ସ୍ପେଶାଲ

ଅନ୍ତିମ ସଂସ୍କାର ବିଜ୍ଞାପନରେ ଅଶ୍ଳୀଳତାର ସବୁ ସୀମା ପାର୍ କରି ଦେଲା କମ୍ପାନୀ! ବିକିନୀ ପିନ୍ଧି କଫିନ୍ ଉପରେ ପୋଜ୍ ଦେଲେ ମଡେଲ; ସୋସିଆଲ ମିଡିଆରେ ସମାଲୋଚନା

ମୃତ୍ୟୁ ଯେମିତି ବି ହେଉ, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ହୋଇଥାଏ। କିନ୍ତୁ ଏହାଠୁ ଅଧିକ ଦୁର୍ଭାଗ୍ୟଜନକ ହେଉଛି ମୃତ୍ୟୁକୁ ପରିହାସ କରିବା। ଅନେକ ବାର ଲୋକେ ମୃତ ଲୋକ ଏବଂ ତାଙ୍କ ପରିବାର ପ୍ରତି ସମବେଦନାକୁ ଭୁଲି ଯାଆନ୍ତି ଏବଂ ଏମିତି କାର୍ଯ୍ୟ କରି ବସନ୍ତି, ଯଦ୍ଦ୍ଵାରା ବିବାଦ ସୃଷ୍ଟି ହୋଇଥାଏ। ନିକଟରେ ଠିକ୍ ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରୁଷ୍‌ରେ ଅନ୍ତିମ ସଂସ୍କାର କରାଉଥିବା ଏକ କମ୍ପାନୀ ସବୁ ସୀମା ପାର୍ କରି ଦେଇଛି। ନିଜର ଏକ ବିଜ୍ଞାପନରେ କମ୍ପାନୀ କଫିନ୍ ସହିତ ବିକିନୀ ପିନ୍ଧିଥିବା କେତେଜଣ ଯୁବତୀଙ୍କୁ ଛିଡ଼ା କରେଇ ଦେଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଯୁବତୀମାନେ ଅତ୍ୟନ୍ତ ଅଶ୍ଳୀଳତାର ସହ କଫିନ୍ ଉପରେ ଶୋଇଥିବାର ଦେଖା ଯାଉଛନ୍ତି।

ରୁଷର ହୋରୋନିମ୍ ଅଣ୍ଡରଟେକର୍ସ ନାମକ ଅନ୍ତିମ ସଂସ୍କାର କରାଉଥିବା ଏହି କମ୍ପାନୀ ଏବେ ଚର୍ଚ୍ଚାରେ ରହିଛି। କମ୍ପାନୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନୂଆ ବିଜ୍ଞାପନ ସୁଟିଂର ଏକ ଭିଡିଓ ସେୟାର କରିଛି। ଏହି ଭିଡିଓରେ ବିକିନୀ ପିନ୍ଧିଥିବା ଅନେକ ମଡେଲଙ୍କୁ ଦେଖାଯାଇ ପାରିବ। ଏମାନେ କଫିନ ଏବଂ ଅନ୍ତିମ ସଂସ୍କାରରେ ବ୍ୟବହାର ହେଉଥିବା କେତେକ ଜିନିଷ ସହିତ ପୋଜ୍ ଦେଉଥିବାର ଦେଖା ଯାଉଛନ୍ତି। ତେବେ ଏଥିରେ ଜଣେ ମଡେଲ ଯେଉଁଭଳି ଭାବେ ପୋଜ୍ ଦେଇଛନ୍ତି, ତାହାକୁ ଲୋକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ମଡେଲ ଜଣକ ଅଶ୍ଳୀଳତାର ସବୁ ସୀମା ପାର୍ କରି ଦେଇଛନ୍ତି।

ମସ୍କୋସ୍ଥିତ ଏହି କମ୍ପାନୀର ବିଜ୍ଞାପନରେ ମଡେଲମାନେ କଫିନ୍ ଉପରେ ଆପତ୍ତିଜନକ ଭାବେ ଶୋଇ ଥିବାର ନଜର ଆସୁଛନ୍ତି। କମ୍ପାନୀ ଏହି ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ରିହାତି ଦେଉଥିବା ବିଷୟରେ ସୂଚନା ଦେଇଛି। ବିଜ୍ଞାପନରେ କୁହାଯାଉଛି ଯେ କମ୍ପାନୀ ସବୁ ବୟସର ନାଗରିକଙ୍କ ଅନ୍ତିମ ସଂସ୍କାର ଖର୍ଚ୍ଚରେ ଛାଡ୍ କରୁଛି। କମ୍ପାନୀ ପାଖରେ ପ୍ରଶିକ୍ଷିତ ଏଜେଣ୍ଟମାନେ ଅଛନ୍ତି, ଯେଉଁମାନେ ଅନ୍ତିମ ସଂସ୍କାରର ସମସ୍ତ ପ୍ରକ୍ରିୟାକୁ ଅର୍ଗାନାଇଜ୍ କରନ୍ତି।

ସୋସିଆଲ ମିଡିଆରେ କମ୍ପାନୀକୁ ଅନେକ ସମାଲୋଚନା କରାଯାଉଛି। ଲୋକେ ଟ୍ରୋଲ ମଧ୍ୟ କରୁଛନ୍ତି। ଜଣେ ବ୍ୟକ୍ତି ଭିଡିଓ ଉପରେ କମେଣ୍ଟ କରି ଲେଖିଛନ୍ତି, ‘କମ୍ପାନୀ ଲୋକଙ୍କର ମସ୍ତିଷ୍କ ଖରାପ ହୋଇଯାଇଛି’। ଅନ୍ୟ ଜଣେ ଲେଖିଛନ୍ତି, ‘ଲୋକମାନେ ନିଜର ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ଦୁନିଆ ପାଗଳ ହୋଇଯାଇଛି’। ଜଣେ ୟୁଜର କହିଛନ୍ତି, ‘ଏମିତି ଦୁଃଖଭରା ଏବଂ ବ୍ୟକ୍ତିଗତ ଜିନିଷର ବିଜ୍ଞାପନ ପାଇଁ ଆମକୁ ଅର୍ଦ୍ଧ ନଗ୍ନ ମହିଳାଙ୍କର କ’ଣ ଆବଶ୍ୟକ ଅଛି? ଏହି ଆପତ୍ତିଜନକ ବିଜ୍ଞାପନ ମୃତ ଲୋକ ଏବଂ ସେମାନଙ୍କ ପରିବାରକୁ ପରିହାସ କରୁଛି’।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago