ରୋଗୀଙ୍କ କେଶ କୁଣ୍ଡାଇ ଦେଉଛନ୍ତି କରୋନା ଯୋଦ୍ଧା, ଭିଡିଓ ଦେଖିଲେ ଆପଣଙ୍କର ବି ଆଖି ଭରିଯିବ

ଦେଶରେ କରୋନା ଯେଉଁଭଳି ଭାବେ ବଢ଼ିଚାଲିଛି, ଏହାକୁ ନେଇ ଲୋକେ ଭୟଭୀତ ହୋଇପଡ଼ୁଛନ୍ତି। ହସ୍ପିଟାଲରେ ପୁଣି କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଭିତରେ ସୋସିଆଲ ମିଡିଆରେ କରୋନା ରୋଗୀ ଏବଂ କରୋନା ଯୋଦ୍ଧାଙ୍କର ଏମିତି ଅନେକ ଭିଡିଓ ସାମ୍ନାକୁ ଆସୁଛି। ଏବେ ଏହିଭଳି ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଇମୋଶନାଲ ହୋଇଯିବେ।
ଭିଡିଓଟି କରୋନା ଯୋଦ୍ଧାଙ୍କର। ଏହାକୁ ଦେଖିଲେ ଆପଣ ଅନୁଭବ କରିପାରିବେ ଯେ ରୋଗୀଙ୍କୁ ଠିକ୍ କରାଇବାରେ ଏମାନେ କେତେ ପରିଶ୍ରମ କରୁଛନ୍ତି। ଭାଇରାଲ ଭିଡିଓକୁ ଆଇପିଏସ୍ ଅଫିସର ଦୀପାଂଶୁ କାବରା ଟ୍ଵିଟରରେ ଶେୟାର କରିଛନ୍ତି, ଯାହାକୁ ଏ ପର୍ଯ୍ୟନ୍ତ ୧୯.୬ ହଜାରରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି।
ଶେୟାର କରିବା ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘କେବଳ ଉପଚାର କରୁ ନାହାନ୍ତି, ପରିବାରର ଭଲ ପାଇବା ମଧ୍ୟ ବାଣ୍ଟୁଛନ୍ତି ଆମ କରୋନା ଯୋଦ୍ଧା। ଗୀର ସୋମନାଥ ଜିଲାର ହେଲ୍ଥ ଓ୍ଵାର୍କରଙ୍କ ଏହି ଭିଡିଓ ମନକୁ ଛୁଇଁଗଲା। ମେଡିକାଲ ଟିମ୍ ବହୁତ ଚିନ୍ତାଜନକ ମାହୋଲରେ ମାନବତାର ସେବା କରୁଛନ୍ତି। ଘରେ ରୁହନ୍ତୁ। କରୋନା ମାମଲା ନ ବଢ଼ିବାକୁ ଦେଇ ଆମେ ସେମାନଙ୍କର ଉଚିତ ସହାୟତା କରିପାରିବା’।
केवल उपचार नहीं कर रहे, परिवार का प्यार भी बांट रहे हैं हमारे #CoronaWarriors.
गीर सोमनाथ ज़िले के हेल्थ वर्कर का यह वीडियो मन को छू गया. मेडिकल टीम बेहद तनावपूर्ण माहौल में मानवता की सेवा कर रही है.
घर पर रहें, #CoronaCases औऱ ना बढ़ने देकर हम उनकी सच्ची सहायता कर सकते हैं. pic.twitter.com/1E4YVDwLq1— Dipanshu Kabra (@ipskabra) April 12, 2021