ସାମ୍ନାକୁ ଆସିଲା କରୋନାର ଆଉ ଏକ ନୂଆ ଲକ୍ଷଣ, ପାଟିରେ ଘା’ ହୋଇଥିଲେ ବି କରାନ୍ତୁ କୋଭିଡ୍‌ ପରୀକ୍ଷା

କରୋନା ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିବା ସହ ନୂଆ ନୂଆ ରୂପରେ ସାମ୍ନାକୁ ଆସୁଛି। ପୂର୍ବରୁ ଥଣ୍ଡା, କାଶ, ସ୍ୱାଦ ଜାଣିନପାରିବା ଆଦିକୁ କରୋନାର ଲକ୍ଷଣ ଭାବେ ଧରାଯାଉଥିବା ବେଳେ ଏବେ ଆଉ କେତେକ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି। ଏହି ତାଲିକାରେ ଏବେ ଆଉ ଏକ ନୂଆ ଲକ୍ଷଣ ସାମିଲ ହୋଇଛି। ଏବେ କେତେକ କରୋନା ରୋଗୀଙ୍କ ପାଟିରେ ଘା’ ହେଉଥିବା ଦେଖାଯାଇଛି।

Are Mouth Rashes Latest Symptom Of COVID-19? - ODISHA BYTES

ସ୍ପେନ୍‌ ଡାକ୍ତରଙ୍କ ରିସର୍ଚ୍ଚ ମୁତାବକ ପାଟିରେ ଘା’ ହେବା କୋଭିଡ-୧୯ର ଏକ ଲକ୍ଷଣ ହୋଇପାରେ। ସ୍ପେନ୍‌ର ମୋଡ୍ରିଡ୍‌ ୟୁନିଭର୍ସିଟିରେ କରୋନା ସମ୍ବନ୍ଧୀୟ ହୋଇଥିବା ଗବେଷଣାର ରିପୋର୍ଟରେ ସେ ଏନେଇ ଉଲ୍ଲେଖ କରିଛନ୍ତି। ଏପ୍ରିଲରେ ଚିହ୍ନଟ ହୋଇଥିବା ୨୧ ଜଣ କରୋନା ଆକ୍ରାନ୍ତଙ୍କୁ ନେଇ ସେ ଏହି ରିସର୍ଚ୍ଚ କରିଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ପାଟିରେ ଘା’ ହୋଇଥିଲା। ଲକ୍ଷଣ ପ୍ରକାଶ ପାଇବାର ୨ ଦିନ ପୂର୍ବରୁ ଏହି ଲକ୍ଷଣ ପ୍ରକାଶ ପାଇଥିଲା। ପ୍ରାୟ ୧୨ ଦିନ ମଧ୍ୟରେ ଏହି ଲକ୍ଷଣ ଦେଖିବାକୁ ମିଳିବ ବୋଲି ରିସର୍ଚ୍ଚରୁ ଜଣାଯାଇଛି।

Coronavirus Symptoms: CDC adds six new symptoms to the COVID-19 ...

ସୂଚନାଯୋଗ୍ୟ ଯେ ପୂର୍ବରୁ କରୋନାର ୧୫ଟି ଲକ୍ଷଣ ପ୍ରକାଶ ପାଇଥିଲା। ସେଗୁଡ଼ିକ ହେଉଛି ଶୁଖିଲା କାଶ ହେବା, ନାକ ବନ୍ଦ ହୋଇଯିବା କିମ୍ବା ଅନବରତ ନାକରୁ ପାଣି ବୋହିବା, ପ୍ରବଳ ଜ୍ୱର, ଥକାପଣ, ତଣ୍ଟି ଦରଜ ଓ ପୀଡ଼ା, ସ୍ୱାଦ ଓ ଗନ୍ଧ ପ୍ରଭାବିତ ହେବା, ଆଖିର ରଙ୍ଗ ବଦଳିବା, ମୁଣ୍ଡ ବିନ୍ଧା, ଡାଇରିଆ, ମୁହଁରେ ଦାନା ଦାନା ହୋଇ ଉଠିବା ଓ ହାତ, ପାଦ ଆଙ୍ଗୁଳିର ରଙ୍ଗ ବଦଳିବା, ମାଂସପେଶୀରେ ପୀଡ଼ା ହେବା, ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବା, ଛାତିରେ ଯନ୍ତ୍ରଣା ହେବା, କଥାବାର୍ତ୍ତା ବେଳେ ସମସ୍ୟା ହେବା, ଅଧିକ ଥଣ୍ଡା ଲାଗିବା।

Leave A Reply

Your email address will not be published.