ଝରଣା ମଝିରେ ଫଟୋ ସୁଟ୍‌ କରି ଫସିଲେ ଏହି ଯୋଡ଼ି :ରାଜସ୍ଥାନ

ଆଜିର ମଡର୍ଣ୍ଣ ଯୁଗରେ ଫଟୋସୁଟ୍ ର କ୍ରେଜ ସମସ୍ତଙ୍କୁ ଦିଓ୍ଵାନା କରି ରଖିଛି। ବାହାଘଣ ପୂର୍ବରୁ ପୁଅ ଝିଅଙ୍କ ଦେଖା ସାକ୍ଷାତ ନେଇଥିବା କଟକଣା କେବେଠୁ ଉଠି ଗଲେଣି । ଏବେକାର ଟ୍ରେଣ୍ଡ ହେଉଛି ପ୍ରିେଓ୍ଵଡିଂ ଫଟୋ ସୁଟ୍‌ । ଏମିତି କି କପଲ୍ ମାନଙ୍କୁ ମଧ୍ୟ ନିଜର ପ୍ରିେଓ୍ଵଡିଂ ଓ ପୋଷ୍ଟ େଓ୍ଵଡିଂ ଫଟୋସୁଟ୍ କରିବାର ନିଶା ଘାରିଛି। ତେବେ କିଛି ଯୋଡ଼ି ଏମିତି ନିଆରା ଫଟୋ ସୁଟ୍ କରନ୍ତି ଯେ ସେସବୁ ଭାଇରାଲ ହୋଇ ଯାଉଛି ସୋସିଆଲ ମିଡିଆରେ।

ପ୍ରଥମେ ଫଟୋ ସୁଟ୍ କରିବା ପାଇଁ ଆସିଲେ। ଶେଷରେ ଝରଣା ମଝିରେ ଫସି ମୁଣ୍ଡରେ ହାତ ଦେଇ ବସିଲେ । ଫଟୋ ମାନିଆ ତାଙ୍କୁ ଏପରି ଭାବେ ଘାରି ଥିଲା ଯେ ସେମାନେ ଜୀବନକୁ ବାଜି ଲଗାଇବାକୁ ପଛାଇଲେ ନାହିଁ। ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ଏବେ ଖୁବ ଭାଇରାଲ ହୋଇଛି।

viral video
pc: times now

ଖବରଟି  ହେଉଛି ସୁଦୂର ରାଜସ୍ଥାନର। ରାଜସ୍ଥାନର ଚିତ୍ତୋରଗଡ଼ ସହରର ଏକ ଯୋଡ଼ି ବିବାହ ପୂର୍ବରୁ ନିଜର ପ୍ରିେଓ୍ଵଡିଂ ସୁଟ କରିବା ପାଇଁ ବାହାରିଥିଲେ । ରାବତଭାଟା ସହରର ଏକ ସୁନ୍ଦର ଝରଣା ପାଖରେ ଫଟୋସୁଟ କରିବାକୁ ଯାଇଥିଲେ । ତେବେ ଏଇ ଫଟୋସୁଟ୍‌ର ନିଶା ଶେଷରେ ତାଙ୍କୁ ମହଙ୍ଗା ପଡ଼ିଲା। ଫଟୋ ସୁଟ କରିବାକୁ ଆସିଥିଲେ ନିଜ ପାଇଁ ନିଜ ପରିବାର ପାଇଁ ହେଲେ ଏମିତି ଘଟିଲା ଯେ ତାଙ୍କ ଭିଡ଼ିଓ ଏବେ ପୂରା ସୋସିଆଲ ମିଡିଆରେ ଛାଇ ଯାଇଛି।

ସୂଚନା ଅନୁଯାୟୀ, କୋଟାର ଆଶିଷ ଗୁପ୍ତା ନିଜ ପାର୍ଟନର ଶିଖାଙ୍କ ସହ ଏହି ସ୍ଥାନକୁ ପ୍ରେଓ୍ଵଡିଂ ଫଟୋ ସୁଟ୍ ପାଇଁ ଆସିଥିଲେ। ସେହି ସମୟରେ ରାଣା ପ୍ରତାପ ସାଗର ଡ୍ୟାମର ଗେଟ୍ ଖୋଲି ଦିଆଗଲା । ଫଳରେ ଝରଣାର ପାଣିସ୍ତର ବଢ଼ିଗଲା। ଏହି ସମୟରେ ଯୋଡ଼ିଙ୍କ ସହ କ୍ୟାମେରା ମ୍ୟାନ ଓ ଆଉ ଜଣେ ଯୁବତୀ ସେହି ସ୍ଥାନରେ ଫସି ଯାଇଥିଲେ। ଖୁବ୍‌ ବେଗରେ ପାଣି ମାଡ଼ି ଆସିଥିଲା । ପାଣିର ସ୍ରୋତକୁ ଦେଖି ସମସ୍ତେ ଡରି ଗଲେ । ତେବେ କଷ୍ଟେମଷ୍ଟେ ଫଟୋଗ୍ରାଫର ପାଣି ଭିତରୁ ବାହାରି ଆସି ପୋଲିସଙ୍କୁ ସୂଚନା ଦେଇଥିଲେ । ପରେ ଉଦ୍ଧାରକାରୀ ଟିମ ଆସି ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ।

Leave A Reply

Your email address will not be published.