ରକ୍ତର ଗୋଟିଏ ବୁନ୍ଦାରୁ ୧୫ ମିନିଟରେ ଜଣାପଡିବ ଆପଣଙ୍କୁ କାରୋନା ହୋଇଛି ନା ନାହିଁ, ଜାଣନ୍ତୁ କେମିତି

ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ କୋଭିଡ଼-୧୯ ବା କାରୋନା ଭାଇରସ ବିରୁଦ୍ଧରେ ଜୋରସୋରରେ ଲଢ଼େଇ ଆରମ୍ଭ କରିଦେଇଛି। ଆଇସିଏମଆର ରାପିଡ଼ ଅଣ୍ଟିବଡି ବ୍ଲଡ଼ ଟେଷ୍ଟ ପାଇଁ ଦିଶା ନିର୍ଦେଶ ଜାରି କରିଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଏହାର ପରୀକ୍ଷା ଶୀଘ୍ର କରିବାକୁ ପରିଷଦର ଅଧ୍ୟକ୍ଷ ସରକାରଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ଏହି ପରୀକ୍ଷା ଦ୍ଵାରା ମାତ୍ର ୧୫ ରୁ ୩୦ ମିନିଟରେ ଆପଣ ରେଜଲ୍ଟ ପାଇପାରିବେ। ଯେଉଁ ସ୍ଥାନରେ କାରୋନା ଭାଇରସ ରୋଗୀ କିମ୍ବା ସନ୍ଦିଗ୍ଧ ବହୁତ ମାତ୍ରାରେ ଅଛନ୍ତି ସେଠାରେ ଇଂଫ୍ଲୁଏଞ୍ଜା ଭଳି ମାମଲାକୁ ସ୍ୱାସ୍ଥ୍ୟ ବିଭାଗ ତଦାରଖ କରିବେ। ଯଦି ସଂକ୍ରମଣ ସଂଖ୍ୟା ଅଧିକ ବଢୁଥାଏ ତେବେ ଏହାର ସୂଚନା ତଦାରଖ କରୁଥିବା ଅଧିକାରୀ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦେବାକୁ ହେବ।

corona 1ରକ୍ତର ମାତ୍ର ଗୋଟିଏ ବୁନ୍ଦାରୁ ଏହି ପରୀକ୍ଷା କରାଯାଇପାରିବ। ଏହା ଦ୍ୱାରା ଅତି ସହଜରେ ଜାଣିହେବ ଯେ ରୋଗୀଙ୍କୁ କାରୋନା ସଂକ୍ରମଣ ହୋଇଛି ନା ନାହିଁ। ଏହି କିଟ ଏବେ ଆଇସିଏମଆର ଦ୍ୱାରା ଚିହ୍ନିତ ପରୀକ୍ଷା କେନ୍ଦ୍ରରେ ମିଳିବ। ନାମିତ ସ୍ୱାସ୍ଥ୍ୟକର୍ମୀ ହିଁ ଏହି କିଟ ଦ୍ୱାରା ଯାଞ୍ଚ କରିପାରିବେ।

  • ସଂକ୍ରମଣ କ୍ଷେତ୍ର, ଅଧିକ ସଂଖ୍ୟାରେ ସନ୍ଦିଗ୍ଧ ଏବଂ ବିସ୍ଥାପନ କେନ୍ଦ୍ରରେ ପ୍ରଥମ ରାପିଡ଼ ଟେଷ୍ଟ।
  • ଇନଫ୍ଲୁଏଞ୍ଜା ଭଳି ଲକ୍ଷଣ : କଫ, ଥଣ୍ଡା-ଜ୍ଵର, ସାମାନ୍ୟ ଜ୍ଵର, ଗଳାରେ ସଂକ୍ରମଣ।
  • ପଜିଟିଭ : ସଂକ୍ରମଣର ସମ୍ଭାବନା। ଡ଼ାକ୍ତରୀ ଯାଞ୍ଚ ଜରୁରୀ ଅଟେ, ଚିକିତ୍ସା ସହିତ ଆଇସୋଲେସନ।
  • ସ୍ଥିତି ଖରାପ : ଲକ୍ଷଣ ବଢ଼ିଗଲେ କିମ୍ବା ସ୍ଥିତି ଖରାପ ହେବା ଦ୍ୱାରା ମଧ୍ୟ ରୋଗୀଙ୍କୁ ତୁରନ୍ତ କାରୋନା ଚିକିତ୍ସା ପାଇଁ ହସ୍ପିଟାଲ ପଠାଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.