ନିଜେ ତିଆରି କରିଥିବା ବାଥରୁମକୁ ହାତୁଡିରେ ପିଟିପିଟି ଭାଙ୍ଗିଦେଲେ କଣ୍ଟ୍ରାକ୍ଟର, କାରଣ ଜାଣିଲେ ଆପଣ ହସି ହସି ଗଡ଼ିଯିବେ

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଜଣେ କଣ୍ଟ୍ରାକ୍ଟର ଏକ ହାତୁଡି ସାହାଯ୍ୟରେ ଏକ ଅତ୍ୟାଧୁନିକ ଶୈଳୀରେ ତିଆରି ହୋଇଥିବା ବାଥରୁମକୁ ପିଟୁଥିବାର ନଜର ଆସୁଛନ୍ତି । କିନ୍ତୁ ଭିଡିଓ ଟିକୁ ଦେଖି କାହିଁକି ସେ ଏମିତି ପିଟୁଛନ୍ତି, ଏହା ପଛର କାରଣ କଣ ସେନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଥିଲା । ଆଉ ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଶ୍ଚର୍ଯ୍ୟ ତ ହେବେ ଏହା ସହ ହସି ହସି ବି ଗଡ଼ିଯିବେ । ପ୍ରକୃତରେ କଣ୍ଟ୍ରାକ୍ଟର ଜଣଙ୍କ ଜଣେ କୋଠା ମାଲିକଙ୍କ ପାଇଁ ଏକ ବାଥରୁମ ବନେଇଥିଲେ । କିନ୍ତୁ ମାଲିକ ତାଙ୍କୁ ତାଙ୍କ ପ୍ରାପ୍ୟଦେବାକୁ ମନା କରିଦେଇଥିଲେ । ଆଉ ଏହି ରାଗରେ ନିଜେ ଏକ ହାତୁଡ଼ି ଆଣି ବାଡେଇ ବାଡେଇ ବାଥରୁମକୁ ଭାଙ୍ଗିଦେବାକୁ ଚେଷ୍ଟା କରିଥିଲେ । ଏକ ସମ୍ବାଦ ସରବରାହ ସଂସ୍ଥାକୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, କଲରାଡୋ ସ୍ଥିତ “ଡ୍ରିମ ହୋମ କମ୍ପାନୀ”ର କଣ୍ଟ୍ରାକ୍ଟରଙ୍କୁ ଏହି କାମ ପାଇଁ ପ୍ରୋଜେକ୍ଟ ଦିଆଯାଇଥିଲା । ଏନେଇ ତାଙ୍କୁ ୭,୫୫୫ ଡ଼ଲାର ଦିଆଯିବା ନେଇ ମଧ୍ୟ ପୂର୍ବରୁ ସ୍ଥିର ହୋଇଥିଲା । କିନ୍ତୁ ପରେ ତାଙ୍କୁ ଟଙ୍କା ଦେବା ନେଇ ସଂକୋଚ କରିଥିଲେ ମାଲିକ ଜଣଙ୍କ । ଆଉ ଶେଷରେ ୩,୩୩୦
ଟଙ୍କା ଦେବା ନେଇ ସ୍ଥିର ହୋଇଥିଲା ।

 

କିନ୍ତୁ କଣ୍ଟ୍ରାକ୍ଟର ଜଣଙ୍କ ଏତିକି ଟଙ୍କାରେ ଖୁସି ନଥିଲେ ଆଉ ଅଧିକ ଟଙ୍କା ପାଇଁ ମାଲିକଙ୍କ ସହ ଯୁକ୍ତି ତର୍କ କରିଥିଲେ । କିନ୍ତୁ ତଥାପି ଫଳ କିଛି ନହେବାରୁ ରାଗରେ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ଥିଲେ । ସୁଯୋଗ ମିଳିବା କ୍ଷଣି ଘର ଭିତରକୁ ଏକ ହାତୁଡି ଧରି ପଶିଯାଇଥିଲେ । ରାଗରେ ପିଟିପିଟି ନିଜେ ତିଆରି କରିଥିବା ବାଥରୁମର ଆସବାବ ପତ୍ରକୁ ପିଟିପିଟି ଭାଙ୍ଗି ଦେଇଥିଲେ । ଏନେଇ ଏକ ଭିଡିଓ ବି ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭାଙ୍ଗୁଥିବା ସମୟରେ ତାଙ୍କୁ ଜଣେ ମହିଳା ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ତାଙ୍କ କଥା ଶୁଣି ନଥିଲେ । ଏବାବଦରେ କଣ୍ଟ୍ରାକ୍ଟର ଜଣଙ୍କୁ ପଚାରିବାରୁ ସେ କହିଛନ୍ତିକି ଏକାମରେ ସେ ସପ୍ତାହରୁ ଅଧିକ ସମୟ ଦେଇଥିବା ବେଳେ ନିଜ ହାତରୁ ଟଙ୍କା ଖର୍ଚ୍ଚ ବି କରିଛନ୍ତି । ଆଉ ଏମିତି କାମରେ ଆଦୌ ବି ତାଙ୍କର ପଶ୍ଚାତାପ ନଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.