ଏବେ ଡ୍ରାଗନ ସେନାର Cordyceps ଲୋଭ, ଭାରତୀୟ ଜଡିବୁଟି ଚୋରି କରିବାକୁ ସିମା ଭିତରକୁ ପଶୁଛି ଚୀନ ସେନା

ଦିନକୁ ଦିନ ବଢ଼ୁଛି ଚୀନ ସହିତ ସୀମା ବିବାଦ। ଏବେ ଏହି ସୀମା ବିବାଦ ପଛରେ ଆଉ ଏକ କାରଣ ମଧ୍ୟ ସାମ୍ନାକୁ ଆସୁଛି। ଚୀନ ନିଜର ଚାହିଦା ପୂରା କରିବାକୁ ସୀମାରେ ଅନୁପ୍ରବେଶ କରି ଚୋରି କରୁଛି। ତାଇୱାଙ୍ଗ ବିବାଦ ପଛରେ ଔଷଧ? ଡ୍ରାଗନ ସେନାର Cordyceps ଲୋଭ? ପୁଣି କଲା ଅନୁପ୍ରବେଶ। । ଆଗରୁ ସୀମା ଦଖଲ ପାଇଁ ପଶୁଥିଲେ, ଏବେ ସୀମାରୁ ଜଡ଼ିବୁଟି ନେବା ଆଶାରେ ପଶୁଛି ଚୀନ ସେନା। IPCSC ରିପୋର୍ଟ ଅନୁସାରେ ହିମାଳୟରୁ ମିଳୁଥିବା ଏକ ବିରଳ ଔଷଧୀୟ ଜଡିବୁଟି ନେବାକୁ ଭାରତୀୟ ସୀମାରେ ପଶୁଛି ଡ୍ରାଗନ ସେନା। ଯାହାର କିଲୋ ପିଛା ଆନ୍ତର୍ଜାତୀୟ ମାର୍କେଟରେ ମୂଲ୍ଯ ହେଉଛି ୧୦ ଲକ୍ଷ ଟଙ୍କା। ଆଉ ଏହାକୁ ଚାଇନା ସର୍ବାଧିକ ଉତ୍ପାଦନ ଓ ରପ୍ତାନୀ ମଧ୍ୟ କରିଥାଏ। ଚାଇନାର ଅଧିକାଂଶ ମଧ୍ୟବିତ ପରିବାର ଏହି ଔଷଧ ଉପରେ ର୍ନିଭର କରନ୍ତି। ଚାଇନାରେ ସୁନା ଅପେକ୍ଷା ଏହି କୀଡ଼ା ଜଡ଼ିର ମୂଲ୍ଯ ଖୁବ ଅଧିକ।

ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ଚାଇନାର ବୃହତ୍ତମ ଉତ୍ପାଦନକାରୀ ଅଞ୍ଚଳରେ ଅମଳ ହ୍ରାସ ପାଇଛି। ୨୦୧୦ ଏବଂ ୨୦୧୧ରେ ୧୫୦ ହଜାର କିଲୋଗ୍ରାମ ଥିବା ବେଳେ ୨୦୧୮ରେ ଚାଇନାରେ ଉତ୍ପାଦନ ୪୧ହଜାର ୮୦୦ କିଲୋଗ୍ରାମକୁ ହ୍ରାସ ପାଇଛି। ସେପଟେ ଗତ ୧୦ ବର୍ଷ ମଧ୍ୟରେ ଏହାର ଚାହିଦା କିନ୍ତୁ ତୀବ୍ର ଭାବେ ବୃଦ୍ଧି ପାଇଛି ଯେଉଁ କାରଣରୁ ଡ୍ରାଗନ ସେନାକୁ ବ୍ଯବହାର କରୁଛି ଚୀନ। ଅରୁଣାଚଳରେ ଅନୁପ୍ରବେଶ କରି ହିମାଳୟରେ ମିଳୁଥିବା ଏହି ବିରଳ ଓ ମୂଲ୍ଯବାନ ଔଷଧକୁ ନେବାକୁ ଚେଷ୍ଟା କରୁଛି ଚୀନ ସେନା। ଚାଇନାରେ କରୋନାର ଭୟବହତା ସମ୍ପର୍କରେ ସମସ୍ତେ ଜାଣିଛନ୍ତି। ଓମିକ୍ରନର ନୂଆ ପ୍ରଜାତି ଏବେ ଚାଇନାରେ ଆତଙ୍କ ମଚାଉଛି। ଯେଉଁକାରଣରୁ ବିଭିନ୍ନ ଦେଶ ସମେତ ଭାରତ ମଧ୍ୟ ଚାଇନାକୁ ସହାୟତାର ହାତ ବଢାଇଛି। ଆଉ ଏହାରି ମଧ୍ୟରେ ଚୀନ ସେନା କିନ୍ତୁ ଅନୁପ୍ରବେଶ ଜାରି ରଖିଛନ୍ତି।

corsyscepsତେବେ ଏହି ମୂଲ୍ଯବାନ ଔଷଧର କାମ କଣ। କାହିଁକି ଏହାର ଆନ୍ତର୍ଜାତୀୟ ମୂଲ୍ଯ ଏତେ ଅଧିକ ରହିଛି? ସେସବୁ ସମ୍ପର୍କରେ ଆସନ୍ତୁ ଜାଣିନେବା। ଏହି ଔଷଧର ଭାରତୀୟ ନାଁ ହେଉଛି ‘କୀଡ଼ା ଜଡ଼ି’, ଯାହାକୁ Himalayan Gold ମଧ୍ୟ କୁହାଯାଏ। ଇଂରାଜୀରେ ଏହାକୁ ‘caterpillar fungus’ମଧ୍ୟ କୁହାଯାଏ। ବୈଜ୍ଞାନିକ ଭାଷାରେ Ophiocordyceps sinensis। ଚାଇନା ଓ ନେପାଳରେ ଏହାକୁ ‘ୟାରସଗୁମ୍ବା’ କୁହାଯାଏ। ଓଡ଼ିଆରେ ଔଷଧୀୟ ଗୁମ୍ଳ। ଏହା ଏକ ପ୍ରକାର କବକ। ବାଦାମୀ ରଙ୍ଗର ଏହି କୀଡ଼ା ଜଡ଼ି ୨ଇଞ୍ଚ ପର୍ଯ୍ଯନ୍ତ ବଢିଥାଏ। ଏହି ଔଷଧ କେବଳ ହିମାଳୟରେ ମିଳେ। ଅର୍ଥାତ ଭାରତ ଓ ଦକ୍ଷିଣପଶ୍ଚିମ ଚାଇନାରେ ହିଁ ଏହା ମିଳେ।

ଏହି କୀଡ଼ାଜଡ଼ି ଅନେକ ମେଡିସିନରେ ବ୍ଯବହାର କରାଯାଏ। ବୈଜ୍ଞାନିକଙ୍କ ମତରେ ଏହାଦ୍ଵାରା ଆଗକୁ ଆଣ୍ଟି ଭାଇରାଲ ଓ କର୍କଟ ବିରୋଧୀ ମେଡିସିନ ତିଆରି କରାଯାଇପାରିବ। ଏହାଛଡ଼ା ଏହି କୀଡ଼ା ଜଡ଼ି ଜୀବାଣୁ ମାରିବାରେ ମଧ୍ୟ ମୁଖ୍ଯ ଭୂମିକା ନେଇଥାଏ। ଆଇପିସିଏସସି ରିପୋର୍ଟରୁ ଜଣାପଡିଛି ଯେ ଏହାର ମୂଲ୍ଯ ଏତେ ରହିଛି ଯେ ଏହାକୁ ସଂଗ୍ରହ ଏବଂ ବିକ୍ରୟ ହିଁ ହିମାଳୟ ଅଞ୍ଚଳର ସମଗ୍ର ସହରର ଅର୍ଥନୀତିକୁ ଚଲାଇଥାଏ। ସେପଟେ ଚୀନରେ କୀଡ଼ା ଜଡ଼ିର ଉତ୍ପାଦନ କମିଛି, ଏପଟେ ଚୀନ ସେନାର ଅନୁପ୍ରବେଶ ମଧ୍ୟ ବଢ଼ୁଛି। ଏବେ ଚୀନ ନିଜର ଚାହିଦା ପୂରା କରିବାକୁ ସେନାକୁ ବ୍ଯବହାର କରି ସୀମାକୁ ଅଶାନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.