ସ୍ପେଶାଲ

ଗୋଟିଏ ବରକୁ ବିବାହ କଲେ ଦୁଇ ଭଉଣୀ, କାରଣ ଜାଣିଲେ ଆପଣଙ୍କର ଉଡ଼ିଯିବ ହୋସ୍‌

ଦେଖିବାକୁ ଦୁଇ ଭଉଣୀ ସମାନ କିନ୍ତୁ ଭିନ୍ନ ନୁହଁନ୍ତି । ସବୁଠୁ ବଡ଼ କଥା ହେଉଛି ଦୁହେଁ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ଆଉ ସବୁଠୁ ବଡ଼ କଥା ହେଉଛି ତିନିଜଣ ବହୁତ ଖୁସି । କାରଣ ସେମାନେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତେବେ ଏହି ଯାଆଁଳା ଭଉଣୀଙ୍କର ଏକ ନିଆରା କାହାଣୀ, ବିଷୟରେ ଆମେ ଆପଣଙ୍କୁ ଜଣାଇବୁ । ଅନେକ ସମୟରେ ଆପଣ ମାନେ ଶୁଣିଥିବେ ଦୁଇ ଭଉଣୀ ଜଣଙ୍କୁ ବିବାହ କରିଥିବା କଥା । କିନ୍ତୁ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ, ଯାହା ନିକଟରେ ପ୍ରକାଶ ପାଇଛି । ବିବାହର ତିନି ବର୍ଷ ପରେ ମଧ୍ୟ ସେ ସୁଖମୟ ଜୀବନ ବିତାଉଛନ୍ତି । ଏହି ତିନିଜଣଙ୍କ ପାଇଁ ଏହା ସ୍ୱାଭାବିକ ନୁହେଁ, କିନ୍ତୁ ଏହା ବିଶ୍ୱ ପାଇଁ ଏକ ଉଦାହରଣଠାରୁ କମ୍ ନୁହେଁ ।

ବାସ୍ତବରେ ଯାଆଁଳା ଭଉଣୀ ହେଉଛନ୍ତି ଏବି ଏବଂ ବ୍ରିଟାନି । ସେମାନେ ଛାତିରୁ ପାଦ ପର୍ଯ୍ୟନ୍ତ ଭିନ୍ନ ଏବଂ ତାଙ୍କର ଦୁଇଟି ମୁଣ୍ଡ ଅଛି । ୧୯୯୬ ରେ ଓପ୍ରା ୱିନଫ୍ରେଙ୍କ ସୋ’ରେ ଉଭୟ ଭଉଣୀ ଫେମସ୍‌ ହୋଇଥିଲେ । ସେମାନଙ୍କର ନିଜସ୍ୱ ଟିଭି ଶୋ ମଧ୍ୟ ରହିଛି ଯେଉଁଥିରେ ଲୋକମାନେ ଜାଣିବାର ସୁଯୋଗ ପାଇଲେ ଯେ ଦୁହେଁ କିପରି ସାଧାରଣ ଜୀବନଯାପନ କରୁଛନ୍ତି ଏବଂ ଖୁସି ଅଛନ୍ତି । ଆଜି ଉଭୟ ଭଉଣୀଙ୍କୁ ୩୪ ବର୍ଷ ବୟସ ହୋଇଛି ଏବଂ ନିକଟରେ ସେମାନଙ୍କର ବିବାହ ଫଟୋ ସେୟାର କରିଛନ୍ତି । ସେ କହିଛନ୍ତି ଯେ ସେ ମା ହେବାକୁ ଚାହୁଁଛନ୍ତି କିନ୍ତୁ ଏ ବିଷୟରେ ସେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି । ସେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଦୁନିଆକୁ କହିବାକୁ ପସନ୍ଦ କରନ୍ତି ନାହିଁ ।

ଏବି ଏବଂ ବ୍ରିଟାନୀଙ୍କ ସ୍ୱାମୀ ଜୋଶ ବଲିଙ୍ଗ ଜଣେ ନର୍ସ ଏବଂ ଏହା ପୂର୍ବରୁ ଆମେରିକା ସେନାବାହିନୀରେ କାର୍ଯ୍ୟ କରୁଥିଲେ । ଏବେ ତିନିଜଣ ମିନେସୋଟାଠାରେ ରୁହନ୍ତି ଯେଉଁଠାରେ ଯାଆଁଳା ଭଉଣୀମାନେ ପିଲାଦିନୁ ବଢ଼ିଥିଲେ । ଜୋଶ କହିଛନ୍ତି ଯେ, ତିନିଜଣ ବୁଲିବାକୁ ଯାଇ ଆଇସକ୍ରିମ ଖାଇବାକୁ ପସନ୍ଦ କରନ୍ତି। ତାଙ୍କ ବିବାହ ପୂର୍ବରୁ ତାଙ୍କର ଏକ ୮ ବର୍ଷର ଝିଅ ମଧ୍ୟ ଅଛି ଯିଏ ତାଙ୍କ ପରିବାରର ଏକ ଅଂଶ । ଏବି ଏବଂ ବ୍ରିଟାନି ଜନ୍ମ ହେବା ପରେ, ସେମାନଙ୍କ ମା ପେଟି ଏବଂ ପିତା ମାଇକ ଯେତେବେଳେ ତାଙ୍କୁ ଅଲଗା କରିବେ କି ନାହିଁ ସ୍ଥିର କରିବାକୁ ପଡିଲା ସେତେବେଳ ଜଟିଳ ଅସ୍ତ୍ରୋପଚାର ହେବାର ଆଶଙ୍କା ଥିବାରୁ ସେମାନେ ତାହା ନକରିବାକୁ ସ୍ଥିର କଲେ । ଏମାନେ ଦୁହେଁ କୁହନ୍ତି ଯେ, ସେମାନେ କେବେ ବି ଅଲଗା ହେବା ବିଷୟରେ ଚିନ୍ତା କରିନାହାଁନ୍ତି ଏବଂ ସେମାନେ ଖୁସି ଯେ ସେମାନଙ୍କର ପିତାମାତା ସେମାନଙ୍କୁ ଅଲଗା କରିନାହାଁନ୍ତି ।

Sasmita

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

2 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

12 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

46 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

54 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago