅତ୍ୟଧିକ ଟିଭି ଦେଖୁବାର ଦଣ୍ଡ ଦେଲେ ବାପା

ଅତ୍ୟଧିକ ଟିଭି ଦେଖୁଥିବାରୁ ବାପା ନିଜ ୩ ବର୍ଷର ଝିଅକୁ ଏମିତି ଏକ ଦଣ୍ଡ ଦେଇଛନ୍ତି । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଟି ଭି ଦେଖିବାକୁ ହେଲେ ଏକ ପାତ୍ରରେ ଲୁହ ଭରିବା ପାଇ କହିଛନ୍ତି ବାପା । ଏ ଦୃଶ୍ୟ ହେଉଛି ଦକ୍ଷିଣ ଚିନର ଗୁଆଙ୍ଗସୀ । ଜୁଆଙ୍ଗ ସ୍ୱୟଂ ଶାସିତ ଅଞ୍ଚଳର ୟୁଲ୍‌ିନରେ ଘଟିଛି ଏହି ଘଟଣା । ରାତି ଭୋଜନ ସମୟରେ ବାପା ତାଙ୍କ ୩ ବର୍ଷର ଝିଅ ଡିଆଜିଆଙ୍କୁ ଖାଇବା ପାଇଁ ଡାକିଲେ । କିନ୍ତୁ କୁନି ଝିଅଟି ଟିଭି ଦେଖାରେ ବ୍ୟସ୍ତ ଥିବାରୁ ସେ ବାପା କହୁଥିବା କଥା ଶୁଣି ନଥିଲା । ଏହାପରେ ବାପା ରାଗି ଯାଇଥିଲେ । ଆଉ ଟିଭି ବନ୍ଦ କରିଦେଇଥିଲେ । କୁନି ଝିଅକୁ ଏକ ଖାଲି ପାତ୍ର ଦେଇଥିଲେ, ଆଉ କହିଥିଲେ ଏହି ଖାଲି ପାତ୍ରରେ ଲୁହ ଭର୍ତ୍ତି କରିବାକୁ । ଲୁହ ପୂର୍ଣ୍ଣ ହୋଇଗଲେ ପୁଣିଥରେ ଟିଭି ଦେଖିବାକୁ ଅନୁମତି ମିଳିବ ବୋଲି ବାପା ତାଗିଦ କରିଥିଲେ । ଯାହାକି ଦକ୍ଷିଣ ଚିନ ମର୍ଣ୍ଣି ପୋଷ୍ଟ ଏହି ସମ୍ପର୍କିତ ଏକ ଖବର ପୋଷ୍ଟ କରିଛି ।

କୁନିଝିଅଙ୍କ ମା’ ଙ୍କ ଦ୍ୱାରା ରେକର୍ଡ ହୋଇଥିବା ଏବଂ ଚାଇନାର ସର୍ଟଫର୍ମ ଭିଡିଓର ଏକ ପ୍ଲାର୍ଟଫର୍ମ ଡୋଇନ୍ରେ ସେୟାର ହୋଇଥିବା ଏକ ଭିଡିଓରେ ଜିଆଜିଆ ନାମକ ଏହି କୁନି ଝିଅ ନିଜ ବାପାଙ୍କ ଆଦେଶକୁ ପାଳନ କରିଥିଲା । ଏକ ପାତ୍ରରେ ଲୁହ ସଂଗ୍ରହ କରୁ ଥିବାର ଦେଖିବାକୁ ମିଳିଥିଲା । ଲୁହ ଭରିବା ପାଇଁ ପ୍ରାୟ ୧୦ ସେକେଣ୍ଡରୁ ଅଧିକ ସମୟ ସଂଘର୍ଷ ପରେ କୁନି ଝିଅଟି ଥକି ଯାଇଥିଲା । ଏ କାମ ତା ଦେଇ ହୋଇ ପାରିବ ନାହିଁ ବୋଲି କୁନିଝିଅଟି କହିଥିଲା । ଏହାପରେ କୁନି ଝିଅଟିକୁ ପାଖକୁ ଡାକିଥିଲେ ବାପା, ଆଉ ହସିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କୁନି ଝିଅଟି ଲୁହଭରା ମୁହଁରେ ହସିଥିଲା । ବାପା ଝିଅଟିର ହସ ହସ ମୁହଁର ଏକ ଫଟୋ ଉଠାଇ ଥିଲେ ।
ଏହି କୁନି ଝିଅର କାନ୍ଦୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଲୋକେ ଏହି ଭିଡିଓ ଦେଖି ଅସନ୍ତୁଷ୍ଟ ହୋଇଥିଲେ । ବହୁତ ଜଣ ବାପାଙ୍କ ଏହିଭଳି କୁନି ଝିଅକୁ ଦେଇଥିବା ଦଣ୍ଡକୁ ନେଇ ସମାଲଚୋନା କରିବା ସହ ନିନ୍ଦା କରିଥିଲେ ।

ହୋମଓ୍ଵାର୍କକୁ ଅବହେଳା କରି ଅବିଭାବକମାନେ ପିଲାମାନଙ୍କୁ ଅନୁଶାସନ କରୁଥିବା ଦେଖାଯାଇଛି ଏହି ଭିଡିଓଟିରେ । ଯେଉଁ ଭିଡିଓରେ କି ଝିଅଟି ରାତିସାରା ଟିଭି ଦେଖିବା ପାଇଁ ଦଣ୍ଡ ଦେଉଛନ୍ତି ବାପା ମା’ । ହେଲେ ଶେଷରେ ଝିଅଟିର ଦୁଃଖରେ ହାରି ଯାଇଛନ୍ତି ବାପା ମା’ ଓ କୁନି ଝିଅଟି ଭୋର ୫ ଟା ଯାଏ ଟିଭି ଦେଖି ଦେଖି ଶୋଇ ପଡିଥିବା ଜାଣିବାକୁ ମିଳିଛି ।

ଛୋଟ ଛୁଆମାନେ ଭୁଲ କରନ୍ତି । ହେଲେ ଏଭଳି ନିର୍ଦ୍ଦୟ ଭାବେ ଦଣ୍ଡ ଦେବା କେତେଦୁର ଠିକ ତାହା ଆପଣମାନେ ବିଚାର କରନ୍ତୁ ।

You might also like