କରୋନା ପଜିଟିଭ ଦାଦୀ ହସ୍ପିଟାଲ ବେଡରେ କଲେ ଗରବା, Video ହୋଇଗଲା ଭାଇରଲ

ଇଣ୍ଟରନେଟରେ ଏବେ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ୯୫ ବର୍ଷୀୟା ଜଣେ ବୃଦ୍ଧା ଗରବା କରୁଥିବା ନଜର ଆସୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ବୃଦ୍ଧା ଜଣକ କରୋନା ସଂକ୍ରମିତ। ତେବେ ଏଭଳି ଏକ ଭିଡ଼ିଓ ଏମିତି ସଂକଟଜନକ ସ୍ଥିତିରେ ଆଶାର କିରଣ ଭଳି ହୋଇଛି।

ଏହି ଭିଡ଼ିଓକୁ ଫଟୋଗ୍ରାଫର ଭାୟରଲ ଭୟାନୀ ସେୟାର କରିଛନ୍ତି। କରୋନା ସଂକ୍ରମିତ ହେବା ପରେ ବୃଦ୍ଧାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୃଦ୍ଧାବସ୍ଥା ଏବଂ ଅସୁସ୍ଥ ଥିବା ସତ୍ତ୍ୱେ ମହିଳା ଅକ୍ସିଜେନ ମାସ୍କ ପିନ୍ଧି ଖୁସିରେ ହସ୍ପିଟାଲ ବେଡ ଉପରେ ଗରବା କରୁଥିବା ଦେଖାଯାଇଛି।

ଭିଡ଼ିଓ ସେୟାର କରି ଫଟୋଗ୍ରାଫର ଲେଖିଛନ୍ତି, ରାଜକୋଟର ୯୫ ବର୍ଷୀୟା ନାନୀ, ଯିଏକି କରୋନା ପଜିଟିଭ। ଆମକୁ ତାଙ୍କ ଲଢ଼େଇର ଭାବନା ଦେଖାଉଛନ୍ତି। ତେବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଦେଖି ଲୋକେ ତାଙ୍କ ସୁସ୍ଥତା କାମନା କରିଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.