ଜାଣନ୍ତୁ ଏମତି ଏକ ସମାଧି ସ୍ଥଳ ଯେଉଁଠି ସିଗାରେଟ୍‌ ଦେଲେ, ମିଳିଯାଏ ହଜି ଯାଇଥିବା ପ୍ରେମ

ଭାରତ ଏମିତି ଏକ ଦେଶ ଯେଉଁଠି ଲେକମାନେ ନିଜ ଆରାଧ୍ୟଙ୍କ ଆଶିଷ ଲଭିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଭୋଗ ଚଢାନ୍ତି । ହେଲେ କେହି ଯଦି ଭୋଗ ବଦଳରେ ନିଜ ଆରାଧ୍ୟଙ୍କୁ ସିଗାରେଟ ଦିଏ ତେବେ ଆପଣଙ୍କ ମନରେ ଏକ ଅଜବ ଭାବନା ସୃଷ୍ଟି ହେବ ନିଶ୍ଚୟ । କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହଁ । ଆପଣମାନେ ମଜାରରେ ଧୂପ ଓ ଚାଦର ଚଢ଼ା ଯାଉଥିବାର ଦେଖିଥିବେ । କିନ୍ତୁ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏମିତି ଏକ ସମାଧି ଅଛି ଯେଉଁଠାରେ ଲୋକମାନେ ପ୍ରସାଦ ରୂପରେ ସିଗାରେଟ୍‌ ଚଢାନ୍ତି ।
ଏହି ସମାଧି ଜଣେ ଖ୍ରୀଷ୍ଟିୟାନ ସିପାହୀଙ୍କର କିନ୍ତୁ ଏଠାକୁ ଉଭୟ ହିନ୍ଦୁ ଓ ମୁସଲମାନ ଧର୍ମର ଲୋକମାନେ ଆସନ୍ତି ଓ ଦରବାରରେ ସିଗାରେଟ ଚଢାନ୍ତି । ଏହି ଜାଗାଟି ସିଗାରେଟ ବାବାଙ୍କ ଦରବାର ଭାବେ ବେଶ୍‌ ଜଣାଶୁଣା । ଏହି କବରଟି ଲକ୍ଷ୍ନୌର ମୁର୍ସିଦାବାଦ ଅଞ୍ଚଳରେ ଅଛି, ଯେଉଁଠି ଆଗରୁ ଏକ ଭଗ୍ନ ସ୍ତୂପ ଥିଲା । ପରେ ଏହି ଜାଗାରେ ପନିପରିବା ମାର୍କେଟ୍‌ ହୋଇଥିଲା । ମୁଶାବାଗର ସ୍ୱାଧୀନ ପୂର୍ବରୁ ଏଠାରେ ଇଂରେଜମାନେ ରହୁଥିଲେ । ୧୮୫୭ ମସିହାର ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ଇଂରେଜ ସୈନିକ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଇଂରେଜମାନଙ୍କ ଦ୍ୱାରା ଏଠାରେ ନିର୍ମାଣ ହୋଇଥିବା ଏକ କୋଠା ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯାଇଥିଲା । କୁହା ଯାଉଛି କି ଏହି ଗୁଳି ବର୍ଷାରେ କ୍ୟାପଟେନ ଓ୍ଵିଲ୍ସ ପ୍ରାଣ ହରାଇଥିଲେ । ଲୋକଙ୍କ ଠାରୁ ଶୁଣିବାକୁ ମିଳେ ଯେ ଓ୍ଵିଲ୍ସଙ୍କୁ ସିଗାରେଟ୍‌ ଓ ମଦ ବହୁତ ପସନ୍ଦ ଥିଲା ।
ଏହି କବର ସମ୍ପର୍କରେ ଜାଣିଥିବା ଲୋକମାନଙ୍କୁ ମଧ୍ୟ ଜଣାନଥିଲା ଯେ କ୍ୟାପଟେନ ଓ୍ଵିଲ୍ସ କେବେ କ୍ୟାପଟେନ ବାବା ହୋଇଗଲେ ଆଉ କେବେ ତାଙ୍କୁ ସିଗାରେଟ୍‌ ଚଢ଼ାଗଲା । ଏଠାକୁ ଆସୁଥିବା ସବୁ ବ୍ୟକ୍ତି ଅଗରବତୀ ଓ ଚାଦର ଜାଗାରେ କ୍ୟାପଟେନ ବାବାଙ୍କୁ ଖୁସି କରିବାକୁ ସିଗାରେଟ ଚଢାନ୍ତି । ଏମିତିରେ ଏହି କବର ବିଷୟରେ ଏକ ବିଶେଷ ମନ୍ୟତା ଅଛି ଆଉ ତାହା ହେଉଛି, ସିଗାରଟ୍‌ ଚଢଉଥିବା ଲୋକମାନଙ୍କ ମଧ୍ୟରେ ପ୍ରେମୀ ଯୁଗଳଙ୍କ ସଂଖ୍ୟା ଅଧିକ । କାହିଁକି ନା କବରରେ ସିଗାରେଟ ଚଢ଼ାଇବା ଦ୍ୱାରା ପ୍ରେମିକ, ପ୍ରମିକାଙ୍କ ହଜିଯାଇଥିବା ପ୍ରେମ ମିଳି ଯାଏ ବୋଲି ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.