ସ୍ପେଶାଲ

କରୋନା ଡର : ଏଭଳି ଭୁଲ କରନ୍ତୁ ନାହିଁ କି ନିଜ ସହ ଆପଣ ନିଜ ପରିବାର ଓ ସମ୍ପର୍କୀୟଙ୍କୁ ସମସ୍ୟାରେ ପକାଇ ଦେବେ

କରୋନା ଭାଇରସ୍‌ କଣ କରି ପାରେ ତାର ଉଦାହରଣ ଆପଣମାନେ ଦେଖି ସାରିଲେଣି । ଚୀନ୍‌ ଓ ଇଟାଲୀ ସମେତ ବିଶ୍ୱରେ ବିଭିନ୍ନ ଦେଶରେ ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି । ଏହି ରୋଗର କୌଣସି ଔଷଧ ନଥିବାରୁ କେବଳ ସଚେତନ ଓ ସତର୍କ ରହିଲେ ଏହାଠାରୁ ବର୍ତ୍ତି ହେବ । ହେଲେ ସେ ଚୀନ୍‌ ହେଉ କି ଇଟାଲୀ କେବଳ ଲୋକଙ୍କ ଭିତରେ ସଚେତନା ଅଭାବରୁ ରୋଗ ବ୍ୟାପିଥିଲା । ସରକାର କି ପ୍ରଶାସନ ଯେତେ ସଚେତନ କଲେ ମଧ୍ୟ ଲୋକେ ଏହାକୁ ହାଲ୍‌କା ଭାବେ ନେଇ ଅସୁବିଧାରେ ପଡ଼ିଛନ୍ତି । ଚୀନ୍‌ରେ ହଜାର ହଜାର ଆକ୍ରାନ୍ତ ଚିକିତ୍ସାଧୀନ ରହିବା ପରେ ସୁସ୍ଥ ହୋଇଛନ୍ତି ।

ସଚେତନ ରହିଲେ ରକ୍ଷା ପାଇଯିବେ

ତେବେ ଆମର କହିବା କଥା ଯେ ପର୍ଯ୍ୟନ୍ତ ଓଡ଼ିଶାରେ କରୋନା ରୋଗୀ ଚିହ୍ନଟ ହୋଇନଥିଲା ସେ ପର୍ଯ୍ୟନ୍ତ ଲୋକେ ଏହାକୁ ଅଧିକ ଗୁରୁତ୍ୱ ଦେଉନଥିଲେ । ଆଜି ଭୁବନେଶ୍ୱରରେ ଜଣେ ଚିହ୍ନଟ ହେବା ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । କିନ୍ତୁ ଏଠାରେ କହି ରଖିବୁ ଯେ ଅନେକ ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଲୋକଙ୍କୁ ବିଧିବଦ୍ଧ ଓ ବ୍ୟାପକ ଭାବେ ସଚେତନ କରାଯାଉଛି ଏବଂ ବିଭିନ୍ନ ଡାକ୍ତରଖାନାରେ ମଧ୍ୟ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ହୋଇଛି । ଏସବୁ ସତ୍ତ୍ୱେ ଏତିକି ଜାଣିବା ଦରକାର ଜଣେ କରୋନା ଭାଇରସ୍‌ ଆକ୍ରାନ୍ତ ଯଦି ଖୋଲାରେ ବାହାରେ ବୁଲେ ତେବେ ଅନ୍ୟମାନେ ଏହି ରୋଗର ଶିକାର ହେବାର ଶତପ୍ରତିଶତ ଆଶଙ୍କା ରହିଛି । ତେଣୁ ଏଥିପ୍ରତି ବିଶେଷ ଭାବେ ସମସ୍ତେ ସଚେତନ ରହିବା ଦରକାର ।

ନିଜ ପରିବାରରେ କେମିତି ରହିବେ

ଯଦି କୌଣସି ପରିବାରକୁ ବାହାରର ବ୍ୟକ୍ତି କିମ୍ବା ବାହାରକୁ ଯାଇଥିବା ପରିବାର ସଦସ୍ୟ ଅସୁଛନ୍ତି ତାଙ୍କୁ ନେଇ ମଧ୍ୟ ସଚେତନ ରହିବା ଜରୁରୀ । ଭୁବନେଶ୍ୱରରେ ଚିହ୍ନଟ ବ୍ୟକ୍ତି ଯେଉଁ ଭୁଲ କରି ବସିଲେ ତାଙ୍କ ଯୋଗୁଁ ଆସି ସାରା ଦିନ ପୂରା ସରକାର ଓ ପ୍ରଶାସନ ହଇରାଣରେ ପଡ଼ି ଯାଇଛି । ଲୋକଙ୍କ ଭିତରେ ଆତଙ୍କ ଖେଳି ଯାଇଛି । ସେ ଯଦି ଦିଲ୍ଲୀରେ ରହି ଚିକିତ୍ସିତ ହୋଇଥାନ୍ତେ ତେବେ ଏ ପରିସ୍ଥିତି ଉପୁଜି ନଥିନ୍ତା । ବର୍ତ୍ତମାନ ତାଙ୍କ ଯୋଗୁଁ ଟ୍ରେନ୍‌ ଓ ଭୁବନେଶ୍ୱରରେ ମିଶି ୧୨୯ ଜଣ ତାଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି । ହୁଏତ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ ।
ଏଭଳି ପରିସ୍ଥିତିରୁ ବର୍ତ୍ତିବା ପାଇଁ ଆମକୁ ନିଜ ଭାବପ୍ରବଣତା, ଆବେଗ ଏବଂ ଅଜ୍ଞତା ଉପରେ କାବୁ ପାଇବାକୁ ପଡ଼ିବ । କାରଣ ଏହି ରୋଗକୁ ହେୟ ଜ୍ଞାନ କଲେ ଏହା ଆମକୁ ମୃତ୍ୟୁ ହିଁ ଭେଟିଦେବ ।

ତେଣୁ ପରିବାର ଭିତରେ କାହାର ଯଦି ଥଣ୍ଡା କାଶ ଜନିତ କିଛି ରୋଗ ହେଉଛି ତାଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ କୋଠରୀରେ ଅଲଗା ରଖି ଚିକିତ୍ସା କରନ୍ତୁ । ଆମେ ଘରେ ଯେଭଳି କାହାକୁ କୌଣସି ରୋଗ ହେଲେ ଅଲଗା ରଖିଥାଏ ଠିକ୍‌ ସେହିଭଳି ରଖି ତାଙ୍କ ପ୍ରତି ବିଶେଷ ନଜର ଦେବା କଥା । ଅଧିକ କିଛି ସନ୍ଦେହ ହେଲେ ତୁରନ୍ତ ପାଖ ସରକାରୀ ଡାକ୍ତରଖାନାକୁ ନେବା ଉଚିତ । କାରଣ ଏହା ଦ୍ୱାରା ଉଚିତ ପରାମର୍ଶ ଏବଂ ଚିକିତ୍ସା ବ୍ୟବସ୍ଥା କରାଯାଇ ପାରିବ । ବର୍ତ୍ତମାନ ପରିସ୍ଥିତିରେ ଏଭଳି ବ୍ୟବହାରକୁ କେହି ଭିନ୍ନ ଭାବେ ଗ୍ରହଣ କରିବା ଉଚିତ ନୁହେଁ । କାରଣ ଏହା ଜୀବନ ମରଣ ସମସ୍ୟା ଭିତରକୁ ଆମକୁ ଟାଣି ନେଇଛି ।

ଗୁଜବ ନୁହେଁ ବିଶ୍ୱାସଯୋଗ୍ୟ ପରାମର୍ଶକୁ ଗ୍ରହଣ କରନ୍ତୁ

କରୋନା ପାଇଁ ଭୟଭୀତ ହେବା ଉଚିତ ନୁହେଁ କି କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ସେହିଭଳି କାହା କଥାରେ ପଡ଼ି ଯେକୌଣସି ଔଷଧ ସେବନ କରନ୍ତୁ ନାହିଁ । ସରକାରୀ ସ୍ତରରେ ଦିଆଯାଉଥିବା ପରାମର୍ଶ ଏବଂ ଉପଯୁକ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ଆଡଭାଇଜାରୀକୁ ଅନୁସରଣ କଲେ ଏହି ରୋଗ ଠାରୁ ଦୂରେଇ ରହି ହେବ ।

 

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

6 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

8 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

48 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago