ଥମିବାର ନାଁ ଧରୁନି ପେଟ୍ରୋଲ ଓ ଡିଜେଲ ଦର

ପେଟ୍ରୋଲ ଓ ଡିଜେଲ ଦରରେ ଲାଗୁନି ବ୍ରେକ୍। କ୍ରମାଗତ ଭାବେ ୧୬ ଦିନ ଧରି ଲଗାତାର ବଢିବାରେ ଲାଗିଛି। ଆଜି ପେଟ୍ରୋଲ ଲିଟର ପିଛା ୨୩ ପଇସା ଓ ଡିଜେଲ ୨୪ ପଇସା ବଢିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ୮୮ଟଙ୍କା ୧୨ ପଇସା ହୋଇଛି। ଡିଜେଲ ଦାମ୍ ରହିଛି ୭୭ଟଙ୍କା ୩୨ ପଇସା। ଦିଲ୍ଲୀରେ ପେଟ୍ରୋଲ ଦାମ ୮୦ଟଙ୍କା ୭୩ପଇସା ଓ ଡିଜେଲ ୭୨ଟଙ୍କା ୮୩ପଇସା ରହିଛି। ଭୁବନେଶ୍ୱରରେ ମଧ୍ୟ ୮୦ ପାଖାପାଖି ପହଞ୍ଚିଲାଣି ତୈଳ ଦର। ଆଜି ପେଟ୍ରୋଲ ୭୯ଟଙ୍କା ୬୪ପଇସା ଓ ଡିଜେଲ୍ ୭୮ଟଙ୍କା ୨୦ପଇସା ରହିଛି। ହୁ ହୁ ହୋଇ ଦର ବଢିଚାଲିଥିବାରୁ ଏହା ସାଧାରଣ ଲୋକଙ୍କ ପକେଟରେ ବେଶ୍ ପ୍ରଭାବ ପକାଇଛି। ଯାହାକୁ ନେଇ ସାଧାରଣରେ ବେଶ୍ ଅସାନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.