ଆଜି ଚକୋଲେଟ୍ ଡେ’, ଏଥରକ ପାର୍ଟନରଙ୍କ ମୁଡ୍ ହିସାବରେ ଖୁଆନ୍ତୁ ଚକୋଲେଟ୍ ଓ କୁହନ୍ତୁ ମନର କଥା

ଆଜି ଭାଲେଣ୍ଟାଇନ୍ ସପ୍ତାହର ତୃତୀୟ ଦିନ। ଆଜିର ଦିନକୁ ସାରା ଦୁନିଆରେ ଚକୋଲେଟ୍ ଡେ ଭାବେ ପାଳନ କରାଯାଉଛି। ଏହି ଦିନ ଲୋକମାନେ ନିଜ ପାର୍ଟନରଙ୍କୁ କେବଳ ଚକୋଲେଟ୍ ଦେଇ ଖୁସି କରିଥାନ୍ତି। କିନ୍ତୁ ଆମେ ଆପଣଙ୍କୁ କିଛି ଏଭଳି ଟିପ୍ସ ଦେବାକୁ ଯାଉଛୁ ଯାହା ପାର୍ଟନରକୁ ଖାସ୍ ଫିଲ୍ କରାଇବାରେ ସାହାଯ୍ୟ କରିବ। ପାର୍ଟନରଙ୍କୁ ନିଜ ମନର କଥା କହିବାରେ ଏହି ଟିପ୍ସ ନିଶ୍ଚୟ କାମ ଦେବ।
ଚକୋଲେଟ୍ ଡେ’ରେ ପୁଅମାନେ ଯେଉଁ ଚକୋଲେଟ୍ ପାଆନ୍ତି ତାହାକୁ ସିଧାସଳଖ ଗର୍ଲଫ୍ରେଣ୍ଡକୁ ଦେଇଦେଇଥାନ୍ତି। କିନ୍ତୁ ଆପଣ ଏମିତି ଭୁଲ ଆଦୌ କରନ୍ତୁ ନାହିଁ। ପାର୍ଟନରଙ୍କୁ ମନ ଇଚ୍ଛା ଚକୋଲେଟ୍ ନ ଦେଇ ତାଙ୍କୁ କ’ଣ ପସନ୍ଦ ତାହା ଥରେ ଚିନ୍ତା କରନ୍ତୁ। ଯଦି ପାରୁଛନ୍ତିି ତେବେ ପାର୍ଟନରଙ୍କ ମୁଡ୍ ହିସାବରେ ତାଙ୍କୁ ଚକୋଲେଟ୍ ଦିଅନ୍ତୁ। ଏହା ଦ୍ୱାରା ସେ ବୁଝିପାରିବେ ଯେ ଆପଣ ତାଙ୍କ ମୁଡ୍କୁ କେତେ ଧ୍ୟାନ ଦେଉଛନ୍ତି। ଆସନ୍ତୁ ଜାଣିବା ପାର୍ଟନରଙ୍କୁ କି ଚକୋଲେଟ୍ ଦେବେ…
ଡାର୍କ ଚକୋଲେଟ୍:
ଯଦି ଆପଣଙ୍କ ଗର୍ଲଫ୍ରେଣ୍ଡ ଡାଇଟିଂରେ ଅଛନ୍ତି ତେବେ ତାଙ୍କୁ ଡାର୍କ ଚକୋଲେଟ୍ ଦିଅନ୍ତୁ। ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଓଜନ ବଢ଼େ ନାହିଁ ବରଂ ଏହା ଶରୀର ପାଇଁ ହିତକର ହୋଇଥାଏ।
ମିଲ୍କ ଚକୋଲେଟ୍:
ଯଦି ସ୍ୱାସ୍ଥ୍ୟଗତ କାରଣରୁ ଆପଣଙ୍କ ଗର୍ଲଫ୍ରେଣ୍ଡ ଚକୋଲେଟ୍ ଖାଉନାହାନ୍ତି ତେବେ ତାଙ୍କୁ ମିଲ୍କ ଚକୋଲେଟ୍ ଦିଅନ୍ତୁ। ମିଲ୍କ ଚକୋଲେଟ୍ ଖାଇବା ଦ୍ୱାରା ହୃଦ୍ ସମ୍ବନ୍ଧୀୟ ରୋଗ ହୋଇନଥାଏ। ଏହା ମସ୍ତିଷ୍କକୁ ବି ସାର୍ଫ କରେ।
ନଟ୍ସ ଚକୋଲେଟ୍:
ଆପଣ ଗର୍ଲଫ୍ରେଣ୍ଡକୁ ଏମିତି ଚକୋଲେଟ୍ ଦେଇପାରିବେ ଯେଉଁଥିରେ ବାଦାମ, ପିସ୍ତା ବାଦାମ ଆଦି ନଟ୍ସ ପଡ଼ିଥିବ। ଏହା ଖାଇବାକୁ ଟେଷ୍ଟି ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ବି ହେଲଦି ହୋଇଥାଏ।
ହ୍ଵାଇଟ୍ ଚକୋଲେଟ୍:
ହ୍ଵାଇଟ୍ ଚକୋଲେଟ୍ରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ରହିଥାଏ, ଯାହା ହାଡ଼କୁ ମଜଭୁତ କରିଥାଏ। ଯଦି ପାର୍ଟନରଙ୍କ ଆଣ୍ଠୁଗଣ୍ଠି ସମସ୍ୟା ରହିଛି, ତେବେ ତାଙ୍କୁ ହ୍ଵାଇଟ୍ ଚକୋଲେଟ୍ ଦିଅନ୍ତୁ।
ଚକୋଲେଟ୍ କେକ୍:
ଏହି ଦିନକୁ ଆହୁରି ଖାସ୍ କରିବା ପାଇଁ ପାର୍ଟନରଙ୍କ ସହ ଚକୋଲେଟ୍ କେକ୍ କାଟି ପାରିବେ। ଏମିତି କଲେ ପାର୍ଟନର ଆପଣଙ୍କ ଉପରେ ଖୁସି ହେବା ସହ ତାଙ୍କର ଆପଣଙ୍କ ପ୍ରତି ଭଲ ପାଇବା ବଢ଼ିବ।