କରୋନା ଭାଙ୍ଗିଦେଲା ମେରୁଦଣ୍ଡ, ମାତ୍ର ୧୫୦ ଟଙ୍କା ପାଇଁ ଏଠିକାର ମହିଳା କରୁଛନ୍ତି ବେଶ୍ୟାବୃତ୍ତି

କରୋନା ମହାମାରୀ ଅନେକ ଲୋକଙ୍କ ଜୀବନଜୀବିକାକୁ ବରବାଦ କରିଦେଇଛି। ଯେଉଁମାନେ ପୂର୍ବରୁ ନିଜ ଜୀବନକୁ ଦୁର୍ବିସହ ଭାବେ ଜିଉଁଥିଲେ, ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି କରୋନା। କରୋନା କାହାର ଭାତ ହାଣ୍ଡି ଛଡାଇନେଇଥିବା ବେଳେ ଆଉ କାହାର ରୋଜଗାର ଉପରେ ପ୍ରଭାବ ପକାଇଛନ୍ତି। କରୋନା ଯୋଗୁଁ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ଦକ୍ଷିଣ ଆମେରିକାର ଭେନୁଜୁଏଲାରେ ରହୁଥିବା ଶରଣାର୍ଥୀ ମହିଳା ଏହି ମହାମାରୀ ଯୋଗୁଁ ଦେହ ବ୍ୟାପାର କରିବାକୁ ପଛାଉନାହାନ୍ତି। ଏମାନେ ନିଜର ଜୀବନ ବଞ୍ଚିବା ପାଇଁ ମାତ୍ର ୧୫୦ ଟଙ୍କାରେ ଦେହ ବେପାର କରିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ସମୟରେ ଭେନୁଜୁଏଲାରେ ଆର୍ଥିକ ସଂକଟ ଦେଖାଯାଇଛି। ବେରୋଜଗାରୀ, ଖରାପ ସ୍ୱାସ୍ଥ୍ୟ ଯୋଗୁଁ ଅନେକ ଲୋକ ଦେଶ ଛାଡି ଚାଲିଗଲେଣି। ତେଣୁ ସବୁଠାରୁ ଅଧିକ ଅସୁରକ୍ଷିତ ହୋଇପଡିଛନ୍ତି ଶରଣାର୍ଥୀ ମହିଳା। ଯେଉଁମାନେ ହିଂସା, ଯୌନ ଶୋଷଣ ଏବଂ ତସ୍କରୀର ଶିକାର ହେଉଛନ୍ତି।

women

କରୋନା ଭାଇରସ ଏବଂ ଲକଡାଉନ ଯୋଗୁଁ ଦକ୍ଷିଣ ଆମେରିକାର ସମସ୍ତ ବର୍ଡର ବନ୍ଦ ରହିଛି। ଯେଉଁଥିପାଇଁ ଅବୈଧ ଭାବେ ଲୋକଙ୍କୁ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଚୋରା ଭାବେ ପହଞ୍ଚାଯାଇଛି। ଅବୈଧ ଭାବେ ବର୍ଡର ଅତିକ୍ରମ କରାଉଥିବା ଲୋକ ମୋଟା ଅଙ୍କର ଅର୍ଥ ନେଉଛନ୍ତି। ଯଦି ଆପଣ ମହିଳା ହୋଇଥାନ୍ତି, ତେବେ ଆପଣ କେବେ ବି ସୁରକ୍ଷିତ ଭାବେ ପହଞ୍ଚିପାରିବେ ତାହାର କୌଣସି ଗ୍ୟାରେଣ୍ଟି ନାହିଁ।

333

ମହାମାରୀ ଯୋଗୁଁ ସେକ୍ସ ଓ୍ଵାର୍କର ଅବସ୍ଥା ଶୋଚନୀୟ ହୋଇପଡିଛି। କ୍ୱାରେଣ୍ଟାଇନ ଯୋଗୁଁ ସେମାନେ ପଇସା ରୋଜଗାର କରିପାରୁନାହାନ୍ତି। ନିଜ ପାଇଁ ନିଜ ପରିବାର ପାଇଁ ଦରକାରୀ ଜିନିଷ ମଧ୍ୟ ଏମାନଙ୍କ ପାଖରେ ନାହିଁ। ସେଥିପାଇଁ ସେମାନେ କରୋନା କାଳରେ ୨ ଡଲାର ଅର୍ଥାତ୍‌ ମାତ୍ର ୧୫୦ ଟଙ୍କାରେ ମଧ୍ୟ ଦେହ ବେପାର କରିବା ପାଇଁ ପଛାଉନାହାନ୍ତି। ଯେଉଁମାନେ ପୂର୍ବରୁ ଏଥିପାଇଁ ହଜାର ହଜାର ଟଙ୍କା ନେଉଥିଲେ, ସେମାନେ ଏବେ ମାତ୍ର ୧୫୦ ଟଙ୍କାରେ ଦେହ ବେପାର କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.