ଦେଶରେ ଛୋଟ ଚାରିଧାମ ଯାତ୍ରା ନିମିତ୍ତ ରହିଛି ସ୍ୱତନ୍ତ୍ର ମାନତ୍ୟା , ଜାଣନ୍ତୁ

ହିନ୍ଦୁ ସନାତନ ଧର୍ମରେ ଚାରି ଧାମର ଯାତ୍ରାର ରହିଛି ଅନେକ ମହତ୍ୱ । ମଇ ମାସରୁ ଚାରିଧାମର ଯାତ୍ରା ଆରମ୍ଭ ହୋଇଥିବାର ଶୁଣିବାକୁ ମିଳେ । ତେବେ ଏହି ଯାତ୍ରାରେ ବଡ ଚାରିଧାମ ଯାତ୍ରା ସହ ଛୋଟ ଚାରିଧାମ ଯାତ୍ରା ମଧ୍ୟ ରହିଛି । ଚାଲନ୍ତୁ ଜାଣିବା ସେ ସଂପର୍କରେ ।

ବଡ ଚାରିଧାମ :

ବଦ୍ରୀନାଥ (ଉତ୍ତରାଖଣ୍ଡ), ଦ୍ୱାରିକା(ଗୁଜୁରାତ), ଜଗନ୍ନାଥଧାମ(ଓଡ଼ିଶା) ଓ ରାମେଶ୍ୱର(ତାମିଲନାଡୁ)କୁ ବଡ ଚାରିଧାମ କୁହାଯାଏ । ହିନ୍ଦୁ ଧର୍ମରେ ଏହି ଯାତ୍ରାକୁ ପୂଣ୍ୟ ମନାଯାଏ । ପ୍ରତ୍ୟେକ ହିନ୍ଦୁ ନିଜ ଜୀବନ କାଳ ମଧ୍ୟରେ ଏହି ଧାମର ଯାତ୍ରା କରିବା ଉଚିତ ।

0566
pc: Char Dham Yatra

ଛୋଟ ଚାରିଧାମ:

ବଦ୍ରୀନାଥରେ ଛୋଟ ଚାରିଧାମ ରହିଛି । ବଦ୍ରୀନାଥଙ୍କ ସହ କେଦାରନାଥ (ଶିବ ଜ୍ୟୋତିର୍ଲିଙ୍ଗ), ୟମୁନେତ୍ରୀ ଓ ଗଙ୍ଗୋତ୍ରୀ ଭଳି ତୀର୍ଥ ସ୍ଥଳ ରହିଛି । ଏହା ଉତ୍ତର ଭାରତରେ ରହିଥିବାରୁ ଏହାର ଯାତ୍ରାକୁ ନେଇ ଅନେକ ମହତ୍ୱ ରହିଛି । ତେଣୁ ଏହାକୁ ଛୋଟ ଚାରିଧାମନେ ନାମିତ କରାଯାଇଛି ।

ମାନ୍ୟତା ଅନୁସାରେ ଏହି ଧାମରେ ଦିବ୍ୟ ଶକ୍ତିର ନିବାସ ରହିଛି । ଏହା ବହୁତ ପବିତ୍ର ସ୍ଥଳ । କେଦାରନାଥ ମନ୍ଦିର ଯେଉଁଠି ଭଗବାନ ଶଙ୍କର ବିଶ୍ରାମ କରୁଥିବାର ବିଶ୍ୱାସ ରହିଛି । ବଦ୍ରୀନାଥଙ୍କ ସୃଷ୍ଟିକୁ ୮ମ ବୈକୁଣ୍ଠ ବୋଲି ମନାଯାଏ । ଯେଉଁଠି ଭଗବାନ ବିଷ୍ଣୁ ୬ ମାସ ପର୍ଯ୍ୟନ୍ତ ନିଦ୍ରାରେ ଏବଂ ୬ମାସ ପର୍ଯ୍ୟନ୍ତ ଅନିଦ୍ରାରେ ରୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.