ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି ଏହି ମ୍ୟାଜିକ୍‌ କେକ୍‌, ଆପେ ଆପେ ବଦଳିଯାଉଛି ରଙ୍ଗ; ଦେଖନ୍ତୁ ଭିଡିଓ

ଏବେ ସୋସିଆଲ ମିଡିଆରେ ଏକ କେକ୍‌ ବେଶ୍‌ ଚର୍ଚ୍ଚାରେ ରହିଛି। ଆପଣ ଭାବୁଥିବେ କେକ୍‌ରେ ଏମିତି କ’ଣ ଅଛି ଯେ ତାହା ଚର୍ଚ୍ଚାରେ। ତେବେ ଆମେ କହି ରଖିବାକୁ ଚାହିଁବୁ ଯେ ଏହା କୌଣସି ସାଧାରଣ କେକ୍‌ ନୁହେଁ। ବରଂ ରଙ୍ଗ ବଦଳାଉଥିବା କେକ୍‌। ଏହି କେକ୍‌କୁ ବୁଲାଇଲେ ତାହାର ରଙ୍ଗ ବଦଳିଯାଏ। ପ୍ରଥମେ ଦେଖିବା ବେଳେ ଏହି କେକ୍‌ର ରଙ୍ଗ ଲାଲ୍‌, କମଳା ରଙ୍ଗ ଓ ହଳଦିଆ ଦିଶୁଛି। କିନ୍ତୁ ତାକୁ ବୁଲାଇବା ପରେ ତାହାର ରଙ୍ଗ ସମ୍ପୂର୍ଣ୍ଣ ବଦଳିଯାଉଛି।

ଦେଖନ୍ତୁ ଭିଡିଓ:

Video Courtesy: CharlotteSometimes

ଭିଡିଓରେ ଆପଣ ଦେଖିପାରୁଥିବେ, କେକ୍‌କୁ ବୁଲାଇବା ବେଳକୁ ତାହାର ରଙ୍ଗ କିଭଳି ଆଶ୍ଚର୍ଯ୍ୟଜନକ ଭାବେ ବଦଳିଯାଉଛି। ତେବେ ଆସନ୍ତୁ ଜାଣିବା ପ୍ରକୃତ କଥାଟି କ’ଣ। ପ୍ରକୃତ କଥାଟି ହେଉଛି କେକ୍‌ ଉପରେ କରାଯାଇଥିବା ଆଇସିଂ ଟେକ୍ନିକ୍‌ ଯୋଗୁ କେକ୍‌ର ରଙ୍ଗ ଏଭଳି ବଦଳୁଛି।

ଏହି କେକ୍‌ର ଭିଡିଓକୁ ୟୁଟ୍ୟୁବର CharlotteSometimes ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହି କେକ୍‌କୁ ଏକ ରୋଟେଟିଂ ଷ୍ଟାଣ୍ଡରେ ରଖି ବୁଲାଯାଉଛି ଓ ଏହାର ରଙ୍ଗ ବଦଳୁଥିବା ଦେଖାଯାଇଛି। କେକ୍‌ର ବାମପଟ ସମସ୍ତ ସାଇଡ୍‌ରେ ଗୋଟିଏ ରଙ୍ଗର ସେଟ୍‌କୁ ଏୟାରବ୍ରଶ ସାହାଯ୍ୟରେ ସଜା ଯାଇଛି ଓ ଡାହାଣ ପଟରୁ ଦେଖାଯାଥିବା ସାଇଡ୍‌କୁ ଆଉ ଏକ ରଙ୍ଗରେ ସଜାଯାଇଛି। ଫଳରେ କେକ୍‌କୁ ବୁଲାଇବା ବେଳେ ତାହାର ରଙ୍ଗ ବଦଳୁଛି। ଏହି ଭିଡିଓକୁ ଏବେ ଯାଏଁ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି।

You might also like