Categories: ସ୍ପେଶାଲ

ଏହି ମନ୍ଦିରରେ ରଙ୍ଗ ପରିବର୍ତ୍ତନ କରନ୍ତି ମା’ ଲକ୍ଷ୍ମୀ, ଦର୍ଶନ କରିବା ମାତ୍ରକେ ହିଁ ପୂରା ହୁଏ ସମସ୍ତ ମନସ୍କାମନା

ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ପଚମଠା ମନ୍ଦିର ଅନେକ ଦ୍ରୁଷ୍ଟିକୋଣରୁ ସ୍ୱତନ୍ତ୍ର ଅଟେ। ଏହି ମନ୍ଦିରରେ ଅନେକ ଦେବା ଦେବୀଙ୍କର ପ୍ରତିମା ସ୍ଥାପିତ ରହିଛି। ମନ୍ଦିରର ସବୁଠାରୁ ବଡ ବିଶେଷତା ହେଉଛି ଏଠାରେ ସ୍ଥାପିତ ଥିବା ମାତା ଲକ୍ଷ୍ମୀଙ୍କ ପ୍ରତିମା। ମା’ଙ୍କର ଏହି ପ୍ରତିମାକୁ ନେଇ ଅନେକ ଲୋକକଥା ପ୍ରଚଳିତ ଅଛି।

ମାନ୍ୟତା ରହିଛି ଯେ ମା’ଙ୍କର ଏହି ପ୍ରତିମା ଦିନରେ ତିନି ଥର ରଙ୍ଗ ପରିବର୍ତ୍ତନ କରେ। ଦାର୍ଶନିକଙ୍କ କହିବାନୁଯାୟୀ ସକାଳ ସମୟରେ ମା’ଙ୍କ ପ୍ରତିମା ଧଳା, ଦ୍ୱିପହରରେ ହଳଦିଆ ଏବଂ ସଂଧ୍ୟାରେ ନୀଳ ହୋଇଯାଏ। କୁହାଯାଏ ଯେ ଏହି ମନ୍ଦିରର ନିର୍ମାଣ ଗୋଣ୍ଡଓ୍ଵାନା ଶାସନରେ ରାଣୀ ଦୁର୍ଗାବତୀଙ୍କର ବିଶେଷ ସେବାପତି ଦିଓ୍ଵାନ ସିଂହଙ୍କ ନାମରେ କରାଯାଇଥିବା ଆଧାରତାଳ ପୋଖରୀରେ କରାଯାଇଥିଲା।

ତନ୍ତ୍ର ସାଧନର କେନ୍ଦ୍ର

ଏହି ମନ୍ଦିରରେ ଅମାବାସ୍ୟା ଦିନ ରାତିରେ ଭକ୍ତଙ୍କର ଭିଡ ଦେଖିବାକୁ ମିଳିଥାଏ କାରଣ ପଚମଠା ମନ୍ଦିର ନାମରେ ପ୍ରସିଦ୍ଧ ଏହି ମନ୍ଦିର ପୁରାତନ କାଳରେ ପୂରା ଦେଶ ପାଇଁ ତନ୍ତ୍ର ସାଧନର ବିଶେଷ କେନ୍ଦ୍ର ଥିଲା। କୁହାଯାଏ ଯେ ମନ୍ଦିରର ଚାରିପଟେ ଶ୍ରୀଯନ୍ତ୍ରର ବିଶେଷ ରଚନା ରହିଛି।

ସୂର୍ଯ୍ୟଙ୍କର ପ୍ରଥମ କିରଣ ମା’ଙ୍କ ପାଦରେ ପଡିଥାଏ

କୁହାଯାଏ ଯେ ଏହି ମନ୍ଦିରର ନିର୍ମାଣ ପ୍ରାୟ ଏଗାର ଶହ ବର୍ଷ ପୂର୍ବରୁ କରାଯାଇଥିଲା। ଏହାର ଭିତର ଭାଗରେ ଶ୍ରୀଯନ୍ତ୍ରର ଖାସ୍‌ ସଂରଚନା କରାଯାଇଥିଲା। ଖାସ୍‌ କଥା ହେଉଛି ଆଜି ବି ସୂର୍ଯ୍ୟଙ୍କ ପ୍ରଥମ କିରଣ ମାତା ଲକ୍ଷ୍ମୀଙ୍କ ପ୍ରତିମାର ଚରଣରେ ପଡିଥାଏ।

ଶୁକ୍ରବାର ଦିନ ରହିଛି ବିଶେଷ ମହତ୍ତ୍ୱ

ଆମେ ସମସ୍ତେ ଜାଣିଛନ୍ତି ଯେ ଶୁକ୍ରବାର ଦିନକୁ ମାତା ଲକ୍ଷ୍ମୀଙ୍କର ଦିନ ବୋଲି କୁହାଯାଏ। ଏହି କାରଣରୁ ମାତା ଲକ୍ଷ୍ମୀଙ୍କର ଏହି ମନ୍ଦିରରେ ସବୁ ଶୁକ୍ରବାର ଭକ୍ତଙ୍କର ବିଶେଷ ଭିଡ ରହିଥାଏ। କୁହାଯାଏ ଯେ ଯେଉଁ ଭକ୍ତ ସାତଟି ଶୁକ୍ରବାର ଏଠାକୁ ଆସି ମାତା ଲକ୍ଷ୍ମୀଙ୍କର ଦର୍ଶନ କରନ୍ତି ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

Pritiparna

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

3 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

34 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

37 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

40 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

46 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago