ମହିଳାଙ୍କ ପେଟରେ କଥା ନରହିବା ସ୍ବଭାବ ନୁହଁ ବରଂ ଏହା ପଛରେ ରହିଛି ପୌରାଣିକ କାରଣ …

କଥାରେ ଅଛି, ମହିଳାଙ୍କ ପେଟରେ କୌଣସି କଥା ଅଧିକ ସମୟ ଯାଏଁ ଲୁଚି ରହେନା। ସେ ଯେତେ ରହସ୍ୟମୟ କଥା ହେଉନା କାହିଁକି ମହିଳା ତାକୁ ଅଧିକ ସମୟ ପର‌୍ୟ୍ୟନ୍ତ ନିଜ ପାଖରେ ଲୁଚାଇ ରଖିପାରନ୍ତି ନାହିଁ। ତେବେ ଏହା ମହିଳାଙ୍କ ସ୍ବଭାବ ନୁହଁ ବରଂ ମହାଭାରତ କାଳରେ ମିଳିଥିବା ଅଭିଶାପ କାରଣରୁ ହୋଇଥାଏ। କୁହାଯାଏ ମହିଳାଙ୍କ ପେଟରେ କୌଣସି କଥା ଅଧିକ ସମୟ ଲୁଚି ନ ରହିବା ପଛରେ ରହିଛି ଯୁଧିଷ୍ଠିରଙ୍କ ଅଭିଶାପ। ଆସନ୍ତୁ ଜାଣିବା କଣ ରହିଛି ସେହି ଅଭିଶାପ।

Yudhisthira-shrap

ଯୁଧିଷ୍ଠିରଙ୍କ ଏହି ଅଭିଶାପ ସଂପର୍କରେ ମହର୍ଷି ବେଦବ୍ୟାସଙ୍କ ମହାଭାରତରେ ଉଲ୍ଳେଖ କରାଯାଇଛି। ମହାଭାରତରେ ନିଜ ଭାଇ କର୍ଣ୍ଣଙ୍କର ବଧ କରିଥିଲେ ଅର୍ଜୁନ। କର୍ଣ୍ଣଙ୍କ ନିହତ ହେବା ପରେ ମାତା କୁନ୍ତି ସେ ତାଙ୍କର ପୁତ୍ର ଥିଲେ ବୋଲି ସ୍ବୀକାର କରିଥିଲେ। ଏବଂ କହିଥିଲେ, ବିବାହ ପୂର୍ବରୁ ସୂର‌୍ୟ୍ୟ ଦେବଙ୍କ ଆର୍ଶିବାଦରୁ ସେ କର୍ଣ୍ଣଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ ଲୋକଲଜ୍ୟା ଭୟରେ ସେ ତାହା ବିଷୟରେ କାହାକୁ କିଛି ନକହି ତାଙ୍କୁ ତ୍ୟାଗ କରିଥିଲେ।

yudhishthira

ଯୁଧିଷ୍ଠିର ଯେତେବେଳେ ଜାଣିବାକୁ ପାଇଲେ ସେ ନିଜ ହାତରେ ତାଙ୍କର ବଡ଼ ଭାଇ କର୍ଣ୍ଣଙ୍କର ହତ୍ୟା କରିଛନ୍ତି ସେ ମାତା କୁନ୍ତିଙ୍କ ଉପରେ ଖୁବ କ୍ରୋଧିତ ହୋଇଥିଲେ। ସେ କହିଥିଲେ ଯୁଦ୍ଧ ପୂର୍ବରୁ ଏ ସଂପର୍କରେ ମାତାଙ୍କୁ କହି ଦେଇଥିଲେ ଉଚିତ ହୋଇଥାଆନ୍ତା। ଏହାକୁ ଲୁଚାଇ ଯୁଧିଷ୍ଠିରଙ୍କୁ ସର୍ବସମ୍ମୁଖରେ ଭାତୃହନ୍ତା ସଜାଇଛନ୍ତି ସେ।

Kunti-Suryadev

ଏହି କଥାରେ କ୍ରୋଧିତ ହୋଇ ଯୁଧିଷ୍ଠିର ପୂରା ନାରୀ ଜାତିଙ୍କୁ ଅଭିଶାପ ଦେଇଥିଲେ। ସେ କହିଥିଲେ ବ୍ରହ୍ମାଣ୍ଡରେ ନାରୀ ଜାତି କେବେ ବି କୌଣସି କଥା ଲୁଚାଇ ରଖି ପାରିବେ ନାହିଁ। ମନ ଯାହା ବି କଥା ଆସିବ ସେ କାହାକୁ ନା କାହାକୁ କହି ଦେବେ। ଯେଉଁ ଅଭିଶାପକୁ ଏବେ ମଧ୍ୟ ଭୋଗ କରୁଛି ସଂପୂର୍ଣ୍ଣ ନାରୀଜାତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.