ବିବାହ ପୂର୍ବରୁ ମା’ ହେଉଛନ୍ତି ଏହି ଦେଶର ଝିଅ! କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆଜିକାଲି ଲୋକମାନେ ବିବାହ ପୂର୍ବରୁ ପ୍ରି-ୱେଡିଙ୍ଗ ଫଟୋସୁଟ୍ କରୁଛନ୍ତି । ସେହିଭଳି ପ୍ରେଗ୍ନେନସି ଫଟୋସୁଟର ଟ୍ରେଣ୍ଡ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ତାଲିକାରେ ସେଲିବ୍ରିଟିମାନେ ମଧ୍ୟ ସାମିଲ ଅଛନ୍ତି । ଯାହାଙ୍କ ଅନେକ ପ୍ରେଗ୍ନେନସି ଫଟୋସୁଟ୍ ଆପଣମାନେ ନିଶ୍ଚୟ ଦେଖିଥିବେ । ଏହି ସମୟରେ, ଚୀନରୁ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ମହିଳାମାନେ ବେବି ବମ୍ପ ସହିତ ଫଟୋସୁଟ୍ କରୁଛନ୍ତି । ଏବଂ ଏହି ଟ୍ରେଣ୍ଡ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏକ ରିପୋର୍ଟରୁ ଜଣାପଡିଛି ଯେ ଚୀନର ପ୍ରେଗ୍ନେନସି ଫଟୋସୁଟ୍ କରିଥିବା ଏହି ଚୀନ୍ ମହିଳାମାନେ ବିବାହିତ ନୁହଁନ୍ତି । ଏମାନେ ସମସ୍ତେ କୁମାରୀ ଝିଅ, ଯେଉଁମାନେ କେବଳ ଫଟୋସୁଟ୍ ପାଇଁ ପ୍ରେଗ୍ନେନସି ଲୁକ୍ ଗ୍ରହଣ କରୁଛନ୍ତି । ପ୍ରକୃତରେ, ତାଙ୍କର ବେବି ବମ୍ପ ମଧ୍ୟ ନକଲି ଏବଂ ଏହା ସେଠାକାର GEN-Z ପିଢ଼ିଙ୍କ ମଧ୍ୟରେ ଏକ ନୂତନ ଟ୍ରେଣ୍ଡ ପାଲଟିଛି । ଏହି ଅଜବ ଧାରା ଦେଖି ଚୀନର ବୟସ୍କ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ଏବଂ ଚକିତ ।

ତଥାପି, ଯେତେବେଳେ ଝିଅମାନଙ୍କୁ ଏହାର କାରଣ ପଚରାଗଲା, ସେମାନଙ୍କଠାରୁ ଅଜବ ଉତ୍ତର ଶୁଣିବାକୁ ମିଳିଲା, ଯାହା ଏକ ବିତର୍କ ସୃଷ୍ଟି କରିଛି । ନକଲି ବେବି ବମ୍ପ ସହିତ ଫଟୋସୁଟ୍ କରୁଥିବା ଚୀନ୍ ଝିଅମାନେ କୁହନ୍ତି ଯେ ଯଦି ସେମାନେ ୩୦ ବର୍ଷ ବୟସରେ ଗର୍ଭବତୀ ହୁଅନ୍ତି, ତେବେ ସେମାନଙ୍କ ମୁହଁରେ ଝୁରିଆ ଦେଖାଯିବ ଏବଂ ସେମାନେ ସେଥିରେ ୨୬ ବର୍ଷ ପରି ଦେଖାଯିବେ ନାହିଁ । ସେଥିପାଇଁ, ୨୬ ବର୍ଷ ବୟସରେ ସେମାନେ ଏକ ନକଲି ବେବି ବମ୍ପ ସହିତ ଫଟୋସୁଟ୍ କରାଉଛନ୍ତି ।

ଯାହା ଦ୍ଵାରା ସେମାନେ ୩୦ ବର୍ଷ ବୟସରେ ପ୍ରକୃତରେ ମା’ ହେବା ସମୟରେ ସେମାନେ ଏହି ପୁରୁଣା ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରିପାରିବେ ଏବଂ ଭଲ ଲାଇକ୍ ଏବଂ ଭ୍ୟୁ ପାଇପାରିବେ । ଚୀନ ଯୁବତୀଙ୍କ ଏଭଳି ମନ୍ତବ୍ୟ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି । ଏହା ସହ ଏହି ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେବାରେ ଲାଗିଛି । ଅନ୍ୟପଟେ ସାଧାରଣ ଲୋକେ ନୂତନ ପିଢ଼ିର ଏହି ଯୁବତୀମାନଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି ।