ଗୁରୁ-ଶୁକ୍ରଙ୍କ ସଂଯୋଗ ଯୋଗୁ ୨୩ ମଇ ପର୍ଯ୍ୟନ୍ତ ଏହି ରାଶିଙ୍କୁ ହେବ ପ୍ରବଳ ଧନ ଲାଭ, ଖୋଲିଯିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ସମୟ ସମୟରେ ନିକଟତର ହେବା ଓ ଯୋଗ ହେବା ଯୋଗୁ ଏକ ଶୁଭ ଓ ଅଶୁଭ ସଂଯୋଗ ସୃଷ୍ଟି ହୋଇଥାଏ । ଏହା ମାନବ ଜୀବନ ଉପରେ ବଡ଼ ପ୍ରଭାବ ପକାଇଥାଏ । ଚଳିତଥର ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୭ ଅପ୍ରେଲରୁ ମଇ ମାସ ୨୩ ଯାଏ ଗୁର-ଶୁକ୍ର ସଂଯୋଗ ହୋଇ ମୀନ ରାଶିରେ ରହିବେ । ଏହି ଦୁଇ ଗ୍ରହ ଏକ ରାଶିରେ ରହିବା ବହୁତ ଶୁଭ ସଂକେତ ଦେଇଥାଏ । ଏହି ଗ୍ରହର କିଛି ଖାସ ମହତ୍ୱ ରହିଛି ।

ଗୁରୁ ବା ବୃହସ୍ପତି ଦେବତାଙ୍କ ଗୁରୁ ହୋଇଥିବା ବେଳେ ଶୁକ୍ରଙ୍କୁ ଅସୁରଙ୍କ ଗୁରୁ ବୋଲି କୁହାଯାଏ । ସୁଖ, ଜ୍ଞାନ, ସନ୍ତାନ, ଧାର୍ମିକ କାର୍ଯ୍ୟ,ଦାନ, ପୁଣ୍ୟ ଓ ବୁଦ୍ଧିର କାରକ ହୋଇଥାନ୍ତି ଗୁରୁ । ସେହିପରି ଭୋଗ ବିଳାସ, ଭୌତିକ ସୁଖ, ରୋମାନ୍ସ,କାମବାସନା ଆଦିର କାରକ ହୋଇଥାନ୍ତି ଶୁକ୍ର ଗ୍ରହ । ଏମିତି ଦୁଇ ବିଲକ୍ଷଣ ପ୍ରତିଭାର ଗ୍ରହଙ୍କ ସଂଯୋଗ ସବୁ ୧୨ ରାଶି ଉପରେ ପ୍ରଭାବ ପକାଇଥାଏ । ହେଲେ ୪ ରାଶିଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ଓ ସକରାତ୍ମକ ଫଳ ମିଳିବ । ଆସନ୍ତୁ ଜାଣିବା ଏହି ରାଶିଙ୍କ ବିଷୟରେ ।

ଏହି ରାଶିଙ୍କ ଉପରେ ପଡିବ ବଡ଼ ପ୍ରଭାବ :

୧୨ ବର୍ଷ ପରେ ଏହି ବିଲକ୍ଷଣ ଯୋଗ ଏହି ରାଶିର ଜାତକଙ୍କ ଉପରେ ପଡ଼ିବ । ଯାହାଫଳରେ ଏମାନଙ୍କ ଜୀବନରେ ସର୍ବାଧିକ ପ୍ରଭାବ ପଡ଼ିବ -:

• ମୀନ ରାଶି : ଧନ ଲାଭର ପ୍ରବଳ ସମ୍ଭାବନା, କ୍ୟାରିଅରରେ ପଦୋନ୍ନତି ମିଳିବ ଓ ସୁଖ-ସୁବିଧା ଓ ଆରାମ ମିଳିବ ।

• କର୍କଟ ରାଶି : ଧନ ଲାଭର ପ୍ରବଳ ସମ୍ଭାବନା, କ୍ୟାରିଅରରେ ନୂଆ କିଛି ପ୍ରାପ୍ତ ହେବ । ଅର୍ଥ ଓ ସୁଖ-ସୁବିଧା ମିଳିବ ।

• କନ୍ୟା ରାଶି : ଭାଗ୍ୟରେ ଉନ୍ନତି ଘଟିବ, ପରିବାରରେ ସୁଖ ଓ ଶାନ୍ତିର ବାତାବରଣ ଜାରି ରହିବ । ଆୟରେ ବୃଦ୍ଧି ଘଟିବ ।

• ମକର ରାଶି : ଭାଗ୍ୟରେ ଉନ୍ନତି ଘଟିବ, ଧନ ଲାଭର ପ୍ରବଳ ସମ୍ଭାବନା, ଜୀବନ ସାଥୀର ସହଯୋଗ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.