କେଉଁ ରାଶିର ବ୍ୟକ୍ତି ବିଶେଷ ପିନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଜାଣି ରଖନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତିଟି ରାଶିର ଏକ ଲକି କଲର ଥାଏ । ବିଶ୍ୱାସ ରହିଛିଯେ ଯଦି ଏହି ଲକି ରଙ୍ଗକୁ ନିଜ ସହିତ ରଖାଯାଏ ତେବେ ବ୍ୟକ୍ତିଙ୍କ ସହିତ ସବୁକିଛି ଭଲ ହୋଇଥାଏ ।  ଆଉ ଯଦି ରାକ୍ଷୀ ଦିନ ଭଉଣୀ ମାନେ ନିଜ ଭାଇଙ୍କ ହାତରେ ସେମାନଙ୍କ ରାଶି ଅନୁଯାୟୀ ଲକି କଲରର ରାକ୍ଷୀ ବାନ୍ଧନ୍ତି ତେବେ ତାଙ୍କ ସହିତ ସବୁକିଛି ଶୁଭ ହୋଇଥାଏ ।  ତେବେ ଆସନ୍ତୁ ଜାଣିବା ଭଉଣୀ ମାନେ ଭାଇ ମାନଙ୍କ ହାତରେ ରାଖୀ ବାନ୍ଧିବା ପୂର୍ବରୁ କେଉଁ କେଉଁ ବିଷୟ ପ୍ରତି ଅଧିକ ଧ୍ୟାନ ଦେବେ ।

ମେଷ ରାଶି: ଜ୍ୟୋତିଷଙ୍କ କହିବା ମୁତାବକ ଏହି ରାଶିର ସ୍ୱାମୀ ମଙ୍ଗଳ ହୋଇଥାନ୍ତି ।  ତେଣୁ ଯେଉଁ ମାନଙ୍କ ରାଶି ମେଷ ସେମାନଙ୍କ ଭଉଣୀ ମାନେ ତାଙ୍କ ହାତରେ ଲାଲ ରଙ୍ଗର ରାଖୀ ବାନ୍ଧିବା ଉଚିତ ।

ବୃଷ ରାଶି; ଏହି ରାଶି ଧାରକଙ୍କ ସ୍ୱାମୀ ହେଉଛନ୍ତି ଶୁକ୍ର ।  ତେଣୁ କରି ଏମାନଙ୍କ ପାଇଁ ଶୁଭ ରଙ୍ଗ ଭାବରେ ଧଳା ରଙ୍ଗକୁ ଧରାଯାଏ ।  ଭଉଣୀ ମାନେ ଏମାନଙ୍କ ହାତରେ ଧଳା କିମ୍ବା ନୀଳ ରଙ୍ଗର ରାଖୀ ବାନ୍ଧିବା ଉଚିତ ।

ମିଥୁନ ରାଶି: ଏହି ରାଶିର ସ୍ୱାମୀ ହେଉଛନ୍ତି ବୁଧ ଗ୍ରହ ।  ଯାହାଙ୍କ ପ୍ରିୟ ରଙ୍ଗ ହେଉଛି ସବୁଜ ।  ରାଖୀ ଦିନ ଏମାନଙ୍କ ହାତରେ ସବୁଜ ରଙ୍ଗର ରାଖୀ ବାନ୍ଧିଲେ ଉଭୟ ଭାଇ ଭଉଣୀଙ୍କ ପାଇଁ ଶୁଭ ହୋଇଥାଏ ।

କର୍କଟ ରାଶି: ଏମାନଙ୍କ ପାଇଁ ଶୁଭ ରଙ୍ଗ ଭାବେ ଧଳା ରଙ୍ଗକୁ ଧରାଯାଏ ।  ଉନ୍ନତ ସ୍ୱାସ୍ଥ୍ୟ ତଥା ଦୀର୍ଘ ଆୟୁ ପାଇଁ ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ ।

ସିଂହ ରାଶି: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଇଷ୍ଟ ଗ୍ରହ ହେଉଛନ୍ତି ସୂର୍ଯ୍ୟ ।  ତେଣୁ ଏହି ରାଶି ବ୍ୟକ୍ତି ବିଶେଷଙ୍କ ଲକି ରଙ୍ଗ ଲାଲ କିମ୍ବା ହଳଦିଆ ହୋଇଥାଏ ।  ଭାଇ ମାନଙ୍କୁ ଏହି ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ

rakhyi
image credit: IGP.com

କନ୍ୟା ରାଶି: କନ୍ୟା ରାଶିର ଭାଇ ମାନଙ୍କୁ ସେମାନଙ୍କ ଭାଇମାନେ ସବୁଜ ରଙ୍ଗର ରାକ୍ଷୀ ବାନ୍ଧିବା ସର୍ବତ୍କୃଷ୍ଟ ।  ଏହା ଦ୍ୱାରା ଆପଣଙ୍କ ଭାଇଙ୍କ ସମସ୍ତ କାର୍ଯ୍ୟ ବିନା କୌଣସି ବାଧାବିଘ୍ନରେ ପୂର୍ଣ୍ଣ ହୋଇଥାଏ ।

ତୁଳା ରାଶି: ତୁଳା ରାଶିର ଇଷ୍ଟ ଗ୍ରହ ହେଉଛନ୍ତି ଶୁକ୍ର ।  ଭାଇ ମାନଙ୍କ ଦୀର୍ଘାୟୁର କାମନା କରି ସେମାନଙ୍କ ହାତରେ ଗୋଲାପୀ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ ।

ବିଛା ରାଶି: ବିଛା ରାଶିର ଇଷ୍ଟ ଗ୍ରହ ହେଉଛନ୍ତି ମଙ୍ଗଳ । ତେଣୁ ଏମାନଙ୍କ ପାଇଁ ଶୁଭ ରଙ୍ଗ ଲାଲ କିମ୍ବା ମେରୁନ ହେବା ଉଚିତ । ତେଣୁ ଭଉଣୀ ମାନେ ଭାଇଙ୍କ ହାତରେ ଏହି ରଙ୍ଗର ରାଖୀ ବାନ୍ଧିବା ଉଚିତ ।

ଧନୁ ରାଶି: ଏହି ରାଶିର ଇଷ୍ଟଗ୍ରହ ଗୁରୁ ହୋଇଥିବା କାରଣରୁ ଏମାନଙ୍କ ପାଇଁ ଶୁଭ ରଙ୍ଗ ହଳଦିଆ କିମ୍ବା ନାରଙ୍ଗୀ ହୋଇଥାଏ ।  କର୍ମକ୍ଷେତ୍ରରେ ସଫଳତା ପାଇବା ପାଇଁ ଏମାନଙ୍କ ହାତରେ ଲାଲ କିମ୍ବା ହଳଦିଆ ରଙ୍ଗର ରାଖୀ ବାନ୍ଧିବା ଉଚିତ ।

ମକର ରାଶି: ଶନି ହେଉଛନ୍ତି ଏହି ରାଶିର ଇଷ୍ଟଗ୍ରହ ।  ତେଣୁ କରି ଏମାନଙ୍କ ଶୁଭ ରଙ୍ଗ ନୀଳ, ବାଇଗଣୀ କିମ୍ବା ଜାମୁ କୋଳି ରଙ୍ଗ ହୋଇଥାଏ ।  ଏମାନେ ଏହି ସବୁ ରଙ୍ଗର ରାକ୍ଷୀ ପିନ୍ଧିବା ହିଁ ଭଲ ।  ଶନି ଦେବଙ୍କ କୃପା ଲାଭ କରିବା ପାଇଁ ଏହି ସବୁ ରଙ୍ଗର ରାକ୍ଷୀ ପିନ୍ଧିବା ଭଲ ।

କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଇଷ୍ଟଗ୍ରହ ହେଉଛନ୍ତି ଶନି ।  ଭାଇ ମାନଙ୍କ ଖୁସି ପାଇଁ ବାଇଗଣୀ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ ।

ମୀନ ରାଶି: ଏମାନଙ୍କ ସ୍ୱାମୀ ଗ୍ରହ ଦେବ ଗୁରୁ ଅଟନ୍ତି ।  ଆଉ ଏମାନଙ୍କ ଲକି ରଙ୍ଗ ହଳଦିଆ କିମ୍ବା ନାରଙ୍ଗୀ ହୋଇଥାଏ ।  ଭାଇ ମାନଙ୍କ ଉପରେ ଯେମିତି କୌଣସି ବାଧା ନ ଆସୁ ଭଉଣୀ ମାନେ ସେମାନଙ୍କ ହାତରେ ଏହି ଦୁଇ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ |

Leave A Reply

Your email address will not be published.