କରୋନାରୁ ବର୍ତ୍ତିବା ପାଇଁ ଲୋକେ ତିଆରି କଲେ କାରୋନା ମାତା ମନ୍ଦିର, ଏବେ ଜମୁଛି ଭିଡ

କରୋନା ମହାମାରୀ ପାଇଁ ସାରା ବିଶ୍ୱରେ ହାହାକାର ପଡିଥିବା ବେଳେ ଏଥିରେ ଅନେକ ଧନଜୀବନ ପ୍ରଭାବିତ ହୋଇଛି । ଏହି ମହାମାରୀକୁ ବିନାଶ କରିବା ପାଇଁ ଅନେକ ପୂଜାପାଠ ମଧ୍ୟ ହେଉଥିବା ଖବର ଶୁଣିବାକୁ ମିଳୁଛି । ଏହାରି ଭିତରେ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ‘କରୋନା ମାତା’ ମନ୍ଦିର ପ୍ରତିଷ୍ଠା କରିଛନ୍ତି ଲୋକେ । କେବଳ ସେତିକି ନୁହେଁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଲାଗିଛି ।

ସୂଚନା ଅନୁଯାୟୀ ସଂଗିପୁର ଅନ୍ତର୍ଗତ ଶୁକୁଲପୁରରେ କରୋନାରେ ୩ ଜଣଙ୍କ ମୃତ୍ୟୁ ହେବା ପରେ ଲୋକେ ଭୟ ଭୀତ ହୋଇଯାଇଥିଲେ । ସେହି ଗାଁର ମୁଖିଆ ଲୋକେଶ ଶ୍ରୀବାସ୍ତବଙ୍କ ନେତୃତ୍ବରେ ଗ୍ରାମବାସୀ ୭ ଜୁନ୍‌ରେ ଗାଁରେ କରୋନା ମାତା ମନ୍ଦିର ନିର୍ମାଣ କରିବା ସହ ଏଠାରେ ମୂର୍ତ୍ତି ସ୍ଥାପନ କରିଥିଲେ । ଗାଁର ନିମ ଗଛ ମୂଳେ ବିଶେଷ ମୂର୍ତ୍ତି କୁ ସ୍ଥାପନ କରିବା ପରେ ଲୋକମାନେ ଏହାକୁ କରୋନା ମାତା ମନ୍ଦିର ନାଁ ରେ ନାମିତ କରିଛନ୍ତି । ଏବଂ ଗ୍ରାମବାସୀ ମାନେ ଦାବି କରଛନ୍ତି ଯେ ଏହି ମନ୍ଦିର ହେଉଛି ବିଶ୍ୱର ପ୍ରଥମ କରୋନା ମନ୍ଦିର ।

ଏହା ସହିତ କରୋନା ମାତାଙ୍କ ଦର୍ଶନ ପାଇଁ କେତେ ଗୁଡିଏ ନିୟମ ମଧ୍ୟ ଜାରି କରାଯାଇଛି । ଯେପରିକି ମନ୍ଦିରରେ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖି ପୂଜା କରିବାକୁ କୁହାଯାଇଛି । ଏବଂ ସେଲ୍ଫି ନେବା ସମୟରେ ମୂର୍ତ୍ତି କୁ ଯେପରି ନ ଛୁଇଁ ବା ଆଦି ଏସମ୍ପର୍କରେ ମନ୍ଦିର ନିକଟ କାନ୍ଥରେ ଲିଖିତ ଭାବେ ସୂଚିତ ହୋଇଛି । କେବଳ ସେତିକି ନୁହେଁ କରୋନା ମାତାଙ୍କୁ ଲାଲ୍‌ ଶାଢ଼ି ପିନ୍ଧାଯାଇଥିବାବେଳେ ମୁହଁରେ ମାସ୍କ୍‌ ମଧ୍ୟ ରହିଛି । ମାତାଙ୍କ ପାଖରେ ହଳଦିଆ ଫୁଲ, ଫଳ, ବସ୍ତ୍ର,ମିଠେଇ , ଘଣ୍ଟା ଆଦି ଲାଗି କରିବାକୁ ମଧ୍ୟ ସୂଚନା କାନ୍ଥରେ ଉଲ୍ଲେଖ କରାଯାଇଛି । ଗ୍ରାମବାସୀମାନେ ଚାନ୍ଦା ଆଦାୟ କରି ଏହି ମନ୍ଦିର ନିର୍ମାଣ କରିଛନ୍ତି ବୋଲି କୁହାଯାଉଛି । କିନ୍ତୁ ଗାଁରେ କରୋନାକୁ ନେଇ ଅନ୍ଧ ବିଶ୍ୱାସ ବଢିବା ପରେ ଏହାକୁ ନେଇ ମନ୍ଦିର ସ୍ଥାପନ ହେବା ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚିଛି । ଏହି ମନ୍ଦିର ଏବେ ସୋସିଆଲ ଭିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.